ଯଦି ସ୍ତ୍ରୀ-ସ୍ବାମୀ ଉଭୟ କର୍ମଜୀବୀ: ତେବେ କେତୋଟି ବିଷୟ ପ୍ରତି ବିଶେଷ ଧ୍ୟାନଦେବାକୁ ପଡ଼ିଥାଏ, ଜାଣନ୍ତୁ ସେ ସମ୍ପର୍କରେ…

ସେଦିନ ସୁନୀତା ମନ ମାରି ବସିଥାଏ। ଗତ କିଛିଦିନ ହେବ ଠିକ୍‌ ସମୟରେ ଅଫିସ୍‌ ଯାଇପାରୁନି। ସକାଳୁ ସକାଳୁ ସ୍ବାମୀ ତାଙ୍କ କାମରେ ବାହାରି ଯାଉଛନ୍ତି। କାମ କିପରି ହେବ ତାକୁ ନେଇ ସେ ଟେନ୍‌ସନରେ ପଡ଼ିଯାଇଛି। ଏହି ସମୟରେ କଲିଂ ବେଲ୍‌ ବାଜିଉଠିଲା। କବାଟ ଖୋଲି ଦେଖିଲା ବେଳକୁ ପିଲାଦିନ ସାଙ୍ଗ ରୂପା। ସୁନୀତାଙ୍କ ଉଦାସ ମୁହଁ ଦେଖି ରୂପା ପଚାରିଲେ, ”ଆରେ, ତୁ ଆଜି କାହିଁକି ଏମିତି ଚୁପ୍‌ଚାପ୍‌ ଲାଗୁଛୁ? ବୋଧହୁଏ ତୁ ଟେନ୍‌ସନରେ ଅଛୁ।“ ତା’ପରେ ସୁନୀତା ସବୁ କଥା ଏକା ନିଃଶ୍ୱାସରେ କହିଗଲା। ସବୁ କଥା ଶୁଣିବା ପରେ ରୂପା କହିଲା, ”ଆରେ, ଯଦି ତୁ ଟିକେ ବୁଦ୍ଧି ଖଟାଇବୁ ତେବେ ସବୁ କାମ ଠିକ୍‌ ଭାବରେ ହୋଇପାରିବ। ମୁଁ ଯାହା କହୁଛି ମନ ଦେଇ ଶୁଣ। ତା’ପରେ ଚିନ୍ତା କରିବୁ ମୋ କଥା ପଛରେ କେତେ ସତ ରହିଛି।“ ରୂପାଙ୍କଠାରୁ ସବୁ ଶୁଣିବା ପରେ ସୁନୀତା ମୁହଁରେ ହସ ଫୁଟିଉଠିଲା। ଠିକ୍‌ ସେହିପରି ଘରକାମକୁ ନେଇ ଗୃହିଣୀ ହୁଅନ୍ତୁ ଅବା କର୍ମଜୀବୀ ମୁଣ୍ଡ ଖଟାଇ କଲେ ତାହା ବେଶ୍‌ ହାଲ୍‌କା ଲାଗିଥାଏ। ଯଦି ଉଭୟ କର୍ମଜୀବୀ ତେବେ କେତୋଟି ବିଷୟ ପ୍ରତି ବିଶେଷ ଧ୍ୟାନଦେବାକୁ ପଡ଼ିଥାଏ। ଜାଣନ୍ତୁ ସେ ସମ୍ପର୍କରେ…
ସମୟ : ଆଜିକାଲି ଅଧିକାଂଶ ସ୍ବାମୀ-ସ୍ତ୍ରୀ କର୍ମଜୀବୀ। ଦିନତମାମ ଅଫିସ କାମ ଆଉ ସନ୍ଧ୍ୟାରେ ଘରକୁ ଫେରିବା ପରେ ଘର କଥା ବୁଝିବାକୁ ପଡ଼େ। ତେଣୁ ଏହି ସମୟରେ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ସମନ୍ବୟ ରହିଲେ ଘରର କାମ ସୁରୁଖୁରୁରେ ହୋଇପାରିବ। ହେଲେ ଉଭୟେ
ସମୟର ମୂଲ୍ୟ ବୁଝିବା ଦରକାର। ଯଦି ଜଣେ କିଛି ସମୟ ବିଶ୍ରାମନେବାକୁ ଚାହୁଁଛନ୍ତି ତେବେ ସେ ନେଇ ଚିନ୍ତିତ ନ ହୋଇ ନିଜେ କିଛି କାମ କରିପାରିବେ। କର୍ମଜୀବୀ ହୋଇଥିଲେ ପ୍ରାୟ ଉଭୟଙ୍କୁ ସକାଳୁ ଅଫିସ ଯିବାକୁ ପଡ଼ିଥାଏ। ତେଣୁ ଉଭୟ ସ୍ବାମୀ-ସ୍ତ୍ରୀ ଘରକାମକୁ ବାଣ୍ଟିକୁଣ୍ଟି କରିପାରିଲେ କ୍ଷତି କ’ଣ? ହେଲେ ଏହି ସମୟରେ ସେମାନଙ୍କର ମାନସିକତା ସକାରାତ୍ମକ ରହିବା ନିହାତି ଜରୁରୀ।
ଟେନ୍‌ସନ : କର୍ମଜୀବୀ ହେଲେ ଅନେକ କଥାକୁ ନେଇ ଟେନ୍‌ସନରେ ରହିବା ସ୍ବାଭାବିକ। ହେଲେ ଥଣ୍ଡା ମିଜାଜରେ କାମକଲେ ସବୁ କିଛି ଠିକ୍‌ ସମୟରେ ଶେଷ ହୋଇଥାଏ। ଯଦି ସ୍ବାମୀଙ୍କର ଶୀଘ୍ର ଅଫିସ ଯିବାର ଅଛି ତେବେ ତାଙ୍କୁ ପ୍ରସ୍ତୁତ ହେବାରେ ସାହାଯ୍ୟ କରନ୍ତୁ। ସବୁଠାରୁ ବଡ଼ କଥା ହେଲା, ପ୍ରତିଦିନ କ’ଣ କରିବେ ତାହାର ଏକ ରୋଟିନ ପ୍ରସ୍ତୁତ କରନ୍ତୁ। ତେବେ ସବୁ କାମ ଠିକ୍‌ ସମୟରେ ଶେଷହେବ। ନ ହେଲେ କାମକୁ ନେଇ ଟେନ୍‌ସନ ଆଉ ତା’ପରେ ସବୁ କାମ ଅଡୁଆ ତଡୁଆ ହେବା ସମ୍ଭାବନା ରହିଛି।
ଯୌଥ ପରିବାର : ଯଦି ଆପଣଙ୍କର ବଡ଼ ପରିବାର, ତେବେ ଘର କାମ ନିଜେ କରିବା ସହ ଅନ୍ୟମାନଙ୍କର ସହଯୋଗ ନିଅନ୍ତୁ। ‘ସବୁ କାମ ମୋତେ ହିଁ ଏକୁଟିଆ କରିବାକୁ ପଡିବ’ ଏପରି ଭାବିବା ଠିକ୍‌ ନୁହେଁ। ପରିବାର ସଦସ୍ୟମାନେ ମଧ୍ୟ କିଛି କାମ କରିପାରିବେ ଯାହା ଦ୍ୱାରା ଆପଣଙ୍କର ବୋଝ ହାଲ୍‌କା ହେବ। କାମକୁ ନେଇ ସ୍ବାମୀ-ସ୍ତ୍ରୀ ଭିତରେ ମାନ ଅଭିମାନ ରହିଲେ ପରିସ୍ଥିତି ଜଟିଳ ହେବା ଆଶଙ୍କା ରହିଛି। ତେଣୁ ପରିସ୍ଥିତିକୁ ଉଭୟ ଭଲ ଭାବରେ ହୃଦୟଙ୍ଗମକରି କାମକଲେ ସେଗୁଡ଼ିକ ସୁରୁଖୁରୁରେ ଶେଷ ହୋଇଥାଏ।
ଏମାନେ କ’ଣ କରନ୍ତି ?
-ଶ୍ରଦ୍ଧାଞ୍ଜଳି ଦଳାଇ, ନହରଣା, ଜଗତ୍‌ସିଂହପୁର
ମୋ ସ୍ବାମୀ ମୋତେ ପ୍ରତିଟି କ୍ଷେତ୍ରରେ ସହଯୋଗ କରନ୍ତି। ସବୁ ଜିନିଷ ମୁଁ ଭୁଲିଯାଏ, କିନ୍ତୁ ଠିକ୍‌ ସମୟରେ ସବୁ ଜିନିଷ ସେ ମନେପକାଇ କରନ୍ତି। ମୁଁ ଯଦି କିଛି ମାର୍କେଟିଂ କରିବାକୁ ଯାଉଛି ମୁଁ ଭୁଲିଯାଏ କ’ଣ ନେବାର ଅଛି। ସେ କିନ୍ତୁ ମନେପକାଇ ଘର ପାଇଁ କ’ଣ ଦରକାର ଆଣିଥାନ୍ତି।
-ସୁଜାତା ମହାନ୍ତି, କର୍ମଜୀବୀ, ସିଡିଏ,କଟକ
ମୋ ସ୍ବାମୀ ଶତପ୍ରତିଶତ କାମରେ ଯଦି ସାହାଯ୍ୟ କରିପାରନ୍ତିନି ମୁଁ କହିବି ସେ କିନ୍ତୁ ପ୍ରାୟ ସତୁରି ପ୍ରତିଶତ କରିଥାନ୍ତି। ଆମର ଛୁଆ ଯେହେତୁ ଛୋଟ, ତା’ କପଡ଼ା ଆଦି ଧୋଇବା, ତା’ର ଦେଖାଶୁଣା କରିବାରେ ସେ ମଧ୍ୟ ସାହାଯ୍ୟ କରିଥାନ୍ତି। ମୁଁ ଯେହେତୁ ଜଣେ କର୍ମଜୀବୀ, କୌଣସି କାମରେ ବ୍ୟସ୍ତ ଅଛି ମୁଁ କିଛି କହିବା ଆଗରୁ ସେ କାମ କରି ଦେଇଥାନ୍ତି। ଘରର ଛୋଟମୋଟ କାମରେ ସାହାଯ୍ୟ ଯଦି ସ୍ବାମୀଙ୍କର ରହିବ ତେବେ କିଛି କାମ ହାଲ୍‌କା ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ପରକୀୟା ପ୍ରୀତିକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଉଦ୍ୟମ: କାତି ଜବତ, ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୧୬|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପରକୀୟା ପ୍ରୀତିକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ବଳରାମ ପ୍ରଧାନ(୨୬)ଙ୍କ ବେକକୁ କାତିରେ ଚୋଟ…

ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ…

ଚିତା ବାଘ ଛାଲ, ଅଫୁଟା ବୋମା,ଅସ୍ତ୍ରଶସ୍ତ୍ର ଜବତ: ତିନି ଗିରଫ

ପାତ୍ରପୁର, ୧୬।୫ (ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ଚିତା ବାଘ ଛାଲ ସହ ଅଫୁଟା ବୋମା ଓ…

ବାହାଘରକୁ ହୋଇଥିଲା ବର୍ଷେ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ: ବାହୁନି ବାହୁନି କାନ୍ଦୁଛି …

ଚାନ୍ଦବାଲି, ୧୬/୦୫ (ଅଶୋକ ପଣ୍ଡା/କିଷାନ )ପାତ୍ର: ସାବିତ୍ରୀ ବ୍ରତ ଦିନ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା…

ସାତ୍ତ୍ୱିକ-ଚିରାଗ ଫାଇନାଲରେ

ବ୍ୟାଙ୍କକ୍‌,୧୬ା୫: ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟି ଥାଇଲାଣ୍ଡ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୯ ଓ ୨୦୨୪ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri