ମୃତକଙ୍କ ନାଁରେ ଉଠାଯାଉଛି ଭତ୍ତା

ତିହିଡ଼ି, ୧୪।୯ (ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ବିଭିନ୍ନ ଅନିୟମିତତା ନେଇ ଅଭିଯୋଗ ହୋଇଛି। ଏପରିକି ମୃତକଙ୍କ ନାଁରେ ୨ ବର୍ଷ ହେଲା ଭତ୍ତା ଟଙ୍କା ଉଠାଯାଉଛି ବୋଲି ପଞ୍ଚାୟତର କେତେକ ଅଧିବାସୀ ବିଡିଓଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏଭଳି ଅନିୟମିତତାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଆସନ୍ତା ୧୮ ତାରିଖରେ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ସେମାନେ ଗଣଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।
ଅଭିଯୋଗରେ ଦର୍ଶାଯାଇଛି ଯେ, ପଞ୍ଚାୟତର ୨୫ ଜଣ ହିତାଧିକାରୀଙ୍କର ୨ବର୍ଷ ତଳେ ମୃତ୍ୟୁ ଘଟିଛି। ହେଲେ ସେହି ହିତାଧିକାରୀଙ୍କ ନାଁରେ ଏବେବି ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ଉଠାଣ ହେଉଛି। ଏହାଛଡ଼ା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କ୍ରମିକ ନମ୍ବରରେ ପରିବର୍ତ୍ତନ କରାଯାଇଛି। ଗୃହ ନିର୍ମାଣ କରି ନ ଥିବା ହିତାଧିକାରୀଙ୍କୁ ସମ୍ପୂର୍ଣ୍ଣ ବିଲ୍‌ ପ୍ରଦାନ କରାଯାଇଛି। ବିଭିନ୍ନ ସମୟରେ ଏ ସମ୍ପର୍କରେ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ସମିତିସଭ୍ୟ ଯଶୋବନ୍ତ ମଳିକ, ସୁରେନ୍ଦ୍ର ନାୟକ, ଟିକାୟତ ନାୟକ, ଦିଲୀପ ନାୟକ, ଦାଶରଥୀ ନାୟକ, ପ୍ରଦୀପ ପରିଡ଼ା ଓ ନିରଞ୍ଜନ ଦାସ ପ୍ରମୁଖ ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କରେ ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓଙ୍କୁ ପଚାରିବାରୁ ଅଭିଯୋଗର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ସହରରେ ପ୍ରବଳ ବର୍ଷା: ଗୁଳୁଗୁଳିରୁ ଅସ୍ବସ୍ତି

ଗଞ୍ଜାମ,୧୨ା୬(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଶୁକ୍ରବାର ସନ୍ଧ୍ୟାରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ଫଳରେ ଗୁଳୁଗୁଳିରୁ ଲୋକଙ୍କୁ ସାମାନ୍ୟ ଅସ୍ବସ୍ତି ମିଳିଛି। ଅନ୍ୟପଟେ ଏହି ବର୍ଷା…

ରେଳ ଲାଇନ ନକ୍ସା ପରିବର୍ତ୍ତନ ପାଇଁ ମସୁଧା : ଗଣ ଆନ୍ଦୋଳନ ନିଷ୍ପତ୍ତି 

ଦିଗପହଣ୍ଡି,୧୨|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ କଳିଙ୍ଗ ବୈଶ୍ୟ ସମାଜ ସଭାଗୃହରେ  ଦକ୍ଷିଣ ଓଡ଼ିଶା ବିକାଶ ସମିତି ଆନୁକୁଲ୍ୟରେ ଖେମୁଣ୍ଡି ଉନ୍ନୟନ ମଞ୍ଚ ପକ୍ଷରୁ…

‘୩୭୦ ଟଙ୍କାର ବିରିୟାନୀ’ ବିବାଦରେ ଫସିଥିବା କମେଡିଆନ ପ୍ରଣିତ ମୋରେ ଗୋଟିଏ ଶୋ’ରୁ କେତେ କମାନ୍ତି? ସମ୍ପତ୍ତି କଥା ଜାଣିଲେ…

ସୋସିଆଲ ମିଡିଆ ଦୁନିଆରେ ରାତାରାତି ପ୍ରସିଦ୍ଧି ପାଇବା ଯେତିକି ସହଜ, ବିବାଦ ଗଳିରେ ଫସିଯିବାର ବିପଦ ମଧ୍ୟ ସେତିକି ଅଧିକ ରହିଥାଏ। ଆଜିକାଲି ଷ୍ଟାଣ୍ଡଅପ କମେଡିଆନ ପ୍ରଣିତ…

ନିସ୍ତୁକ ମାଡ଼ ମାରି ମୃତ ଭାବି କୂଅକୁ ଫିଙ୍ଗି ଦେଇଥିଲେ : ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍

ବରଗଡ଼,୧୩।୬(ପ୍ରେମାନନ୍ଦ ଖମାରୀ):  ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ସମଲେଇପଦର ନିକଟ ଜଙ୍ଗଲରେ ରହିଥିବା ଏକ ପରିତ୍ୟକ୍ତ କୂଅରୁ ୪ଦିନ ପରେ ଯୁବକ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ…

ଗ୍ରାମବାସୀଙ୍କ ଦୁଃଖ ଶୁଣିଲେ ବିଧାୟକ, ଭତ୍ତା ସହ ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ…

ଗଜପତି,୧୨ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମରେ ଆୟୋଜିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଯୋଗଦେଇ ଗ୍ରାମବାସୀଙ୍କ…

ବନ ବିଭାଗରେ ନିୟୋଜିତ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ମହଙ୍ଗା ପଡ଼ିଲା ସରକାରୀ ଗାଡ଼ିରେ ବେସରକାରୀ କାମ

ବଣାଇଁ,୧୨ା୬(ପ୍ରଦୀପ ତ୍ରିପାଠୀ): ରାଜାମୁଣ୍ଡା କୋଇଡା ୫୨୦ ନମ୍ବର ଜାତୀୟ ରାଜପଥର କେ. ବଲାଙ୍ଗ ଥାନା ନିକଟରେ ଗୁରୁବାର ରାତିରେ ହାଇଓ୍ବା ପଛରେ ଏକ ବୋଲେରୋ ପିଟି ହୋଇ…

କାଲି ସକାଳୁ ମାଡ଼ି ଆସୁଛି ବର୍ଷା! ଏସବୁ ଜିଲାକୁ ହାଇ ଆଲର୍ଟ…

ନୂଆଦିଲ୍ଲୀ,୧୨।୬: ଆଇଏମଡି (IMD) ର ସୂଚନା ଅନୁଯାୟୀ, ଜୁନ ୪ ରେ କେରଳରେ ପ୍ରବେଶ କରିବା ପରେ ମୌସୁମୀ ମାତ୍ର ୮ ଦିନ ମଧ୍ୟରେ ୧୭ଟି ରାଜ୍ୟକୁ…

ମମତା ବାନାର୍ଜୀଙ୍କ ବିରୋଧରେFIR; ବଢ଼ିଲା ଅଡୁଆ

କୋଲକାତା,୧୨।୬: କ୍ଷମତା ହରାଇବା ପରଠାରୁ ପଶ୍ଚିମବଙ୍ଗର ପୂର୍ୱତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମସ୍ୟା କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି। ସାମ୍ପ୍ରଦାୟିକ ମନ୍ତବ୍ୟ ସମ୍ପର୍କରେ ତାଙ୍କ ବିରୋଧରେ ହ୍ୟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri