Posted inଜାତୀୟ

ମୋଦିଙ୍କ ବିରୋଧରେ ଲଢ଼ିବେନି ଭୀମସେନା ମୁଖ୍ୟ

ନୂଆଦିଲ୍ଲୀ,୧୮ା୪(ପି.ଟି.): ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଥିବା ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ୍‌ ଶେଷରେ ନିଜ ନିଷ୍ପତ୍ତି ବଦଳାଇଛନ୍ତି। ତାଙ୍କ ସଂଗଠନ ଏସ୍‌ପି-ବିଏସ୍‌ପି ମେଣ୍ଟକୁ ସମର୍ଥନ କରିବ। ଭାଜପାକୁ ପରାଜିତ କରିବାକୁ ହେଲେ ଦଳିତ ଭୋଟ ବିଭାଜିତ ନ ହୋଇ ମେଣ୍ଟକୁ ଯିବା ଉଚିତ। ସେଥିପାଇଁ ସେ ପ୍ରାର୍ଥୀ ହେବା ନିଷ୍ପତ୍ତିରୁ ଓହରିଗଲେ ବୋଲି ଆଜାଦ କହିଛନ୍ତି। ପୂର୍ବରୁ ବିଏସ୍‌ପି ସୁପ୍ରିମୋ ମାୟାବତୀ ଭୀମସେନା ମୁଖ୍ୟଙ୍କୁ ଭାଜପାର ଏଜେଣ୍ଟ କହିଥିଲେ। ତେବେ ବିଏସ୍‌ପି ଯଦି ବାରାଣସୀରୁ ସତୀଶ ଚନ୍ଦ୍ର ମିଶ୍ରଙ୍କୁ ପ୍ରାର୍ଥୀ କରେ ତେବେ ଭୀମସେନା ସମର୍ଥନ ଦେବ ବୋଲି ଆଜାଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ୭୦% ଶସ୍ତା ହେବ ଏହି ଔଷଧ

ନୂଆଦିଲ୍ଲୀ,୮।୧୦: କ୍ୟାନ୍ସର ଚିକିତ୍ସାରେ ଭାରି ଖର୍ଚ୍ଚକୁ ନେଇ ଚିନ୍ତିତ ରୋଗୀ ଓ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସମସ୍ତ ନନ୍-ସେଡ୍ୟୁଲ୍…

ବଙ୍ଗରେ ହଲଚଲ! ଉପନିର୍ବାଚନକୁ ନେଇ ମମତାଙ୍କ ବଡ଼ ଅଭିଯୋଗ; କହିଲେ ନିର୍ବାଚନ ହୋଇନି, EVMରେ…

କୋଲକାତା,୮।୧୦: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ରାଜନୀତି ସରଗରମ ହୋଇଛି । ମମତା ବାନାର୍ଜୀ ଭାଜପା ଉପରେ ଗୁରୁତର…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

”ବୋହୂ ପେନଶନରେ ଶାଶୂଙ୍କ ଅଧିକାର ନାହିଁ”: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୮।୧୦: ୮୩ ବର୍ଷୀୟା ଜଣେ ବୃଦ୍ଧା ମହିଳାଙ୍କୁ ନିଜ ସ୍ୱର୍ଗତ ପୁଅର ସ୍ତ୍ରୀ ଅର୍ଥାତ ନିଜ ବିଧବା ବୋହୂଠାରୁ ପେନସନର ଅଂଶ ମାଗିବା ମହଙ୍ଗା ପଡ଼ିଲା। ତାଙ୍କ…

ଅଭିଜିତ ଦୀପକେଙ୍କ ଚାଞ୍ଚଲ୍ୟକର ଦାବି

ନୂଆଦିଲ୍ଲୀ,୮।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ‘ଆକ୍ରମକ କକରୋଚ ଜନତା ପାର୍ଟି’ (CJP) ଆସନ୍ତା ଅକ୍ଟୋବର ୧୦ରେ ଜନ୍ତର ମନ୍ତର ଅଭିମୁଖେ ଶୋଭାଯାତ୍ରା…

ମୃତ୍ୟୁ ପୂର୍ବରୁ ବନ୍ଧୁଙ୍କୁ ଏହି ଶେଷ ମେସେଜ କରିଥିଲେ ନାନା ପାଟେକର, ନିଜର ଯନ୍ତ୍ରଣା ପ୍ରକାଶ କରି…

ମୁମ୍ବାଇ: ଭାରତୀୟ ସିନେ ଜଗତର ଭେଟେରାନ ଅଭିନେତା ନିଜର ଦମଦାର ଅଭିନୟ, ଅନନ୍ୟ ଡାଏଲଗ୍‌ କହିବା ଶୈଳୀରେ ବେଶ୍‌ ପରିଚିତ ଥିବା ନାନା ପାଟେକରଙ୍କ ବୁଧବାର ବିଳମ୍ବିତ…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?