ମୃତ୍ୟୁଫାଶରୁ ମୁକୁଳିଥିଲେ ୧୨ ଫୁଟ୍‌ବଲ ଖେଳାଳି

ବ୍ୟାଙ୍କକ୍‌,୨୩ା୬(ଆଇଏଏନ୍‌ଏସ୍‌): ଠିକ୍‌ ବର୍ଷକ ତଳେ ଉତ୍ତର ଥାଇଲାଣ୍ଡର ଏକ ଗୁମ୍ଫାରେ ଫସି ରହିଥିଲେ ୧୨ଜଣ କିଶୋର ଫୁଟବଲ୍‌ ଖେଳାଳି। ଦୀର୍ଘ ୧୫ ଦିନ ପରେ ସେମାନଙ୍କୁ ଯେଉଁ କଷ୍ଟସାଧ୍ୟ ଉଦ୍ୟମ କରି ଉଦ୍ଧାର କରାଯାଇଥିଲା ତାହା ଉପରେ ବିଶ୍ୱବାସୀଙ୍କ ଧ୍ୟାନ କେନ୍ଦ୍ରୀଭୂତ ହୋଇଥିଲା।
ବର୍ତ୍ତମାନ ଏହି ପିଲାମାନେ ସ୍ବାଭାବିକ ଅବସ୍ଥାକୁ ଫେରି ପାଠପଢ଼ା ଜାରି ରଖିଛନ୍ତି। ଫୁଟବଲ୍‌ କୋଚ୍‌ ଏକାପୋଲ୍‌ ଚାନ୍ଥାଓଙ୍ଗ ମଧ୍ୟ ନିଜର ଏକ ଏକାଡେମୀ ଖୋଲି ଅତୀତର ଅଙ୍ଗେଲିଭା ସ୍ମୃତିକୁ ଭୁଲିଯିବାକୁ ବସିଛନ୍ତି। ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଲକ୍ଷଲକ୍ଷ ଲୋକ ଫଲୋ କରିଥିବା ‘ଏଫି ନ୍ୟୁଜ୍‌’ରେ ରିପୋର୍ଟ ପ୍ରକାଶ ପାଇଛି।
କାଳଗୁମ୍ଫାରୁ ଉଦ୍ଧାର ପାଇବା ପରେ ଆମନ୍ତ୍ରଣ କ୍ରମେ ବିଭିନ୍ନ ଦେଶ ଗସ୍ତ କରିଥିଲା ଏହି ଟିମ୍‌। ଏହି ଘଟଣା ଉପରେ ଏକ ଫିଲ୍ମ ନିର୍ମାଣ ପାଇଁ ମଧ୍ୟ ନେଟଫ୍ଲିକ୍ସ ସହ ଚୁକ୍ତି ହୋଇଛି। ଫୁଟବଲ୍‌ ଖେଳାଳିଙ୍କ ବୟସ ଥିଲା ୧୧ରୁ ୧୬ବର୍ଷ। ସେମାନେ ଫୁଟବଲ୍‌ ଖେଳି କୋଚ୍‌ଙ୍କ ସହ ଘରକୁ ଫେରୁଥିବାବେଳେ ମଜାରେ ମଜାରେ ସୁଡଙ୍ଗ ପଥ ଦେଇ ଏକ ଗୁମ୍ଫା ଭିତରେ ପ୍ରବେଶ କରିଥିଲେ। ଦୁର୍ଯୋଗକୁ ମୌସୁମୀ ବାୟୁଜନିତ ପ୍ରବଳ ବର୍ଷା ହେବାରୁ ସେମାନଙ୍କ ଫେରିବା ପଥ ବୁଡିଯାଇଥିଲା ଏବଂ ସେମାନେ ସେଇ ଗୁମ୍ଫାରେ ହିଁ ଫସି ରହିଥିଲେ। ସେଇ କାଳଗୁମ୍ଫାରୁ ନ ଫେରିବାରୁ ପରିବାର ସଦସ୍ୟଙ୍କ ସମେତ ଜନସାଧାରଣ ଭୟଭୀତ ହୋଇପଡିଥିଲେ। ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ସେତେବେଳେ ଖୁବ୍‌ ଚର୍ଚ୍ଚା ହୋଇଥିଲା। ବୁଡାଳି ଏବଂ ଗୁମ୍ଫା ବିଶେଷଜ୍ଞଙ୍କୁ ନେଇ ଏକ ଅର୍ନ୍ତଜାତୀୟ ଟିମ୍‌ ଉକ୍ତ ଫୁଟବଲ୍‌ ଖେଳାଳିଙ୍କୁ ଉଦ୍ଧାର କରିଥିଲେ।
ଟିମ୍‌ର କୋଚ୍‌ ଏକାପୋଲ୍‌ ଚାନ୍ଥାଓଙ୍ଗ୍‌ ଥାମ୍‌ ଲୁଆଙ୍ଗ କେଭ୍‌ ନିକଟରେ ନିଜର ଏକ ଫୁଟବଲ୍‌ ଏକାଡେମୀ ଗଢ଼ିଛନ୍ତି। ତାଙ୍କ ଫେସବୁକ୍‌ ପେଜ୍‌ରେ ୧,୮୩,୦୦୦ ଅନୁସରଣକାରୀ ଅଛନ୍ତି। ଏ ପର୍ଯ୍ୟନ୍ତ ଏହି ଉଦ୍ଧାର ଅଭିଯାନକୁ ନେଇ ଦୁଇଟି ପୁସ୍ତକ ପ୍ରକାଶିତ ହେଲାଣି।
ଶେଷରେ ଜୁଲାଇ ୨ରେ ଦୁଇଜଣ ବ୍ରିଟିଶ ବୁଡାଳି କିଶୋର ଖେଳାଳିମାନଙ୍କୁ ପାଇବାରେ ସମର୍ଥ ହୋଇଥିଲେ। ବିନା ଖାଦ୍ୟରେ ଅନ୍ଧାର ଭିତରେ କେବଳ ଗୁମ୍ଫାକାନ୍ଥରୁ ଝରୁଥିବା ପାଣି ପିଇ ସେମାନେ ଜୀବନ ବଞ୍ଚାଇଥିଲେ। ଜୁଲାଇ ୮ରୁ ୧୦ ମଧ୍ୟରେ ପିଲାଙ୍କୁ ପହଁରା ତାଲିମ ଦିଆଯାଇଥିଲା। ସ୍ବତନ୍ତ୍ର ବୁଡାଳି ଟିମ୍‌ ଦ୍ୱାରା ଦୀର୍ଘ ୪କିଲୋମିଟର ବ୍ୟାପୀ ଜଳଭରା ବିପଜ୍ଜନକ ପଥଦେଇ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କର ଦୁଃସାହସିକ ରହଣି, ଧୈର୍ଯ୍ୟ ଏବଂ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ଅକ୍ଟୋବରରେ ମାଞ୍ଚେଷ୍ଟର ୟୁନାଇଟେଡ ମ୍ୟାଚ୍‌ରେ ଯୋଗ ଦେବାଲାଗି ସେମାନଙ୍କୁ ବ୍ରିଟେନ ନିମନ୍ତ୍ରଣ କରାଯାଇଥିଲା। ସେମାନେ ମଧ୍ୟ ସମର ୟୁଥ୍‌ ଅଲିମ୍ପିକ୍ସ ଦେଖିବା ଲାଗି ବୁଏନ୍ସ ଏରିସ୍‌ ଗସ୍ତ କରିଥିଲେ। ଆମେରିକାର ସୁପରିଚିତ ଟିଭି ହୋଷ୍ଟ ଏଲେନ୍‌ ଡିଜେନେରେସ୍‌ ସେମାନଙ୍କର ସାକ୍ଷାତକାର ନେଇଥିଲେ।
ବର୍ଷକ ତଳର ସେଇ ଦୁଃଖଦ ସ୍ମୃତି ଚାରଣ କରି ରବିବାର ଥାଇଲାଣ୍ଡରେ ଏକ ଗଣଦୌଡ ଅନୁଷ୍ଠିତ ହେଉଛି। ଏହି ଚର୍ଚ୍ଚିତ ଗୁମ୍ଫାକୁ ମ୍ୟୁଜିୟମରେ ପରିଣତ କରାଯିବା ସହିତ ଉଦ୍ଧାର କାର୍ଯ୍ୟ ବେଳେ ପ୍ରାଣ ହରାଇଥିବା ଥାଇ ଡାଇଭର ସମନ କୁନାନଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ମଧ୍ୟ ନିର୍ମାଣ ହୋଇଛି। ଗୁମ୍ଫାର ପ୍ରବେଶପଥ ନିକଟରେ ସୋମବାର ଅନୁଷ୍ଠିତ ହେଉଥିବା ବୌଦ୍ଧ ଧର୍ମାବଲମ୍ବୀଙ୍କ ଏକ କାର୍ଯ୍ୟକ୍ରମରେ ଫୁଟବଲ ଖେଳାଳି ଏବଂ କୋଚ ଅଂଶଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏତିକି ଦିନ ପାଇଁ ଅସ୍ତ୍ରବିରତି ଘୋଷଣା: ୨ ନେତାଙ୍କୁ ଧନ୍ୟବାଦ ଦେଲା ଇରାନ, କହିଲା ଏମାନଙ୍କ ପାଇଁ…

ଓ୍ବାଶିଂଟନ୍‌,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri