Posted inଫୁରସତ

ମୃତ ବ୍ୟକ୍ତିଙ୍କ ନାମରେ ମାମଲା, କୋର୍ଟରୁ ଆସିଲା ନୋଟିସ୍‌

ପାଟନା: ମୃତକ ହିତାଧିକାରୀ ହୋଇ ରାଶନ, ଘର ତଥା ଭତ୍ତା ପାଇବା କଥା ଶୁଣିଛନ୍ତି। ମାତ୍ର ମୃତକଙ୍କ ନାମରେ କେସ୍‌ ହେବା କଥା କେବେ ଶୁଣିଛନ୍ତି କି? ବିହାରରେ ଘଟିଛି ଏମିତି ଏକ ଘଟଣା। ମୃତ ବ୍ୟକ୍ତିଙ୍କ ନାମରେ କେସ୍‌ କରି ପୋଲିସ ତା’ ଅପାରଗ ପଣିଆ ପଦାରେ ପକାଇ ଦେଇଛି। ପାଟନା ଜିଲାର ବରହ ଅଞ୍ଚଳରେ ଶାନ୍ତି ଭଙ୍ଗ ପାଇଁ ପୋଲିସ ଅଭିଯୋଗରେ ପାଞ୍ଚଜଣଙ୍କ ସହ ଜଣେ ମୃତ ବ୍ୟକ୍ତିଙ୍କ ନାମ ସାମିଲ କରିଥିଲା । ମୃତ ବ୍ୟକ୍ତିଙ୍କ ନାମ ଅଜୟ କୁମାର ଯାଦବ। ଏହାପରେ ୧୦୭ ଧାରାରେ ଏହି ୬ ଜଣଙ୍କ ନାମରେ ମାମଲା ଦାଏର କରି କୋର୍ଟରେ ଦାଖଲ କରିଥିଲା। ବରହ ଅଞ୍ଚଳରେ ମନ୍ଦିରକୁ ଦିଆଯାଉଥିବା ଦାନକୁ ନେଇ ଏକ ବିବାଦୀୟ ପରିସ୍ଥିତିରେ ଶାନ୍ତି ଭଙ୍ଗ ହେବା ଆଶଙ୍କା କରି ଏହି କେସ କରାଯାଇଥିଲା। ପୋଲିସ କୋର୍ଟ ଏବେ ଅଜୟଙ୍କ ନାମରେ ନୋଟିସ ପଠାଇ ସେପ୍ଟେମ୍ବର ୧୧ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଘର ଲୋକ ଏହି ନୋଟିସ ପାଇବା ପରେ ଅଜୟଙ୍କର ୫ ବର୍ଷ ହେବ ମୃତ୍ୟୁ ହୋଇଛି ବୋଲି ଜଣାଇଛନ୍ତି। ଅଜୟଙ୍କ ମୃତ୍ୟୁ ହୋଇଥିଲେ ବି ପୋଲିସ ଅଜୟଙ୍କ ନାମରେ ଜାନୁୟାରୀ, ୨୦୧୯ରେ ଏଫ୍‌ଆଇଆର୍‌ ଦାଏର କରିଛି ବୋଲି ତାଙ୍କ ପିତା ରାମକୃଷ୍ଣ ଯାଦବ କହିଛନ୍ତି। ବରହ ଥାନା ଏସ୍‌ଏଚ୍‌ଓ ସଞ୍ଜିତ କୁମାର ଏହି ଘଟଣାକୁ ଏକ ତ୍ରୁଟି ବୋଲି ଦର୍ଶାଇ ତାହାକୁ ଠିକ୍‌ କରାଯାଉଛି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?