ଯୁଗୋପଯୋଗୀ ଡ୍ରେସ୍‌କୋଡ୍‌

ସହଦେବ ସାହୁ

ଗତ ୭୫ ବର୍ଷରେ ଘଟିଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ, କୋରିଆ ଯୁଦ୍ଧ, ଭିଏତ୍‌ନାମ ଯୁଦ୍ଧ, ଉପସାଗରୀୟ ଯୁଦ୍ଧ, ଆଫଗାନିସ୍ତାନ ଯୁଦ୍ଧ ଓ ଇରାକ ଯୁଦ୍ଧ ଭଳି ଛଅ ଛଅଟା ଯୁଦ୍ଧରେ ଯେତେ ଆମେରିକୀୟ ମରିଛନ୍ତି, ଗତ ୪ ମାସ ଭିତରେ ତାହାଠାରୁ ଖୁବ୍‌ ବେଶି ନଭେଲ୍‌ କରୋନା ଭାଇରସ୍‌ ସଂକ୍ରମଣରେ ମଲେଣି, ପ୍ରତି ଲକ୍ଷେ ଲୋକରେ ୩୮ ଜଣ। କରୋନା ଭାଇରସ୍‌ ଆମେରିକାର ବହୁ ଅଞ୍ଚଳରେ ଯେମିତି ମାଡିଚାଲିଛି ମନେହେଉଛି ଆମେରିକୀୟମାନେ ନିଃସହାୟ ହୋଇପଡିଛନ୍ତି। ଆମ ଭାରତରେ ସଂକ୍ରମଣ ଓ ମୃତ୍ୟୁହାର ସିନା ଶତକଡ଼ା ହିସାବରେ କମ୍‌, କିନ୍ତୁ ମୋଟ ସଂକ୍ରମଣ ସଂଖ୍ୟାରେ ତ ଆମେ ପୃଥିବୀରେ ତୃତୀୟ ବୃହତ୍‌ ଦେଶ ହୋଇଗଲୁଣି। ଡର ମାଡୁଛି ଆମ ଦେଶର ସଂକ୍ରମଣ ସଂଖ୍ୟା କ’ଣ ସମସ୍ତଙ୍କଠୁ ଆଗେଇଯିବ? ୩୩ କୋଟି ଜନସଂଖ୍ୟାର ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ସଂକ୍ରମଣ ୩୪ ଲକ୍ଷ ହେଲାଣି, ୧,୩୪,୯୪୩ ମୃତ। ସେହି ହାରରେ ଭାରତରେ (ଲୋକସଂଖ୍ୟା ୧୪୪କୋଟି) ସଂକ୍ରମଣ ୧୪୮ ଲକ୍ଷ ହେବା କଥା ଓ ମୃତ୍ୟୁସଂଖ୍ୟା ୧୪୪୦୦ ଗୁଣନ ୩୮ ଅର୍ଥାତ୍‌ ୫୮ଲକ୍ଷ ୭୬ ହଜାର ହେବା କଥା।
ମାତ୍ର ସଂକ୍ରମଣ ହୋଇଛି ସାଢେ ୮ ଲକ୍ଷ। ଆମର ପରୀକ୍ଷା ଯେତେ ଜୋରରେ ହେବା କଥା ହୋଇନାହିଁ ବୋଲି ସଂକ୍ରମଣ ସଂଖ୍ୟା କମ୍‌ ହୋଇଥାଇପାରେ, କିନ୍ତୁ ୟୁଏସ୍‌ଏ ଭଳି ବିକଶିତ ରାଷ୍ଟ୍ର ତୁଳନାରେ ଆମ ଦେଶରେ ସଂକ୍ରମଣ ଓ ମୃତ୍ୟୁହାର ଅତି କମ୍‌ ଥିବାର କାରଣ ଲୋକଙ୍କ ମିଳାମିଶାରେ ବହୁତ କଟକଣା କରାଯାଇଛି। ମୁଖାପିନ୍ଧା, ସଂଗରୋଧ ଏବଂ ଯାତାୟାତ ତଥା ବ୍ୟବସାୟବାଣିଜ୍ୟ ଓ କଳକାରଖାନା ବନ୍ଦ (ଲକ୍‌ଡାଉନ୍‌) ଭଳି କଟକଣା। ଏ ସବୁ ଭିତରେ ବେଶି କାମ ଦିଏ ମୁଖାପିନ୍ଧା। ୟୁଏସ୍‌ଏରେ ଏତେ କଟକଣା ନାହିଁ, କେତେକ ଆମେରିକୀୟ ରାଜ୍ୟରେ ଦୋକାନ, ବଜାର, ବେଳାଭୂମି, ବାର୍‌, ରେସ୍ତୋରାଁ ଆଦି ଚଞ୍ଚଳ ଖୋଲିଦିଆଗଲା, କେତେକ କାରଖାନା ବି ଖୋଲିବା ଆରମ୍ଭ ହେଲା। ଲୋକେ ମିଳାମିଶା ହେବାରେ ମୁଖ୍ୟ କଟକଣା, ମାସ୍କ ପିନ୍ଧିବା କେହି ମାନିଲେ ନାହିଁ, ସଂଘୀୟ (କେନ୍ଦ୍ର) ସରକାର ବି କଟକଣା ଜାରି କଲେ ନାହିଁ। ଡରୁଆ ଲୋକ ମୁଖା ପିନ୍ଧେ କହି ବହୁତ ଆମେରିକୀୟ ମାସ୍କ ପିନ୍ଧିଲେ ନାହିଁ, ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିନା ମାସ୍କରେ ସର୍ବସାଧାରଣରେ ଦେଖାଦେଲେ। ଟ୍ରମ୍ପଙ୍କ ରିପବ୍ଲିକାନ୍‌ ଦଳର ଲୋକେ ତାହା ଅନୁକରଣ କଲେ, ବିରୋଧୀ ଡିମୋକ୍ରାଟ୍‌ ଦଳ ଚଳାଇଥିବା ପ୍ରଦେଶମାନଙ୍କରେ ସେଠାକାର ଗଭର୍ନର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବାରୁ ଯିଏ ମୁଖା ପିନ୍ଧିଲା ତାକୁ ଟ୍ରମ୍ପଙ୍କ ସମର୍ଥକ ବୋଲି ଧରାଗଲା ନାହିଁ। ନିଜର ସମର୍ଥନ ଜଣାଇବା ପାଇଁ ବହୁତ ଲୋକ ମୁଖା ଲଗାଇଲେ ନାହିଁ। ଦୁର୍ବଳତାର ପ୍ରତୀକ ମାସ୍କ ବୋଲି ଅନେକ ଆମେରିକୀୟ କହିହେଲେ। ସୁଖର କଥା, ଏବେ ଟ୍ରମ୍ପ ମୁଖା ପିନ୍ଧିଲେଣି ବୋଲି ଖବର ପ୍ରକାଶ ପାଇଛି। ଲକ୍‌ଡାଉନ୍‌ ବା ଶଟ୍‌ଡାଉନ୍‌ ନ କଲେ ବି ମୁଖା ପିନ୍ଧିବା ବାଧ୍ୟତାମୂଳକ କରିବା କଥା। କାରଣ ନଭେଲ କରୋନା ଭାଇରସ ବାୟୁରେ ଉଡ଼ିବୁଲିପାରେ ବୋଲି ଏବେ ୩୨ଟି ଦେଶର ୨୩୯ ବୈଜ୍ଞାନିକ ବିଶ୍ୱସ୍ବାସ୍ଥ୍ୟ ସଂଗଠନକୁ ଜଣାଇଲେଣି ଏବଂ ସଂଗଠନ ବି ତାହା ମାନିଗଲାଣି। ଏ ଭୂତାଣୁ ସଂକ୍ରମିତ ଲୋକର ଶ୍ୱାସରେ ବା ଛେପରେ ବା କଫରେ ବାହାରି ଆଉ କାହାର ପାଟି ବା ନାକ ବାଟେ ତା’ ଦେହକୁ ଗଲେ ସେ ଲୋକଟି ରୋଗପ୍ରବଣ ବା କୋଭିଡ-୧୯ ପଜିଟିଭ୍‌ ଧରାଯିବ। ‘କୋଭିଡ-୧୯ ପଜିଟିଭ୍‌’ ମାନେ ନୁହେଁ ଯେ ଲୋକଟା ଗୋଟିଏ ରୋଗୀ ଭଳି ଦେଖାଯିବ। ତାହାଠାରେ କିଛି ଲକ୍ଷଣ ଦେଖାଯାଇ ନ ପାରେ, ମୁଁ ସୁସ୍ଥ ଦେଖାଯାଉଥିଲେ ବି ମୋ ଦେହ ଭିତରେ ଭୂତାଣୁଟା ପଶିନାହିଁ ବୋଲି କହିହେବ ନାହିଁ।
ତେଣୁ ମୁଖା-ପିନ୍ଧିବା ନିଜକୁ ରକ୍ଷା କରିବା ପାଇଁ ଯେତିକି ଦରକାର ଅନ୍ୟମାନଙ୍କୁ ମୋଠାରୁ ରକ୍ଷା କରିବାକୁ ସେତିକି ଦରକାର। ସବୁ ଲୋକଙ୍କଠାରୁ ଦୂରରେ ରହିବା ସବୁବେଳେ ସମ୍ଭବ ହେଉ ନ ଥିବାରୁ ମାସ୍କଟି ଆମକୁ ଭୂତାଣୁଠାରୁ ଦୂରେଇ ରଖେ।
ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌, କଣ୍ଟେନମେଣ୍ଟ ଆଦି ବ୍ୟବସ୍ଥା ଆମକୁ ନିଜ ଘରେ ବନ୍ଦୀ କରିଦେଉଛି। ଏବେ ଶୁଣିଲୁଣି ଘର ଭିତରେ ରହିବା ବିପଦମୁକ୍ତ ନୁହେଁ।
ପବନରେ କରୋନା ଭାଇରସର କ୍ଷୁଦ୍ରାଣୁଗୁଡିକ ଭାସି ଭାସି ଯାଇପାରୁଛି ବୋଲି ବୈଜ୍ଞାନିକମାନେ ବିଶ୍ୱ ସ୍ବାସ୍ଥ୍ୟସଂଗଠନକୁ ଲେଖି ଜଣାଇଛନ୍ତି। କଥାବାର୍ତ୍ତାରେ ଓ ହସରେ ବି ବାହାରୁଥିବା ଟିକି ଟିକି ଅଦୃଶ୍ୟ ଜଳକଣା (ଡ୍ରପ୍‌ଲେଟ୍‌)ରେ ଭୂତାଣୁ ଯାଇଥାଏ, ମୁଣ୍ଡର ଚାରିପଟେ କୁହୁଡି ଭଳିଆ ଖାଲି ଆଖିକୁ ଦିଶୁ ନ ଥିବା ଏକ ବାଦଲ ତିଆରି ହୋଇଯାଏ, ଶୀତଦିନେ ଆମ ଶ୍ୱାସ କିଭଳିି କୁହୁଡ଼ି ସୃଷ୍ଟି କରେ ଆମେ ଦେଖିଥାଉ। ଏହି ଅଦୃଶ୍ୟ କୁହୁଡି ଭିତରେ ଥିବା ଭୂତାଣୁ ସେ ବାଟେ ଯାଉଥିବା ଲୋକର ମୁହଁକୁ ଘେରିଥାଏ, ସତେ ଯେମିତି କେହି ତା’ ମୁହଁ ଆଡେ ଛେପ ଫୋପାଡିଛି କି ମୁହଁ ଉପରେ ଥୁ କରିଦେଇଛି। ସେଇଥିପାଇଁ ପ୍ରତି ଲୋକ ମୁହଁ ଓ ନାକକୁ ଘୋଡାଇ ରଖୁଥିବା ମାସ୍କ ପିନ୍ଧିବା ଦରକାର।
ଘର ଭିତରେ ଯଦି ପବନ ଯା’ ଆସ କରୁ ନ ଥିବ ତେବେ ସେ ଘରଟିରେ ବାୟୁରେ ଭୂତାଣୁ ଭାସି ରହୁଥିବ। ପାଟିରୁ ବାହାରୁଥିବା ବାମ୍ଫ ଉପରେ ନିର୍ଭର କରେ କେତେ ସଂଖ୍ୟାର ଭୂତାଣୁ ଥିବେ। ଯେମିତି ମଦ ପିଇବା ଜାଗା (ବାର୍‌) କିମ୍ବା ଖାଇ ବସିଥିବା ଜାଗା (ରେସ୍ତୋରାଁ)ରେ ଭୂତାଣୁ ମୁଣ୍ଡ ଉପରେ ଭାସି ବୁଲୁଥାନ୍ତି, ସେଠାରେ ବସିଥିବା ଲୋକେ ଶ୍ୱାସରେ ଭୂତାଣୁଗୁଡିକୁ ନିଅନ୍ତି। ଏଆର୍‌କଣ୍ଡିଶନ୍‌ ବ୍ୟବସ୍ଥା ଘର ଭିତର ପବନର ୯୦ ପ୍ରତିଶତରୁ ବେଶି ସେଇଠି ଥଣ୍ଡା କରିଥାଏ, ନୂଆ ପବନ ପ୍ରାୟ ନ ଥାଏ। ତେଣୁ ଆବଦ୍ଧ ଘର ବି ଭୂତାଣୁକୁ ଘର ଭିତରେ ରଖିପାରେ ଯଦି କେହି ସଂକ୍ରମିତ ଲୋକ ସେ ଘରେ ଖୋଲା ମୁହଁରେ ବୁଲିଛି।
ଆଉ ଗୋଟିଏ ନୂଆ କଥା ଜଣାପଡିଛି। ଡାକ୍ତରମାନେ କହିଲେଣି, କୋଭିଡ-୧୯ ଯେତେ ଶ୍ୱାସକ୍ରିୟାର-ରୋଗ ନୁହେଁ, ତାହାଠାରୁ ବେଶି ରକ୍ତକୋଷର-ରୋଗ। ଭୂତାଣୁ ଫୁସ୍‌ଫୁସ୍‌ ବାଟେ ସିନା ପଶେ, ସେଠି ଥିବା ରକ୍ତଶିରାର ଭିତର କାନ୍ଥରେ ଲାଖି ରହି କ୍ଷତ କରେ ବା କୋଷଗୁଡିକୁ ଛିଣ୍ଡାଇ ଦିଏ; ବୃକ୍କ ଆଉ ମସ୍ତିଷ୍କ ଭଳି ବିଭିନ୍ନ ଅଙ୍ଗକୁ ବି ଏଭଳି ସଂକ୍ରମଣ କରେ। ଡାକ୍ତରମାନେ କୋଭିଡ୍‌-୧୯ ରୋଗୀର ଶବ ପରୀକ୍ଷା (ଅଟୋପ୍ସି) କଲାବେଳେ ଶରୀରଯାକ ହଜାର ହଜାର ଟିକି ଟିକି ରକ୍ତବିନ୍ଦୁ ବା ଛିଟିକା ଦେଖିବାକୁ ପାଉଛନ୍ତି। ଏଭଳି ଅବସ୍ଥା ହୃତ୍‌ପିଣ୍ଡକୁ ବନ୍ଦ କରିଦେଇପାରେ, ରୋଗୀର ସ୍ମୃତିଶକ୍ତିକୁ କମାଇ ଦେଇପାରେ (ଡିମେନ୍ସିଆ), ରୋଗୀ ରାସ୍ତାଘାଟ ଭୁଲିଯାଏ। ଏଭଳି ଅବସ୍ଥା ଯୋଗୁ କେତେକ ପିଲା ଓ ତରୁଣଙ୍କ ପାଦାଙ୍ଗୁଳି ତେଢାମେଢା ହୋଇଥାଏ।
ମୁଖା (ତୁଣ୍ଡି) ପିନ୍ଧିବାକୁ ମନା କରିବା ଲୋକ ମଦ ପିଇ ଗାଡି ଚଳାଉଥିବା ଲୋକ ସାଙ୍ଗରେ ସମାନ। ମଦ ନିଶାରେ ଗାଡି ଚଳାଇ ରାସ୍ତା ଯାକ ଧକ୍କା ଦେବା ଯେମିତି, ମହାମାରୀ ସମୟରେ ମୁଖା ନ ଲଗାଇ ଯିବାଆସିବା କରିବା ସେମିତି। ଫରକ ଏତିକି ଯେ, ତାହାର ଛେପ, କାଶ ଆଦିର ଧକ୍କା ଆଖିକୁ ଦିଶିବ ନାହିଁ। ଗୋଲ୍ଡମାନ୍‌ ସାକ୍ସ କମ୍ପାନୀ ସର୍ଭେ କରି କହିଛି ମୁଖା ପିନ୍ଧିବା ମାର୍କିନ୍‌ ଅର୍ଥନୀତିକୁ ସାହାଯ୍ୟ କରିବ, ବାରମ୍ବାର ଲକ୍‌ଡାଉନ୍‌ ଦରକାର ହେବନାହିଁ ମାନେ ଜିଡିପି ୫ ପ୍ରତିଶତ ବଢିଯିବ। ଲୁଗାଟିଏ ପିନ୍ଧିବା ଯେପରି ମଣିଷର ବ୍ୟକ୍ତିଗତ ଇଚ୍ଛା ନୁହେଁ ତାହା ଏକ ସାମାଜିକତା, ସେହିଭଳି ମୁଖାଟିଏ ପିନ୍ଧିବା ଏକ ସାମାଜିକ ଆବଶ୍ୟକତା ହେବା କଥା।
ଇମେଲ୍‌: sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri