‘ମୋ ପେଁକାଳି ବଜେଇଦେ’ ନାଟକର ମିତା ଚରିତ୍ରରୁ ମୁକୁଳି ପାରିନି: ସୁକାନ୍ତି ପାଢ଼ୀ

ସୁକାନ୍ତି ପାଢ଼ୀ ନିଜ ନାମରେ ଯେତିକି ପରିଚିତ ନୁହନ୍ତି; ‘ମୋ ପେଁକାଳି ବଜେଇଦେ’ ନାଟକର ଭଉଣୀ ଚରିତ୍ର ସସ୍ମିତା ଜଗଦେବ ଭାବରେ ତା’ଠୁ ବେଶି ପରିଚିତ। ଗୋଟେ ଦିନ ଥିଲା ଭାଇଭଉଣୀର କଥା ଉଠିଲେ ପେଁକାଳି ନାଟକର ଭାଇ ଭଉଣୀ ଚିନ୍ମୟ ଜଗଦେବ ଓ ସସ୍ମିତା ଜଗଦେବ କଥା କୁହାଯାଉଥିଲା। ଘରେଘରେ ପରିଚିତ ହୋଇ ଯାଇଥିଲା ଏହି ନାମ: ମିତା ଓରଫ ସସ୍ମିତା ଜଗଦେବ। ଏ ବାବଦରେ ସୁକାନ୍ତି କହନ୍ତି : ମୋର ଆଜି ବୟସ ହୋଇଯାଇଛି। ମୁଁ ମା’ ଚରିତ୍ରରେ ଅଭିନୟ କରୁଛି। ହେଲେ ‘ମୋ ପେଁକାଳି ବଜେଇଦେ’ର ସେଇ ମିତା ଚରିତ୍ର ଭିତରେ ମୁଁ ବନ୍ଧା ପଡ଼ିଯାଇଛି। ମୋତେ ଏବେ ବି ମୋ ଭାଇର ମିତା ମିତା ଡାକ ଶୁଭି ଯାଉଛି। ମୁଁ ୟା ଭିତରେ ଅନେକ ନାଟକ କଲିଣି। ହେଲେ ପେଁକାଳି ନାଟକର ସଫଳତା ଆଜି ପର୍ଯ୍ୟନ୍ତ କୌଣସି ନାଟକରୁ ପାଇନାହିଁ। କି ବେଳରେ ସେ ନାଟକ ହୋଇଥିଲା ଯେ, ୬ରୁ ୬୦ବର୍ଷ ବୟସର ଲୋକଙ୍କ ମନରେ ଏବେ ବି ସେହି ଭାଇଭଉଣୀ ଚରିତ୍ର ସ୍ମୃତିଟିଏ ହୋଇ ରହିଛି। ଯେଉଁ ନୂଆପିଢ଼ିର ଦର୍ଶକମାନେ ସେତେବେଳେ ନାଟକଟିକୁ ମଞ୍ଚରେ ଦେଖିପାରି ନଥିଲେ ସେମାନେ ଏବେ ୟୁଟ୍ୟୁବ୍‌ରେ ତାକୁ ଖୋଜିଖୋଜି ଦେଖୁଛନ୍ତି। ଗୋଟେ ଭାଇ, ଗୋଟେ ଭଉଣୀ ଆଉ ଜଣେ ଜେଜେ। ବାସ୍‌, ଭାଇଭଉଣୀର ଅନାବିଳ ପ୍ରେମ। ଯାହାକୁ ଭୁଲି ପାରିନି କିମ୍ବା ଶେଷ ପର୍ଯ୍ୟନ୍ତ ସୁଦ୍ଧା ଭୁଲି ପାରିବିନି। ପ୍ରତ୍ୟେକ ଯାତ୍ରାଋତୁ ଆସିଲେ ମୁଁ ସେହି ମିତା ଚରିତ୍ରକୁ ମିସ୍‌କରେ। ତେବେ ବୟସର ବାହାନା ଦେଖେଇ ମନକୁ ବୁଝେଇଦିଏ।

ସୁକାନ୍ତି କହନ୍ତି : ମୋର ସତସତିକା ଜୀବନରେ କେହି ଭାଇନାହାନ୍ତି। ସେଇଟା ମୋର ସବୁଠୁ ବଡ଼ ଦୁଃଖ। ମଞ୍ଚରେ ଯେତେବେଳେ ଏଭଳି ଗୋଟେ ସେହ୍ନୀ ଭାଇକୁ ଦେଖେ ମୋ ଛାତି ଭିତରଟା ହାହାକାର କରିଉଠେ। ଭାଇ ନଥିବାର ଦୁଃଖ ମୋ ଆଖି ବାଟେ ଲୁହ ହେଇ ବୋହି ଆସେ। ମୋ ଭିତରର ଭଉଣୀଟା କାନ୍ଦେ। ଆଉ ଭାବେ, ମୋର ଏମିତିକା ଭାଇଟେ ଥାଆନ୍ତା କି?

– ସତକହୁଛି, ବାସ୍ତବ ଜୀବନରେ ଭାଇ ନଥିବାର ଦୁଃଖ ଆଉ ଅବସୋସ ମିତା ଓରଫ ସସ୍ମିତା ଜଗଦେବ ଚରିତ୍ର ସହିତ ପୂରାପୂରି ମିଶିଯାଏ। ସଂଳାପ ସବୁ ପାଟିରୁ ନୁହେଁ; ଛାତି ଭିତରୁ ବାହାରି ଆସେ। ନାଟକ ଭିତରେ ଯେତେବେଳେ ପ୍ରେମିକ ମୋତେ ପଚାରେ- କୁହ, ତୁମ ପାଖରେ କିଏ ବଡ଼? ଭାଇ ନା ପ୍ରେମିକ। ଭାଇ ନା ସ୍ବାମୀ। ସେତେବେଳେ ମୋତେ ଲାଗେ ଯେମିତି ସତରେ କିଏ ମୋତେ ମୋ ଭାଇଠାରୁ ଅଲଗା କରିନଉଛି। ମୁଁ କହେ ଯେ, ମୋ ଭାଇ ମୋ ପାଇଁ ବଡ଼। ଗୋଟେ ଝିଅ ତା’ ପ୍ରେମକୁ ଭୁଲିଯାଇପାରେ, ତା’ ପ୍ରେମିକକୁ ଭୁଲି ଯାଇପାରେ ହେଲେ ତା’ ଭାଇକୁ କେବେ ଭୁଲି ଯାଇପାରିବନି। ମୋ ଭାଇ ମୋ ପାଇଁ ସ୍ବର୍ଗ ଠାରୁ ବି ଆହୁରି ବଡ଼।
ଅବଶ୍ୟ ଏ ସଂଳାପ ନାଟ୍ୟକାର ଲେଖିଛନ୍ତି। କିନ୍ତୁ ମୁଁ ଯେତେବେଳେ କହେ ମୋତେ ଲାଗେ ଏ ସଂଳାପ ସବୁ ମୋ ମନକଥା। ମୁଁ ଯେମିତି ମଞ୍ଚରେ ଠିଆ ହୋଇ ଡାଏଲଗ୍‌ କହୁନି। ସତସତିକା କଥା କହୁଛି। ସମ୍ଭବତଃ ଏହିସବୁ କାରଣ ପାଇଁ ମୁଁ ଯେମିତି ମିତା ଚରିତ୍ରରୁ ମୁକୁଳି ପାରିନି ଠିକ୍‌ ସେମିତି ଦର୍ଶକମାନେ ମଧ୍ୟ ଆଜି ବି ସେ ଚରିତ୍ରକୁ ମନେରଖିଛନ୍ତି। ସେହି ନାଟକରେ ଅଭିନୟ କରିବା ପରେ ପ୍ରତି ଘରେ ମଁୁ ଗୋଟେ ଭଉଣୀ ପାଲଟି ଯାଇଥିଲି।
ସମ୍ପ୍ରତି ଯାତ୍ରା ବିଶ୍ୱ ଦରବାରରେ ଅଭିନୟ ଜାରି ରଖିଥିବା ଏହି ବର୍ଷିଆନ୍‌ ଅଭିନେତ୍ରୀ ଶେଷରେ ହସିହସି କହନ୍ତି : ଆପଣ ଜାଣନ୍ତି, ସେହି ନାଟକ ପରେ ଅଭିନେତା କୈଳାଶ ବେହେରା ମୋ ଭାଇ ହୋଇ ଯାଇଛନ୍ତି। ସେ ମୋତେ ପ୍ରତି ବର୍ଷ ସାବିତ୍ରୀରେ ଶାଢ଼ି ଦିଅନ୍ତି। ଆଉ ମୁଁ ସବୁ ରାକ୍ଷୀ ପୁନେଇରେ ତାଙ୍କ ହାତରେ ରାକ୍ଷୀ ବାନ୍ଧେ। ଅବଶ୍ୟ ଏବର୍ଷ ସେ ଶାଢ଼ୀ କିଣି ଦେଇପାରି ନାହାନ୍ତି। ହେଲେ ମୋତେ ଟଙ୍କା ଦେଇ କହିଛନ୍ତି ସାବିତ୍ରୀରେ ଶାଢ଼ି କିଣି ପିନ୍ଧିନବୁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?