ମେଶିନ୍‌ ଅଛି, କାମରେ ଲାଗୁନି: ୫ ବର୍ଷରେ ମାତ୍ର ୨୭ ଅଲ୍‌ଟ୍ରାସାଉଣ୍ଡ

ରାୟଗଡ଼ା ଅଫିସ, ୧୭।୯-
ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ସହଜ, ସୁବିଧା ଓ କମ୍‌ ସମୟ ମଧ୍ୟରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ସବୁ ରଖାଯାଇଛି। କିନ୍ତୁ ବିଭିନ୍ନ କାରଣରୁ ଏହାର ପ୍ରକୃତ ଲାଭ ହିତାଧିକାରୀ ପାଉନାହାନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ। ଏଠାରେ ଅଲ୍‌ଟ୍ରାସାଉଣ୍ଡ ମେଶିନ ଅଛି ସତ, କିନ୍ତୁ ଲୋକ ଏହାର ସୁବିଧା ପାଉନାହାନ୍ତି। ଏଠାରେ ୫ ବର୍ଷରେ ମାତ୍ର ୨୭ଟି ଅଲ୍‌ଟ୍ରାସାଉଣ୍ଡ କରାଯାଇଛି।
ଅନୁନ୍ନତ ରାୟଗଡ଼ା ଜିଲାରେ ୨୦୧୪ରେ କଲେକ୍ଟର ଇଣ୍ଟିଗ୍ରେଟେଡ଼ ଆକ୍ସନ ପ୍ଲାନ ଫଣ୍ଡରୁ ୧୮ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ଅଲଟ୍ରାସାଉଣ୍ଡ ମେଶିନ ଲଗାଯାଇଥିଲା। କିନ୍ତୁ ଏହାର ପରିଚାଳନା ପାଇଁ କାହାକୁ ସ୍ଥାୟୀ ନିଯୁକ୍ତି ଦିଆଯାଇ ନ ଥିବାରୁ ୫ବର୍ଷ ମଧ୍ୟରେ ଆଜି ପର୍ଯ୍ୟନ୍ତ ମାତ୍ର ୨୭ଟି ଅଲ୍‌ଟ୍ରାସାଉଣ୍ଡ କରାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ବିଶେଷଜ୍ଞ ଡା. ଉତ୍କଳ ରଥ ୨୫ ଜଣ ରୋଗୀଙ୍କ ଅଲ୍‌ଟ୍ରାସାଉଣ୍ଡ କରିଥିଲେ। ନଭେମ୍ବର ୨୦୧୭ରେ ତାଙ୍କର ଖୋର୍ଦ୍ଧା ବଦଳି ହୋଇଯାଇଥିଲା। ପରେ ପଦ୍ମପୁର ମେଡ଼ିକାଲ ଅଫିସର ଡା. ବି. ଜୟ ବାବୁ ଏଠାରେ ୨ଟି ଅଲ୍‌ଟ୍ରାସାଉଣ୍ଡ କରିଥିଲେ। କିନ୍ତୁ କିଛି ଦିନ ପରେ ତାଙ୍କର ମଧ୍ୟ ଜୟପୁର ବଦଳି ହୋଇଯାଇଥିଲା। ଏବେ ଅଲ୍‌ଟ୍ରାସାଉଣ୍ଡ ମେଶିନ ରଖା ଯାଇଥିବା ରୁମ୍‌ ତାଲା ପଡୁଛି। ଅଲ୍‌ଟ୍ରାସାଉଣ୍ଡ ପାଇଁ ଲୋକ ସହରରେ ଥିବା ଏକ ଘରୋଇ କ୍ଲିନିକ୍‌ ଉପରେ ନିର୍ଭର କରୁଛନ୍ତି। ଆନ୍ଧ୍ରପ୍ରଦେଶରୁ ଜଣେ ବିଶେଷଜ୍ଞ ସପ୍ତାହକୁ ୨ ଦିନ ଆସି ଏଠାରେ ଅଲ୍‌ଟ୍ରାସାଉଣ୍ଡ କରୁଛନ୍ତି। ଘରୋଇ କ୍ଲିନିକ୍‌ରେ ଗୋଟିଏ ଅଲ୍‌ଟ୍ରାସାଉଣ୍ଡ ପାଇଁ ୮୦୦ରୁ ଊର୍ଦ୍ଧ୍ୱ ଟଙ୍କା ଦେବାକୁ ପଡ଼ିଥାଏ। ଆର୍ଥିକ ଅସ୍ବଚ୍ଛଳ ଲୋକଙ୍କ ପାଇଁ ଏହା ବୋଝ ଉପରେ ନଳିତା ବିଡା ସଦୃଶ। ଏତେ ଟଙ୍କା ଦେଇ ଅଲ୍‌ଟ୍ରାସାଉଣ୍ଡ କରିବାରେ କଷ୍ଟ ହେଉଛି ବୋଲି ରୋଗୀ ଓ ତାଙ୍କ ସମ୍ପର୍କୀୟ କହିଛନ୍ତି। ବାଧ୍ୟ ହୋଇ ଧାର କରଜ କରିବାକୁ ପଡୁଛି ବୋଲି ସେମାନେ କହିଛନ୍ତି। ଗର୍ଭଧାରଣର ୬ମାସରେ ଅଲ୍‌ଟ୍ରାସାଉଣ୍ଡ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ମୋ ସ୍ବାମୀ ଦିନ ମଜୁରିଆ। ଏତେ ଟଙ୍କା ଦେଇ ଘରୋଇ କ୍ଲିନିକ୍‌ରେ ଅଲ୍‌ଟ୍ରାସାଉଣ୍ଡ କରିବା ଆମ ପାଇଁ କଷ୍ଟ। ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହି ସୁବିଧା ଥିବା କଥା ଶୁଣିଲୁ। ସେଠାକୁ ଗଲୁ। କିନ୍ତୁ ସେଠାରେ ଅଲ୍‌ଟ୍ରାସାଉଣ୍ଡ ହେଉ ନ ଥିବା ଶୁଣି ନିରାଶ ହୋଇ ଫେରିଲୁ ବୋଲି ଫରେଷ୍ଟ କଲୋନୀ ନିବାସୀ ରୀବା ମେନେକା କହିଛନ୍ତି। ଏ ନେଇ ସିଡିଏମ୍‌ଓ ଡା.ଆର୍ତ୍ତବନ୍ଧୁ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଚଳିତ ସପ୍ତାହରୁ ମୁଁ ଦାୟିତ୍ୱ ଗ୍ରହଣ କରିଛି, ମୋତେ କିଛି ସମୟ ଦରକାର। ଏହି ସମସ୍ୟାର ଶୀଘ୍ର ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri