ମୟୂରଭଞ୍ଜ ଜିଲାରେ ନିର୍ବାଚନ ଫଳାଫଳ: ଭାଜପା ୬, ବିଜେଡି ୩ ବିଧାନସଭା ଆସନରେ ବିଜୟୀ

ବାରିପଦା ଅଫିସ,୨୪।୫ : ମୟୂରଭଞ୍ଜ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ବିଶେଶ୍ୱର ଟୁଡୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ଡା. ଦେବାଶିଷ ମାରାଣ୍ଡିଙ୍କୁ ହରାଇ ବିଜୟୀ ହୋଇଛନ୍ତି।
ଏହି ଜିଲାର ୯ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ବାରିପଦା, ବାଙ୍ଗିରିପୋଷି, ମୋରଡା, ସାରସକଣା, ଯଶିପୁର, ରାଇରଙ୍ଗପୁର, କରଞ୍ଜିଆ, ବଡସାହି ଓ ଉଦଳା ଆସନର ଫଳାଫଳ ପ୍ରକାଶ ପାଇଛି। ମୟୂରଭଞ୍ଜ ଲୋକ ସଭା ଆସନ ଅଧୀନ ବାରିପଦା ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ପ୍ରକାଶ ସୋରେନ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ସରୋଜିନୀ ହେମ୍ବ୍ରମଙ୍କୁ ପରାସ୍ତ କରିଛନ୍ତି। ସାରସକଣା ବିଧାନସଭା ଆସନରେ ଭାଜପାର ଡା. ବୁଢାନ ମୁର୍ମୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ଅମରସିଂ ଟୁଡୁଙ୍କୁ ହରାଇ ବିଜୟ ହାସଲ କରିଛନ୍ତି। ଯଶିପୁର ବିଧାନସଭା କ୍ଷେତ୍ରରେ ଭାଜପା ପ୍ରାର୍ଥୀ ଗଣେଶରାମ ସିଂ ଖୁଣ୍ଟିଆ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ଗୋଲକ ନାୟକଙ୍କୁ ପରାସ୍ତ କରିଛନ୍ତି। ରାଇରଙ୍ଗପୁର ବିଧାନସଭା କ୍ଷେତ୍ରରେ ଭାଜପା ପ୍ରାର୍ଥୀ ନବ ଚରଣ ମାଝୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ବାସନ୍ତୀ ମାରାଣ୍ଡିଙ୍କୁ ପରାସ୍ତ କରିଛନ୍ତି। ବଡସାହି ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ସନାତନ ବିଜୁଳି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ବୃନ୍ଦାବନ ଦାସଙ୍କୁ ପରାସ୍ତ କରିଛନ୍ତି। ଉଦଳା ବିଧାନସଭା କ୍ଷେତ୍ରରେ ଭାଜପା ପ୍ରାର୍ଥୀ ଭାସ୍କର ମଢେଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ଶ୍ରୀନାଥ ସୋରେନଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। କେନ୍ଦୁଝର ଲୋକ ସଭା କ୍ଷେତ୍ର ଅଧୀନ ମୟୂରଭଞ୍ଜ ଜିଲାର କରଞ୍ଜିଆ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବାସନ୍ତୀ ହେମ୍ବ୍ରମ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପା ପ୍ରାର୍ଥୀ ପଦ୍ମଚରଣ ହାଇବ୍ରୁଙ୍କୁ ହରାଇ ଜିତାପଟ ହାସଲ କରିଥିବା ଜଣାପଡିଛି। ତେବେ ମୟୂରଭଞ୍ଜ ଲୋକ ସଭା ଆସନ ଅଧୀନ ବାଙ୍ଗିରିପୋଷି ଆସନରେ ବିଜେଡି ପ୍ରାର୍ଥୀ ସୁଦାମ ମାରାଣ୍ଡି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସୁଗୁଦା ମୁର୍ମୁ ଏବଂ ମୋରଡା ଆସନରେ ବିଜେଡି ପ୍ରାର୍ଥୀ ରାଜ କିଶୋର ଦାସ ନିକଟତମ ପ୍ରତିଦ୍ୱନ୍ଦୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ହରାଇ ବିଜୟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

ଆମପାଣି ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲା ଟ୍ରଲର୍, କୁକୁଡା ସବୁ

କୋକସରା,୩୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି – ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର…

ଦାଦନ ଖଟିବାକୁ ଯାଇଥିବା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ଆଣିବା ପାଇଁ ପ୍ରଶାସନକୁ ଗୁହାରି

ଗୁଣୁପୁର,୩୧।୫( ସୁଜାତା ପାଢ଼ୀ): ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ଗୁଣପୁର ବ୍ଳକ୍ ଶଗଡା ଗ୍ରାମର ଜୈନକ ଯୁବତୀ ବିଲମା ଗମାଙ୍ଗ (୨୬)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି…

ସିଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା, ସୁନ୍ଦରଗଡ଼ ଯାତ୍ରା କଲେ କେନ୍ଦୁଝର ଦଳ

କେନ୍ଦୁଝର,୩୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ସୁନ୍ଦରଗଡ଼ ଜିଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ସିଏମ ଟ୍ରଫି…

କ୍ଷୀର ବିକ୍ରି କରି ଫେରୁଥିବା ବେଳେ ଧକ୍କା ଦେଇଥିଲା ବୁଲେଟ୍, ଚାଲିଗଲା ବୃଦ୍ଧଙ୍କ ଜୀବନ

ଦିଗପହଣ୍ଡି,୩୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ମା ‘ ତାରିଣୀ ମନ୍ଦିର ନିକଟ ରାସ୍ତାରେ ଗତ ଶୁକ୍ରବାର ସକାଳେ ବୁଲେଟ-ବାଇକ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri