ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା ଅଭିଯୋଗରେ ଜଣେ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଗିରଫ ପୋଲିସ କର୍ମଚାରୀ ଜଣକ ହେଲେ ଛତ୍ରପୁର ରିଜର୍ଭ ପୋଲିସରେ କାର୍ଯ୍ୟରତ ତଥା ପ୍ରଶିକ୍ଷଣରେ ଥିବା ଓଏଏସଆଇ (OASI) ଗୌରାଙ୍ଗ ବେହେରା। ଛତ୍ରପୁର ଥାନା ପୋଲିସ ଶୁକ୍ରବାର ତାଙ୍କୁ ଗିରଫ କରିବା ସହ ସ୍ଥାନୀୟ ଅଦାଲତରେ ହାଜର କରି କୋର୍ଟ ଚାଲାଣ କରିଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ମହିଳା ଜଣକ ଓଏଏସଆଇ ଗୌରାଙ୍ଗ  ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଗୌରାଙ୍ଗ ତାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତି ଶାରୀରିକ ସମ୍ପର୍କ ସ୍ଥାପନ କରିବା ସହ ଦୀର୍ଘ ଦିନ ଧରି ଧୋକା ଦେଇ ଆସୁଥିବା ନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମହିଳାଙ୍କ ଏହି ସଂଗୀନ ଅଭିଯୋଗ ଆଧାରରେ ଛତ୍ରପୁର ଥାନାରେ କେସ୍ ନମ୍ବର ୨୯୮/୨୦୨୬ ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ପୋଲିସ ଘଟଣାର ସତ୍ୟାସତ୍ୟ ଜାଣିବା ପରେ ଶୁକ୍ରବାର ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଇନ ରକ୍ଷାକାରୀ ନିଜେ ଭକ୍ଷକ ସାଜିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏହି ବଜାରରେ ବିକ୍ରି ହେଉଛି ଅଜଗର ଅଣ୍ଡା, ଦାମ୍‌ ଜାଣିଲେ…

ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସେମାନଙ୍କର ଅନନ୍ୟ ଖାଦ୍ୟ ପାଇଁ ସାରା ଦେଶରେ ଜଣାଶୁଣା। ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶର ଲୋକମାନେ ମାଛ, ମାଂସ ବ୍ୟତୀତ…

ସମସ୍ତଙ୍କ ହୃଦୟ ଜିଣିଲେ ସୋନୁ ସୁଦ: କାଠମାଣ୍ଡୁରେ ପହଞ୍ଚି…

କାଠମାଣ୍ଡୁ,୨।୯:ନେପାଳରେ ଭୟଙ୍କର ବନ୍ୟା ଶହ ଶହ ଲୋକଙ୍କ ଜୀବନକୁ ଭାଙ୍ଗି ଦେଇଛି। ଘରଗୁଡ଼ିକ ବାଲି ପରି ଭାସି ଯାଇଛି ଏବଂ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି।…

ଗିଲ୍‌-ବୁମ୍‌ରାଙ୍କୁ ବଡ଼ ଝଟକା! ICC ଟେଷ୍ଟ ରାଙ୍କିଙ୍ଗ୍‌ରେ ବଡ଼ ଓଲଟପାଲଟ, ନୂଆ ତାଲିକା ଦେଖି ଚମକିଯିବେ!

ନୂଆଦିଲ୍ଲୀ,୨।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ନୂଆ ଟେଷ୍ଟ ରାଙ୍କିଙ୍ଗ୍‌ ଜାରି ହୋଇଛି। ବିଶ୍ୱର ବିଭିନ୍ନ ସ୍ଥାନରେ ଟେଷ୍ଟ କ୍ରିକେଟ ଚାଲିଥିବା ବେଳେ ଏହାର ପ୍ରଭାବ…

‘ଆମେରିକାର ରାଷ୍ଟ୍ରପତି ବି ହୋଇପାରନ୍ତି ବିଜୟ! ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥାନ ନେଇପାରନ୍ତି’, ଏମିତି କହିଲେ…

ଚେନ୍ନାଇ,୨।୯: ତାମିଲନାଡୁରେ ଟିଭିକେ (TVK) ସରକାରକୁ ନେଇ ଏଆଇଏଡିଏମ୍‌କେ ମହାସଚିବ ଏଡାପ୍ପାଡି କେ. ପଲାନିସ୍ବାମୀ ତୀବ୍ର କଟାକ୍ଷ କରିଛନ୍ତି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଦାମୀ ଚାର୍ଟର୍ଡ…

ବରଗଡ଼ରେ ଆତଙ୍କ: କୁକୁରକୁ ମାରି ଖାଇଲା ବାଘ, ସିସିଟିଭିରେ କଏଦ ଦୃଶ୍ୟରୁ…

ବରଗଡ଼,୨ା୯(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଦେଖାଯାଇଛି। ମଙ୍ଗଳବାର ସିସିଟିଭିରେ ବାଘ ବୁଲୁଥିବାର ଚିତ୍ର କଏଦ ହେବା ଏବଂ ସେଠାରେ ଏକ…

୨୦୨୯ରେ ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ! ବିଧାୟିକାଙ୍କ ବଡ଼ ଦାବିକୁ ନେଇ ରାଜନୀତିରେ ହଇଚଇ

ଚେନ୍ନାଇ,୨।୯: ତାମିଲନାଡୁର ରାଜନୀତିରେ ଏବେ ଥଲାପତି ବିଜୟଙ୍କୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ସତ୍ତାରୂଢ଼ ଟିଭିକେ (TVK)ର ନେତା ଓ ମନ୍ତ୍ରୀମାନେ ବିଜୟଙ୍କୁ ୨୦୨୯ରେ ପ୍ରଧାନମନ୍ତ୍ରୀ…

ସମୁଦ୍ର କୂଳରେ ବୁଲୁଥିଲେ ପ୍ରେମୀଯୁଗଳ, ହଠାତ୍‌ ମାରିଲା ବିଜୁଳି, ଘଟିଗଲା ଦୁଃଖଦ ଘଟଣା, ଭିଡିଓ ଦେଖିଲେ…

ବ୍ରାସିଲିଆ,୨ା୯: ବ୍ରାଜିଲର ପାଲହୋକାରେ ଥିବା ପ୍ରିଆ ଡା ପିନହେଇରା ବିଚ୍‌ର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ପ୍ରେମୀଯୁଗଳ ବେଳାଭୂମିରେ ଚାଲୁଛନ୍ତି।…

୩ ଶକ୍ତିଶାଳୀ ଦେଶର ତାଲିକାରେ ଭାରତ, ଆମେରିକାର ନାଁ ନାହିଁ! ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨।୯: ସାଂଘାଇ ସହଯୋଗ ସଂଗଠନ (SCO)ର ମଞ୍ଚରେ ଭାରତକୁ ନେଇ ବଡ଼ ବୟାନ ଦେଇଛନ୍ତି ବେଲାରୁସ ରାଷ୍ଟ୍ରପତି ଏଲେକ୍ସାଣ୍ଡର ଲୁକାଶେଙ୍କୋ। ତାଙ୍କ ଭାଷଣରେ ସେ ଭାରତକୁ ବିଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri