ପାତଲମ୍ବା ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ : ଦନ୍ତା ହାତୀ ଆକ୍ରମଣ ସନ୍ଦେହ; ପୋଲିସ, ବନ ବିଭାଗ ଓ ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ ଆରମ୍ଭ

କଲ୍ୟାଣସିଂହପୁର, ୧୭।୭ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତର ପାତଲମ୍ବା ଜଙ୍ଗଲରୁ ଶୁକ୍ରବାର ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରାଥମିକ ତଦନ୍ତରୁ ଯୁବକଙ୍କ ମୃତ୍ୟୁ ଦନ୍ତା ହାତୀ ଆକ୍ରମଣରେ ଘଟିଥିବା ସନ୍ଦେହ କରାଯାଉଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଓ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

ସୂଚନା ଅନୁଯାୟୀ, ପାତଲମ୍ବା ଗାଁ ନିକଟସ୍ଥ ଜଙ୍ଗଲରେ ଶୁକ୍ରବାର ସକାଳେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ କଲ୍ୟାଣସିଂହପୁର ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ, ବନ ବିଭାଗ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।

ଗତ କିଛି ଦିନ ଧରି ଏହି ଅଞ୍ଚଳରେ ଏକ ଦନ୍ତା ହାତୀ ବିଚରଣ କରୁଥିବାରୁ ଯୁବକଙ୍କ ମୃତ୍ୟୁ ହାତୀ ଆକ୍ରମଣରେ ଘଟିଥିବା ସନ୍ଦେହ କରାଯାଉଛି। ତେବେ ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ ଚଳାଇଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଘଟଣା ସମ୍ପର୍କରେ ପୋଲିସ କିମ୍ବା ବନ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ମିଳିପାରିନାହିଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କାଶତଣ୍ଡି ଫୁଲରେ ସୁଶୋଭିତ ଅଞ୍ଚଳ: ଖିଲି ଖିଲି ହସରେ ମା’ଙ୍କୁ କରୁଛି ନିମନ୍ତ୍ରଣ

କେସିଙ୍ଗା,୨।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବୋରିଆ ଗ୍ରାମ ନିକଟରେ ଥିବା ତେଲନଦୀ ପାର୍ଶ୍ୱରେ ଶୋଭାପାଉଛି କାଶତଣ୍ଡି ଫୁଲ। ଏପଟେ ଭଲ ବର୍ଷା ଯୋଗୁ ଧାନ…

PM ମୋଦିଙ୍କ ଜନ୍ମଦିନକୁ ନେଇ ବଡ଼ ପ୍ରସ୍ତୁତି: ୨୫ ରାଜ୍ୟର CM କରିବେ…

ନୂଆଦିଲ୍ଲୀ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା) ଦେଶବ୍ୟାପୀ ଏକ ମାସ ଧରି ଚାଲିବାକୁ ଥିବା ‘ସେବା ସଙ୍କଳ୍ପ’ ଅଭିଯାନ ପାଇଁ…

ଦଶହରାରେ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୩ ଗୁଣ ବଢ଼ିପାରେ ବୋନସ ଲିମିଟ, ଖାତାକୁ କେତେ ଟଙ୍କା ଆସିବ ଜାଣନ୍ତୁ…

ନୂଆଦିଲ୍‌ଲୀ,୨।୯: ପାର୍ୱଣ ଋତୁ ଆରମ୍ଭ ହେବା ପୂର୍ୱରୁ କେନ୍ଦ୍ରୀୟ କର୍ମଚାରୀଙ୍କ ମୁହଁରେ ହସ ଫୁଟାଇବା ଭଳି ଏକ ବଡ଼ ଖବର ସାମ୍ନାକୁ ଆସିଛି। ନ୍ୟାସନାଲ କାଉନସିଲ ଅଫ…

ଭାଗ୍ୟରେ ଲାଗିବ ଚାରିଚାନ୍ଦ! ୭ ସେପ୍ଟେମ୍ବରରୁ ୪ ରାଶିଙ୍କୁ ଅପାର ଧନଲାଭ ସହ ନୂଆ ଚାକିରି ସୁଯୋଗ

ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ରମା ଓ ଗୁରୁଙ୍କ ଯୁତିରୁ ଗଠିତ ହେଉଥିବା ଗଜକେସରୀ ଯୋଗକୁ ଅତ୍ୟନ୍ତ ଶୁଭ ବୋଲି ମନେ କରାଯାଏ। ଯେଉଁ ବ୍ୟକ୍ତିଙ୍କ ଜନ୍ମକୁଣ୍ଡଳୀରେ ଏହି…

ଘରେ ବିଲକୁଲ ଫ୍ରି’ରେ ଲାଗିବ ସୋଲାର ପ୍ୟାନେଲ, ସରକାର ଉଠାଇବେ ସବୁ ଖର୍ଚ୍ଚ

ନୂଆଦିଲ୍ଲୀ,୨।୯: ଦିଲ୍ଲୀବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ସରକାର ଏପରି ଏକ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି, ଯାହା ମାଧ୍ୟମରେ ଏବେ ଛାତ ଉପରେ ସୋଲାର ଲଗାଇବା…

କାର୍‌ ଓଲଟି ଭିତରେ ପଶିଗଲା ପାଣି, ଅଣନିଶ୍ୱାସୀ ହୋଇ ଚାଲିଗଲା…

ପାରାଦୀପ, ୨।୯ (ଶରତ ରାଉତ): ପାରାଦୀପ-ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥ ତଥା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ ଗେଟ୍‌ ବଜାର ନିକଟରେ ବୁଧବାର ସକାଳେ…

ଆଜି ତୁଳା ରାଶିରେ ଶୁକ୍ରଙ୍କ ପ୍ରବେଶ: ମେଷ ସମେତ ଏହି ୫ ରାଶିର ହେବ ବମ୍ଫର ରୋଜଗାର, ଘଟିବ ଯାହା କେବେ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ପ୍ରେମ, ସୁଖ-ସୁବିଧା, ଧନ, ବୈଭବ ଓ ଐଶ୍ୱର୍ଯ୍ୟର କାରକ ବୋଲି ମନେ କରାଯାଏ। ଶୁକ୍ରଙ୍କ ରାଶି ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି…

ସରପଞ୍ଚଙ୍କ ଗାଁ ରାସ୍ତା ଶୋଚନୀୟ: ପାଦ ଚଲା ରାସ୍ତା ପାଇଁ ବି ନୁହେଁ ଉପଯୋଗୀ

ଗଞ୍ଜାମ,୨।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମଗୁଡିକ ଅବହେଳିତ ଅବସ୍ଥାରେ ଥିବାବେଳେ ଖୋଦ ସରପଞ୍ଚଙ୍କ ଗାଁ ନୀଳାଦ୍ରିପୁର ରାସ୍ତା ଶୋଚନୀୟ ହୋଇପଡ଼ିଥିବା ଅଭିଯୋଗ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri