Posted inଖେଳ

ମୁମ୍ବାଇ ପାଇଁ ଫିଟ୍‌ ନୁହେଁ ୨୩ ବର୍ଷରୁ କମ୍‌ ଭାରତୀୟ ଦଳର ଖେଳାଳି

ମୁମ୍ବାଇ, ୨୯।୧୨- ନିର୍ଦ୍ଦିଷ୍ଟ ବୟସ ବର୍ଗରେ ଭାରତୀୟ ଦଳ ପାଇଁ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ସମାନ ବୟସ ବର୍ଗର ମୁମ୍ବାଇ ଦଳରେ ସ୍ଥାନ ମିଳୁନାହିଁ। ଅର୍ମାନ ଜାଫର ଏସିଆନ କ୍ରିକେଟ ପରିଷଦ ଇମର୍ଜିଂ କପ୍‌(୧୩ ବର୍ଷରୁ କମ୍‌)ରେ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରି ସର୍ବାଧିକ ୨୩୦ ରନ୍‌ କରିଥିଲେ। ସେ ଦିନିକିଆ ଟୁର୍ନାମେଣ୍ଟରେ ୫୧* (ବନାମ ନେପାଳ), ୧୦୫ (ବନାମ ବାଂଲାଦେଶ), ୨୮ (ବନାମ ହଂକଂ) ଓ ୪୬ (ବନାମ ପାକିସ୍ତାନ) ରନ୍‌ କରିଥିଲେ। କିମ୍ବଦନ୍ତୀ ଘରୋଇ ବ୍ୟାଟ୍ସମ୍ୟାନ ଓ୍ବାସିମ ଜାଫରଙ୍କ ପୁତୁରା ଅର୍ମାନ ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିଥିଲେ। ପ୍ରତିପକ୍ଷ ଦଳରେ ୫ ଅନ୍ତର୍ଜାତୀୟ ଖେଳାଳି ଥିଲେ। ଏହି ଇଭେଣ୍ଟରୁ ଫେରିବା ପରେ ତାଙ୍କୁ ସିକେ ନାୟୁଡୁ ଟ୍ରଫି ପାଇଁ ଘୋଷିତ ମୁମ୍ବାଇ ୨୩ ବର୍ଷରୁ କମ୍‌ ଦଳରେ ସୁଯୋଗ ମିଳିଥିଲା। ପ୍ରଥମ ମ୍ୟାଚ୍‌ରେ ୧୯ (ଆସାମ) ଓ ଦ୍ୱିତୀୟରେ ୫ ଓ ୨୨ (ବରୋଦା) ରନ୍‌ କରିପାରିଥିଲେ। ତିନି ଇନିଂସ ପରେ ତାଙ୍କୁ ଚୟନକର୍ତ୍ତା ଦଳରୁ ବିଦା କରିି ଦେଇଛନ୍ତି। ଏ ସମ୍ପର୍କରେ ମୁମ୍ବାଇ ମୁଖ୍ୟ ଚୟନକର୍ତ୍ତା କହିଛନ୍ତି, ଆମେ ପ୍ରତ୍ୟେକ ଖେଳାଳିଙ୍କୁ ସମାନ ସୁଯୋଗ ଦେବାକୁ ଚାହୁଁ। ୨୩ ବର୍ଷରୁ କମ୍‌ କ୍ରିକେଟ ଟୁର୍ନାମେଣ୍ଟ ଏକ ପ୍ରକ୍ରିୟା, ଯେଉଁଥିରୁ ଉପର ସ୍ତରର ଖେଳାଳିମାନେ ବାହାରନ୍ତି। ଯଦି ଜଣଙ୍କୁ ସୁଯୋଗ ମିଳିଲା ପରେ ମଧ୍ୟ ପ୍ରଦର୍ଶନରେ ସ୍ଥିରତା ନାହିଁ, ତେବେ ଅନ୍ୟଙ୍କୁ ସୁଯୋଗ ଦେବା ଉଚିତ। ଆମ ନିକଟରେ ବହୁତ ଖେଳାଳି ଅଛନ୍ତି। ସେମାନଙ୍କୁ ଟେଷ୍ଟ କରାଯିବ। କାହାରି ସ୍ଥାନର ଗ୍ୟାରେଣ୍ଟି ଦେଇ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ପ୍ରୀତିଙ୍କ ଗୁମର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧୨: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାଇବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ପ୍ରୀତି ନିକଟରେ…

୨ ଦିନ ପରେ ନବପଞ୍ଚମ ଯୋଗ: ମିଥୁନ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ! ବୃହସ୍ପତିଙ୍କ କୃପାରୁ ବର୍ଷିିବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ଓ ସେମାନଙ୍କର ପରସ୍ପର ସ୍ଥିତିକୁ ବେଶ ଗୁରୁତ୍ୱ ଦିଆଯାଏ। ଦୁଇଟି ଗ୍ରହ ନିର୍ଦ୍ଦିଷ୍ଟ ସ୍ଥିତିରେ ଆସିଲେ ବିଭିନ୍ନ ଯୋଗ ସୃଷ୍ଟି…

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?