ନିରଞ୍ଜନ, ପଦ୍ମନାଭଙ୍କ ହ୍ୟାଟ୍ରିକ୍‌ ବିଜୟ

ସୋନପୁର,୨୪-୫(ନି.ପ୍ର.):ସୁବର୍ଣ୍ଣପୁର ଜିଲା ବିଜେଡିର ଦୁର୍ଗ ବୋଲି ପୁଣି ଥରେ ସାବ୍ୟସ୍ତ ହୋଇଛି। ସାଧାରଣ ନିର୍ବାଚନରେ ଦଳ କମାଲ କରିଛି। ମୋଦି ହାୱା ଏଠାରେ ଭାଜପାକୁ ବିଜୟୀ କରି ପାରିନି। ଜଳସମ୍ପଦ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋନପୁରରୁ ଓ ପ୍ରାକ୍ତନ ମନ୍ତ୍ରୀ ପଦ୍ମନାଭ ବେହେରା ବୀରମହାରାଜପୁର ବିଧାନସଭା ଆସନରୁ ହ୍ୟାଟ୍ରିକ୍‌ ବିଜୟ ଲାଭ କରିଛନ୍ତି। ନିରଞ୍ଜନ ୨୫ହଜାର ୭୨୬ଖଣ୍ଡ ଭୋଟ ବ୍ୟବଧାନରେ ଭାଜପାର ଅଶୋକ କୁମାର ପୂଜାରୀଙ୍କୁ ଓ ପଦ୍ମନାଭ ୧୩ ହଜାର ୭୧ ଖଣ୍ଡ ଭୋଟ ବ୍ୟବଧାନରେ ଭାଜପାର ଇଂ ରଘୁଦାଥ ଜଗଦଲାଙ୍କୁ ପରାସ୍ତ କରିଛନ୍ତି। ନିର୍ବାଚନ ଫଳାଫଳ ଅନୁଯାୟୀ ବିଜୁ ଜନତା ଦଳର ନିରଞ୍ଜନ ପୂଜାରୀ ୯୯, ୦୭୩ ଖଣ୍ଡ ଭୋଟ ପାଇଥିବା ବେଳେ ଭାଜପା ପ୍ରାର୍ଥୀ ଅଶୋକ ପୂଜାରୀ ୭୩, ୩୪୭ ଖଣ୍ଡ, ଭାରତୀୟ ଜାତୀୟ କଂଗ୍ରେସର ଚିତ୍ତରଞ୍ଜନ ମିଶ୍ର ୨୩, ୩୨୬ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ବୀରମହାରାଜପୁରରେ ବିଜେଡି ପ୍ରାର୍ଥୀ ପଦ୍ମନାଭ ବେହେରା ୬୫,୧୯୧ ଖଣ୍ଡ ଭୋଟ ପାଇଥିବା ବେଳେ ଭାଜପାର ରଘୁନାଥ ଜଗଦଲା ୫୨,୧୨୦ ଓ ଜାତୀୟ କଂଗ୍ରେସ ପ୍ରାର୍ଥୀ ବିନୋଦ କୁମାର ପାତ୍ର ୪୦, ୭୩୦ ଖଣ୍ଡ ଭୋଟ ପାଇଛନ୍ତି। ଶାନ୍ତିଶୃଙ୍ଖଳାର ସହିତ ଗୁରୁବାର ସୋନପୁରରେ ୪୬ଟି ପର୍ଯ୍ୟାୟରେ ନିର୍ବାଚନ ମଣ୍ଡଳୀର ୩୧୯ଟି ବୁଥ୍‌ର ଓ ବୀରମହାରାଜପୁରରେ ୩୯ଟି ପର୍ଯ୍ୟାୟରେ ୨୬୭ଟି ବୁଥ୍‌ର ଭୋଟ ଗ୍ରହଣ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ କାର୍ଯ୍ୟକ୍ରମକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି, ସ୍ଥିତି ପରଖିଲେ ଜିଲାପାଳ, ଏସ.ପି

ଦିଗପହଣ୍ଡି,୧୭|୭(ଅଶେଷ ନାଥ ମିଶ୍ର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ମ ପସ୍ରବଣ ତପ୍ତପାଣି ପରିଦର୍ଶନ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି…

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ଭାଜପା ସାମିଲ ହେଲେ ଗୁଡାରି ବ୍ଲକ ଅଧ୍ୟକ୍ଷ, ସମୀକରଣ ଉପରେ…

ଗୁଡାରି, ୧୭।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର ଶୁକ୍ରବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ…

ଖରିଫ ଚାଷ ପାଇଁ ୨୪ରେ ଛଡ଼ାଯିବ ପାଣି, ଘୋଡ଼ାହାଡ଼ ଡ୍ୟାମରେ ହେଲା ବୃଷ୍ଟିଯଜ୍ଞ

ଦିଗପହଣ୍ଡି, ୧୭ା୭ (ଅଶେଷ ନାଥ ମିଶ୍ର): ଖରିଫ ଧାନ ଚାଷ ନିମନ୍ତେ ଚଳିତ ବର୍ଷ ମଧ୍ୟ ଦିଗପହଣ୍ଡି ବ୍ଲକ୍‌ ଖମାରି ଗାଁ ନିକଟରେ ଥିବା ଘୋଡ଼ାହାଡ଼ ଡ୍ୟାମରେ…

UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର; ₹୨,୦୦୦ରୁ ଅଧିକ UPI ପେମେଣ୍ଟ ଉପରେ ଏବେ ଗଣିବାକୁ ପଡ଼ିବ ଚାର୍ଜ!

ନୂଆଦିଲ୍ଲୀ,୧୭।୭: ଯଦି ଆପଣ ଦୈନନ୍ଦିନ ଜୀବନରେ ୟୁପିଆଇ (UPI) ମାଧ୍ୟମରେ ବଡ଼ ଧରଣର ଆର୍ଥିକ କାରବାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦେଶରେ…

ପାଗଳ ବିଲୁଆ ଆତଙ୍କ: ଶିକ୍ଷୟିତ୍ରୀଙ୍କ ସହ ଏକାଧିକ ଲୋକ ଓ ପ୍ରାଣୀସମ୍ପଦ ଗୁରୁତର,ବନ ବିଭାଗ ଚୁପ

ଦାରିଙ୍ଗବାଡି, ୧୭।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳର ଗ୍ରୀନବାଡି ସମେତ ତାର ଆଖପାଖ ଅଞ୍ଚଳରେ ଗତ ୨ ଦିନ ହେଲା ପାଗଳ ବିଲୁଆ କାମୁଡ଼ାରେ ଏକାଧିକ…

ଦିନିକିଆ ବିଶ୍ୱକପ୍ ୨୦୨୭ ଫର୍ମାଟ୍ ବଦଳାଇଲା ICC; ଜୟ ଶାହାଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କଲେ ୪ ଦେଶର ଅଧିନାୟକ

ନୂଆଦିଲ୍ଲୀ,୧୭।୭: ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ର ଫର୍ମାଟ୍‌ରେ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ହଠାତ ବଡ଼…

ଲଘୁଚାପ ବର୍ଷାରେ ଜଳମଗ୍ନ ଧାମନଗର ବ୍ଲକ

ଧାମନଗର, ୧୭।୭ (ସନ୍ତୋଷ କୁମାର ମହାପାତ୍ର): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିବା ବେଳେ ଜନଜୀବନ ସମ୍ପୂର୍ଣ୍ଣ…

ଭାରତକୁ ବିଶ୍ୱକପ୍ ଜିତାଇଥିବା କ୍ରିକେଟର ଏବେ ଜେଲ୍‌ରେ! ଲାଞ୍ଚ ଯାଚିବା ଅଭିଯୋଗରେ ଶ୍ରୀଲଙ୍କାରେ ଗିରଫ ହେଲେ…

କଲମ୍ବୋ,୧୭।୭: ଭାରତୀୟ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୨୦୧୮ ଅଣ୍ଡର-୧୯ ବିଶ୍ୱକପ ବିଜେତା ଦଳର ହିରୋ ତଥା ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ମନଜୋତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri