ଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଆମେରିକା ଆଇନ ସଂସ୍ଥା

ଲଣ୍ଡନ,୨୨।୨:ଉତ୍ତରପ୍ରଦେଶ ପୋଲିସ ୨୦୧୭ରୁ ୨୦୨୧ ମଧ୍ୟରେ ବେଆଇନ ଭାବେ ଏନ୍‌କାଉଣ୍ଟରରେ କେତେଜଣ ଅପରାଧୀଙ୍କୁ ହତ୍ୟା କରିଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭୂମିକା ରହିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଅନ୍ତର୍ଜାତୀୟ ଅପରାଧ ଓ ମାନବାଧିକାର ଆଇନଜୀବୀମାନଙ୍କର ସ୍ବତନ୍ତ୍ର ସଂଗଠନ ଗୁଏର୍ନିକା ୩୭ ସେଣ୍ଟର ଆମେରିକା ସରକାରଙ୍କ ନିକଟରେ ଆନୁଷ୍ଠାନିକ ଆବେଦନ କରିଛନ୍ତି। ଫେବୃୟାରୀ ୯ରେ ଆମେରିକା ପରରାଷ୍ଟ୍ର ଏବଂ ଅର୍ଥ ବିଭାଗରେ ଏହି ଆବେଦନ କରାଯାଇଛି। ଗୃହ ବିଭାଗ ଦାୟିତ୍ୱରେ ଥିବା ଯୋଗୀଙ୍କ ସମେତ ନିକଟରେ ଅବସର ନେଇଥିବା ୟୁପି ପୋଲିସ ମହାନିର୍ଦ୍ଦେଶକ ଓମ୍‌ ପ୍ରକାଶ ସିଂ, କାନପୁର ଏସ୍‌ପି ସଞ୍ଜୀବ ତ୍ୟାଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସୁପାରିସ କରାଯାଇଛି। ଅପରାଧୀଙ୍କୁ ହତ୍ୟା କରିଥିବା ପୋଲିସ ଉପରେ ଏହି ୩ ଜଣଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଥିଲା। ସେମାନେ ଏନ୍‌କାଉଣ୍ଟର ରୋକିବା କିମ୍ବା ଦଣ୍ଡ ଦେବାରେ ବିଫଳ ହୋଇଥିଲେ। ଅନ୍ୟପକ୍ଷରେ କେତେକ ମନ୍ତବ୍ୟ ଓ ନିର୍ଦ୍ଦେଶନାମାରୁ ଅପରାଧ ସହ ସେମାନଙ୍କର ସିଧାସଳଖ ସମ୍ପର୍କ ରହିଥିବା ଅନ୍ତର୍ଜାତୀୟ ଆଇନଜୀବୀ ଟବି କାଡମାନ୍‌ କହିଛନ୍ତି। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଚାଲିଥିବାବେଳେ ଗୁଏର୍ନିକା ପକ୍ଷରୁ ଏଭଳି ରିପୋର୍ଟ ପ୍ରଦାନ କରାଯାଇଛି।
୨୦୧୭ରେ ଯୋଗୀ ଆଦିତ୍ୟନାଥ କ୍ଷମତାକୁ ଆସିବା ପରେ ୟୁପି ପୋଲିସ ତଥାକଥିତ ଏନ୍‌କାଉଣ୍ଟର ନାମରେ ଅନୂ୍ୟନ ୧୪୬ଟି ବେଆଇନ ହତ୍ୟା କରିଛି। ଆତ୍ମରକ୍ଷା ନାଁରେ ସନ୍ଦିଗ୍ଧ ଅପରାଧୀଙ୍କୁ ପୋଲିସ ଗୁଳି କରିଥିବା ଅଧିକାଂଶ ମାମଲାରେ ତଥ୍ୟ ପ୍ରମାଣରୁ ସ୍ପଷ୍ଟ ହୋଇଛି। ଏଭଳି କରି ଯୋଗୀ ଅପରାଧ ବରଦାସ୍ତ କରାଯିବନି ନୀତି ଘୋଷଣା କରିଥିବା କାଡମାନ କହିଛନ୍ତି।
ହତ୍ୟା, ବଳାତ୍କାର, ନିର୍ଯାତନା, ବଳପୂର୍ବକ ଅନ୍ତର୍ଦ୍ଧାନ କରାଇବା ଆଦି ଗୁରୁତର ମାନାଧିକାର ଉଲ୍ଲଂଘନ ମାମଲାରେ ସମ୍ପୃକ୍ତ କିମ୍ବା ଏଥିପାଇଁ ଦାୟୀ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଆମେରିକା ଅର୍ଥ ବିଭାଗକୁ ଗ୍ଲୋବାଲ ମାଗ୍ନିସ୍କି ସାଙ୍କଶନ୍ସ ଅନୁମତି ଦେଇଛି। ଏହି କାର୍ଯ୍ୟାନୁଷ୍ଠାନ ବଳରେ ଆମେରିକାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମାଲିକାନାରେ ଥିବା ସମ୍ପତ୍ତି କିମ୍ବା ଏହା ଆମେରିକାର କୌଣସି ବ୍ୟକ୍ତିଙ୍କ ନିୟନ୍ତ୍ରଣରେ ରହିଥିଲେ, ଏହାକୁ ବ୍ଲକ୍‌ କରାଯିବା ସହ ଟ୍ରେଜେରି ଅଫିସ୍‌ ଅଫ୍‌ ଫରେନ୍‌ ଆସେଟ୍ସ କଣ୍ଟ୍ରୋଲ (ଓଏଫ୍‌ଏସି)କୁ ରିପୋର୍ଟ କରାଯିବ। ଏଥିସହିତ କୌଣସି ବ୍ୟକ୍ତି କିମ୍ବା ସଂସ୍ଥାକୁ ଆମେରିକାରେ ଉକ୍ତ ବ୍ୟକ୍ତିଙ୍କ ପାଇଁ ଆର୍ଥିକ କାରବାର କରିବାକୁ ଅନୁମତି ମିଳିବ ନାହିଁ। ଏପରିକି ଆମେରିକାକୁ ତାଙ୍କର ଗସ୍ତକୁ ନିଷେଧ କରାଯାଇପାରେ। ୨୦୧୭ ମାର୍ଚ୍ଚରୁ ଉତ୍ତରପ୍ରଦେଶ ପୋଲିସ ଦ୍ୱାରା ୫୯ ବେଆଇନ ହତ୍ୟା କରାଯାଇଥିବା ଆମେରିକା ମାନବାଧିକାର ବିଶେଷଜ୍ଞମାନେ ୨୦୧୯ ଜାନୁୟାରୀରେ ଭାରତ ସରକାରଙ୍କୁ ଲେଖି ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

ନେହେରୁଙ୍କ ରେକର୍ଡ ଭାଙ୍ଗିବା ପରେ ଆସିଲା ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା, କଂଗ୍ରେସର ପ୍ରତାରଣା ପରେ ଦେଶବାସୀ…

ନୂଆଦିଲ୍ଲୀ,୧୦।୬: କେନ୍ଦ୍ରରେ ମୋଦି ସରକାରଙ୍କ ୧୨ ବର୍ଷ ପୂରଣ ଉପଲକ୍ଷେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ଏକ ପ୍ରମୁଖ ବୈଠକ ଅନୁଷ୍ଠିତ ହୋଇଥିଲା।…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ଛତ୍ରପୁର,୧୦।୬( ଦିଲ୍ଲୀପ ସାମଲ) : ଛତ୍ରପୁର ପୌର ପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅକାଳ ବିୟୋଗ ହୋଇଛି । ସେ ଗତ ଏକ ମାସରୁ ଅଧିକ ଦିନ…

ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

କଟକ,୧୦ା୬(ପ୍ରଭୁକଲ୍ୟାଣ ପାଲ୍): ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି ଯୋଗେଶ ବାହାଦୂର ଖୁରାନିଆ। ଚଳିତ ମାସ ୧୯ ଓ ୨୦ ତାରିଖରେ…

ଫସିଗଲେ ପ୍ରଣିତ ମୋରେ, ବାଧ୍ୟ ହୋଇ ଇନଷ୍ଟାଗ୍ରାମ ଆକାଉଣ୍ଟ କଲେ ଡିଲିଟ୍‌ !

ମୁମ୍ବାଇ: ବିବାଦ ଘେରରେ ଜଣାଶୁଣା ଷ୍ଟାଣ୍ଡ-ଅପ କମେଡିଆନ ପ୍ରଣିତ ମୋରେ। ତାଙ୍କ ଶୋ’ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ତାଙ୍କୁ ପ୍ରବଳ…

ଖଜୁରଗୁଡା ସାନ୍ଦୁଲ ନଦୀ ବ୍ରିଜ ନିର୍ମାଣରେ ବିଳମ୍ବ, ନିମ୍ନ ମାନର କାମକୁ ନେଇ ଅସନ୍ତୋଷ ଗ୍ରାମବାସୀ

ଲାଞ୍ଜିଗଡ,୧୦।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ଖଜୁରଗୁଡା ଗାଁ ନିକଟରେ ଥିବା ସାନ୍ଦୁଲ ନଦୀ ବ୍ରିଜ ନିର୍ମାଣରେ ବିଳମ୍ବ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri