Posted inଫୁରସତ

ମୃତ ବ୍ୟକ୍ତିଙ୍କ ନାମରେ ମାମଲା, କୋର୍ଟରୁ ଆସିଲା ନୋଟିସ୍‌

ପାଟନା: ମୃତକ ହିତାଧିକାରୀ ହୋଇ ରାଶନ, ଘର ତଥା ଭତ୍ତା ପାଇବା କଥା ଶୁଣିଛନ୍ତି। ମାତ୍ର ମୃତକଙ୍କ ନାମରେ କେସ୍‌ ହେବା କଥା କେବେ ଶୁଣିଛନ୍ତି କି? ବିହାରରେ ଘଟିଛି ଏମିତି ଏକ ଘଟଣା। ମୃତ ବ୍ୟକ୍ତିଙ୍କ ନାମରେ କେସ୍‌ କରି ପୋଲିସ ତା’ ଅପାରଗ ପଣିଆ ପଦାରେ ପକାଇ ଦେଇଛି। ପାଟନା ଜିଲାର ବରହ ଅଞ୍ଚଳରେ ଶାନ୍ତି ଭଙ୍ଗ ପାଇଁ ପୋଲିସ ଅଭିଯୋଗରେ ପାଞ୍ଚଜଣଙ୍କ ସହ ଜଣେ ମୃତ ବ୍ୟକ୍ତିଙ୍କ ନାମ ସାମିଲ କରିଥିଲା । ମୃତ ବ୍ୟକ୍ତିଙ୍କ ନାମ ଅଜୟ କୁମାର ଯାଦବ। ଏହାପରେ ୧୦୭ ଧାରାରେ ଏହି ୬ ଜଣଙ୍କ ନାମରେ ମାମଲା ଦାଏର କରି କୋର୍ଟରେ ଦାଖଲ କରିଥିଲା। ବରହ ଅଞ୍ଚଳରେ ମନ୍ଦିରକୁ ଦିଆଯାଉଥିବା ଦାନକୁ ନେଇ ଏକ ବିବାଦୀୟ ପରିସ୍ଥିତିରେ ଶାନ୍ତି ଭଙ୍ଗ ହେବା ଆଶଙ୍କା କରି ଏହି କେସ କରାଯାଇଥିଲା। ପୋଲିସ କୋର୍ଟ ଏବେ ଅଜୟଙ୍କ ନାମରେ ନୋଟିସ ପଠାଇ ସେପ୍ଟେମ୍ବର ୧୧ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଘର ଲୋକ ଏହି ନୋଟିସ ପାଇବା ପରେ ଅଜୟଙ୍କର ୫ ବର୍ଷ ହେବ ମୃତ୍ୟୁ ହୋଇଛି ବୋଲି ଜଣାଇଛନ୍ତି। ଅଜୟଙ୍କ ମୃତ୍ୟୁ ହୋଇଥିଲେ ବି ପୋଲିସ ଅଜୟଙ୍କ ନାମରେ ଜାନୁୟାରୀ, ୨୦୧୯ରେ ଏଫ୍‌ଆଇଆର୍‌ ଦାଏର କରିଛି ବୋଲି ତାଙ୍କ ପିତା ରାମକୃଷ୍ଣ ଯାଦବ କହିଛନ୍ତି। ବରହ ଥାନା ଏସ୍‌ଏଚ୍‌ଓ ସଞ୍ଜିତ କୁମାର ଏହି ଘଟଣାକୁ ଏକ ତ୍ରୁଟି ବୋଲି ଦର୍ଶାଇ ତାହାକୁ ଠିକ୍‌ କରାଯାଉଛି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri