ଟୋକନ ମିଳିଲାନି, ବିକ୍ରି ହେଲାନି ଧାନ: ପ୍ରଶାସନ ନ ଶୁଣିବାରୁ ଓକିଲ ସଂଘର ଦ୍ୱାରସ୍ଥ ହେଲା କୃଷକ ସଂଗଠନ

ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତ ଜୁନ୍ ମାସ ୩୦ ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଶେଷ ହୋଇଯାଇଥିଲେ ମଧ୍ୟ ହଜାର ହଜାର ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି। ଟୋକନ ପାଇବାରୁ ବଞ୍ଚିତ ହେବା କାରଣରୁ ଜିଲ୍ଲାର ଅନେକ ଚାଷୀ ନିଜର ଅମଳ ଧାନ ବିକ୍ରି କରିପାରି ନାହାନ୍ତି, ଯାହାଫଳରେ ସେମାନଙ୍କୁ ପରିବାର ଗୁଜୁରାଣ ମେଣ୍ଟାଇବା ସହ ଆଗାମୀ ଖରିଫ୍ ଚାଷକାର୍ଯ୍ୟ ଆଗକୁ ବଢ଼ାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଧାନ ବିକ୍ରି ପାଇଁ ଟୋକନ ଦାବି କରି ଚାଷୀମାନେ ସ୍ଥାନୀୟ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଓ ସରକାରୀ କଳକୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଶେଷରେ ନିରାଶ ହୋଇ ଶୁକ୍ରବାର ସଂଯୁକ୍ତ କୃଷକ ସଂଗଠନ ବରଗଡ଼ ଜିଲା ଓକିଲ ସଂଘର ଦ୍ୱାରସ୍ଥ ହୋଇଛି ଏବଂ ଏହି ସମସ୍ୟାର ସମାଧାନ ପାଇଁ ଆଇନଗତ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛି।

ସଂଗଠନ ପକ୍ଷରୁ ଜିଲା ଓକିଲ ସଂଘର ସଭାପତି ଭୀଷ୍ମଦେବ ସରାଫ ଓ ସମ୍ପାଦକ ହରିହର ପ୍ରଧାନଙ୍କୁ ଏକ ଲିଖିତ ନିବେଦନ ପତ୍ର ପ୍ରଦାନ କରାଯାଇଛି। ଚଳିତ ବର୍ଷ ରାଜ୍ୟରେ ମୋଟ ୯୭ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିବା ବେଳେ (ଯାହା ଗତବର୍ଷ ତୁଳନାରେ ୫ ଲକ୍ଷ ମେଟ୍ରିକ ଟନ ଅଧିକ) ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ଓଲଟା ସ୍ଥିତି ଦେଖିବାକୁ ମିଳିଛି। ଜିଲାରେ ଚଳିତ ଖରିଫ ଋତୁରେ ୩୦ ହଜାର କୁଇଣ୍ଟାଲ କମ୍ ଧାନ କିଣାଯାଇଥିବା ବେଳେ ପ୍ରାୟ ୯ ହଜାର ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି। ରବି ଋତୁରେ ମଧଁ ସମାନ ସମସ୍ୟା ଉପୁଜିଛି, ଯେଉଁଠି ଆବଶ୍ୟକ କାଗଜପତ୍ର ଦେଇ ପଞ୍ଜିକୃତ ହୋଇଥିବା ୧ ଲକ୍ଷ ୫ ହଜାର ୪୯୪ ଜଣ ଚାଷୀଙ୍କ ମଧ୍ୟରୁ ୫,୦୮୯ ଜଣ ଚାଷୀଙ୍କ ପାଖକୁ ଆଦୌ ଟୋକନ ଆସିନାହିଁ ଏବଂ ପ୍ରାୟ ୨୫ ହଜାର ଚାଷୀଙ୍କୁ ଜମି ତୁଳନାରେ ବହୁତ କମ୍ ପରିମାଣର ଟୋକନ ମିଳିଛି।

ଏହି ସମସ୍ୟାକୁ ନେଇ ଅସନ୍ତୁଷ୍ଟ ଚାଷୀମାନେ ପୂର୍ବରୁ ଝାରବନ୍ଧ ବ୍ଲକ ଡଭାରେ ୧୩ ଦିନ ଧରି ଆମରଣ ଅନଶନ କରିବା ସହ ଧାନ ବିକ୍ରି ଆଶାରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୭୨ ଦିନ କାଳ ଧାରଣା ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଚାଷୀମାନେ ପୁଣିଥରେ ବ୍ୟକ୍ତିଗତ ଭାବେ ଆବେଦନ କରିଥିଲେ ମଧ୍ୟ ସ୍ଥିତିରେ କୌଣସି ସୁଧାର ଆସିନଥିଲା କିମ୍ବା ଟୋକନ ସଂଶୋଧନ ହୋଇପାରି ନ ଥିଲା।

ପରିସଂଖ୍ୟାନ ଅନୁଯାୟୀ, ଗତ ରବି ଋତୁରେ ଜିଲାରୁ ପ୍ରାୟ ୬୨ ଲକ୍ଷ ୬୩ ହଜାର ୯୯୪ କୁଇଣ୍ଟାଲ ଧାନ କିଣାଯାଇଥିବା ବେଳେ ଚଳିତ ବର୍ଷ ମାତ୍ର ୫୮ ଲକ୍ଷ ୨୭ ହଜାର ୩୬୨ କୁଇଣ୍ଟାଲ ଧାନ କିଣାଯାଇଛି, ଅର୍ଥାତ୍ ପୂର୍ବ ବର୍ଷ ତୁଳନାରେ ୪ ଲକ୍ଷ ୩୬ ହଜାର ୩୬୨ କୁଇଣ୍ଟାଲ ଧାନ କମ୍ କିଣାଯାଇଛି। ଏହାକୁ ନେଇ କୃଷକ ସଂଗଠନଗୁଡ଼ିକ ସିଧାସଳଖ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଏବଂ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ଦେବାର ନିର୍ବାଚନୀ ପ୍ରତିଶ୍ରୁତିକୁ ଏକ ପ୍ରତାରଣା ବୋଲି ଆଖ୍ୟା ଦେଇଛନ୍ତି। ଆଇନଗତ ଲଢ଼େଇ ପାଇଁ ଦିଆଯାଇଥିବା ଏହି ସ୍ମାରକପତ୍ର ପ୍ରଦାନ ସମୟରେ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର ଓ ସୁରେଶ ନିକାଣ୍ଟିଙ୍କ ସମେତ ଅନେକ ଚାଷୀ ପ୍ରତିନିଧି ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆତଙ୍କ: କୁକୁରକୁ ମାରି ଖାଇଲା ବାଘ, ସିସିଟିଭିରେ କଏଦ ଦୃଶ୍ୟରୁ…

ବରଗଡ଼,୨ା୯(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଦେଖାଯାଇଛି। ମଙ୍ଗଳବାର ସିସିଟିଭିରେ ବାଘ ବୁଲୁଥିବାର ଚିତ୍ର କଏଦ ହେବା ଏବଂ ସେଠାରେ ଏକ…

୩ ଶକ୍ତିଶାଳୀ ଦେଶର ତାଲିକାରେ ଭାରତ, ଆମେରିକାର ନାଁ ନାହିଁ! ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨।୯: ସାଂଘାଇ ସହଯୋଗ ସଂଗଠନ (SCO)ର ମଞ୍ଚରେ ଭାରତକୁ ନେଇ ବଡ଼ ବୟାନ ଦେଇଛନ୍ତି ବେଲାରୁସ ରାଷ୍ଟ୍ରପତି ଏଲେକ୍ସାଣ୍ଡର ଲୁକାଶେଙ୍କୋ। ତାଙ୍କ ଭାଷଣରେ ସେ ଭାରତକୁ ବିଶ୍ୱର…

ନୂଆ ପ୍ରଧାନଶିକ୍ଷୟିତ୍ରୀ ଭାବେ ଯୋଗଦେଲେ ମାଳତୀ ମହାନ୍ତି, କହିଲେ ବିଦ୍ୟାଳୟର ବିକାଶ ସହ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଳତୀ ମହାନ୍ତି ନୂତନ ଭାବେ ଲେଭଲ-୩ରୁ ପଦୋନ୍ନତି ପାଇ ପ୍ରଧାନଶିକ୍ଷୟିତ୍ରୀ ଭାବେ…

ଜାଲରେ ଫସିଥିଲା ବିରାଟକାୟ ଅଜଗର, ବନବିଭାଗ କର୍ମଚାରୀ ପହଞ୍ଚିବା ପରେ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଧୀନ ମୂଷାପଡ଼ା ଗାଁର ଭରତ ନାଏକଙ୍କ ବଗିଚାରେ ଲାଗିଥିବା ଜାଲରୁ ବୁଧବାର ପୂର୍ବାହ୍ନରେ ଏକ ୬ ଫୁଟ ଲମ୍ବର…

ଏକାଠି ହେଲେ ଓଡ଼ିଶା ଡ୍ରାଇଭର ମହାସଂଘ: ଉତ୍ସାହର ସହ…

ଥୁଆମୂଳ ରାମପୁର,୨।୯(ଦୁର୍ଗା କୀର୍ତ୍ତି): ସାରା ରାଜ୍ୟର ୩୦ଟି ଜିଲା ଓ ୩୧୪ଟି ବ୍ଲକରେ ଓଡ଼ିଶା ଡ୍ରାଇଭର ମହାସଂଘ ସକ୍ରିୟ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୨୧ ମସିହାରେ…

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର: କମିଲା PUCC ଫାଇନ୍‌

ଭୁବନେଶ୍ୱର, ୨।୯: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। PUCC ଜରିମାନା କମାଇଲେ ରାଜ୍ୟ ସରକାର। ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ କଟାଯାଉଥିବା ୧୦ ହଜାର…

କାଶତଣ୍ଡି ଫୁଲରେ ସୁଶୋଭିତ ଅଞ୍ଚଳ: ଖିଲି ଖିଲି ହସରେ ମା’ଙ୍କୁ କରୁଛି ନିମନ୍ତ୍ରଣ

କେସିଙ୍ଗା,୨।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବୋରିଆ ଗ୍ରାମ ନିକଟରେ ଥିବା ତେଲନଦୀ ପାର୍ଶ୍ୱରେ ଶୋଭାପାଉଛି କାଶତଣ୍ଡି ଫୁଲ। ଏପଟେ ଭଲ ବର୍ଷା ଯୋଗୁ ଧାନ…

କାର୍‌ ଓଲଟି ଭିତରେ ପଶିଗଲା ପାଣି, ଅଣନିଶ୍ୱାସୀ ହୋଇ ଚାଲିଗଲା…

ପାରାଦୀପ, ୨।୯ (ଶରତ ରାଉତ): ପାରାଦୀପ-ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥ ତଥା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ ଗେଟ୍‌ ବଜାର ନିକଟରେ ବୁଧବାର ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri