ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଏପାଖ ସେପାଖ

ଆନନ୍ଦପୁର/ଘସିପୁରା, ୧।୨ (ସ୍ବ.ପ୍ର./ଡି.ଏନ.ଏ.)- ଆପଣ ମାନେ ଖୁସି ତ-ସଦ୍ୟ ସମାପ୍ତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ନିର୍ବାଚନୀ ସଭାରେ ଜନ ସାଧାରଣ ଉଦ୍ଦେଶ୍ୟରେ ଦେଇଥିବା ନାରା ”ଆପଣ ମାନେ ଖୁସି ତ“ ଏଠାରେ ମଧ୍ୟ ଶୁଣିବାକୁ ମିଳିଥିଲା। କିନ୍ତୁ ଏହି ନାରା ମୁଖ୍ୟମନ୍ତ୍ରୀ ନୁହଁ ବରଂ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଇଥିଲେ। ବ୍ୟାରେଜ ପ୍ରକଳ୍ପ ଉଦଘାଟନୀ ସ୍ଥଳରେ ଉପସ୍ଥିତ ଶତାଧିକ ଲୋକେ ମୁଖ୍ୟମନ୍ତ୍ରୀଙ୍କ ବ୍ୟାରେଜ ପରିଦର୍ଶନ ସମୟରେ ଉତ୍ସାହିତ ହୋଇ କିଛି ଏଭଳି ନାରା ଦେଇଥିଲେ।
ନିରଞ୍ଜନ ବଦ୍ରି ଗପସପ- ବିଏନ ହାଇସ୍କୁଲ ପ୍ଲାଟିନମ ଜୁବୁଲି ଅବସରରେ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ଜିଲାର ଦୁଇ ପ୍ରମୁଖ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର। ସଭାସ୍ଥଳରେ ଏହି ଦୁଇ ଜଣ ନେତା ପାଖାପାଖି ବସି ଢେର କିଛି ସମୟ ଧରି ପରସ୍ପର କାନରେ ଫୁସୁରୁଫାସର ହୋଇଥିଲେ। ମଞ୍ଚରେ ଏହି ରୋଚକ ଦୃଶ୍ୟକୁ ଦେଖି ଉପସ୍ଥିତ ଥିବା ଜନସାଧାରଣ ଚାପା ଗୁଞ୍ଜରଣ କରୁଥିବା ବେଳେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଖାଲି ସେତିକି ନୁହଁ ଏହି ସଭାରେ ବିଧାୟକ ପାତ୍ର ନିଜ ବକ୍ତବ୍ୟରେ କେତେକ ପ୍ରସଙ୍ଗରେ ନିରଞ୍ଜନଙ୍କୁ ସମର୍ଥନ ଜଣାଇବା ସହ ଧନ୍ୟବାଦ ମଧ୍ୟ ଦେଇଥିଲେ।
ନେତାଙ୍କ ଦୌଡ଼ ପ୍ରତିଯୋଗିତା- ମୁଖ୍ୟମନ୍ତ୍ରୀଙ୍କ ଏହି ବ୍ୟସ୍ତ ବହୁଳ ଗସ୍ତ ଅବସରରେ ତିନୋଟି ପୃଥକ ପୃଥକ ସ୍ଥାନରେ କାର୍ଯ୍ୟକ୍ରମ ରହିଥିଲା। ବ୍ୟାରେଜ ପ୍ରକଳ୍ପ ସ୍ଥଳରୁ ବିଏନ ହାଇସ୍କୁଲ ପୁଣି ସେଠାରୁ ଆନନ୍ଦପୁର ଷ୍ଟାଡିୟମ ପଡ଼ିଆକୁ ଯିବା ପାଇଁ ସମସ୍ତ ମନ୍ତ୍ରୀ, ଏମ୍‌ପି ଓ ବିଧାୟକ ମାନେ ଯେଉଁଭଳି ନିଜ ନିଜ ଗାଡ଼ି ଧରିବାକୁ ଦୌଡ଼ି ଯାଉଥିଲେ ଏହା ଉପସ୍ଥିତ ଲୋକଙ୍କୁ ଦୌଡ଼ ପ୍ରତିଯୋଗିତାର ଭ୍ରମ ଲାଗିଥିଲା। ତେବେ ଏହି ଦୌଡ଼ରେ ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ ସମସ୍ତଙ୍କୁ ପଛରେ ପକାଇଦେଇଥିଲେ।
ବୋହିନେଲେ ବିସ୍କୁଟ- ଷ୍ଟାଡିୟମ ପଡ଼ିଆଠାରେ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଯୋଗଦେଇଥିବା ହଜାର ହଜାର ଲୋକଙ୍କ ପାଇଁ ଆସିଥିବା ବିସ୍କୁଟ କାର୍ଟୁନ ଗୁଡ଼ିକୁ ବିଜୁ ଯୁବ ବାହିନୀ ପୋଷାକରେ ଥିବା ସ୍ବେଚ୍ଛାସେବୀ ମାନେ ବୋହି ନେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଚାରିଜଣ ଯୁବ ବାହିନୀ ସ୍ବେଚ୍ଛାସେବୀ ଚାରି କାର୍ଟୁନ ବିସ୍କୁଟ ଷ୍ଟାଡିୟମରୁ ନେଇ ବାହାରେ ଥିବା ଏକ ଦୋକାନରେ ରଖିବା ପରେ ବାଇକରେ ବୋହି ନେଇଯିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାବଣ ସୋମବାରରେ ପାଟଣା ଅଞ୍ଚଳରେ ଭକ୍ତିମୟ ପରିବେଶ, ହରହର ମହାଦେବ ଧ୍ବନୀରେ ପ୍ରକମ୍ପିତ ମନ୍ଦିର

ପାଟଣା,୩ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଅଞ୍ଚଳର ଶୈବ ପୀଠ ଗୁଡ଼ିକରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଶ୍ରାବଣ ମାସ ପ୍ରଥମ ସୋମବାର…

ଶ୍ରାବଣ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼

କେନ୍ଦୁଝର,୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଣୁ ବିଭିନ୍ନ ଶୈବପୀଠରେ ସକାଳୁ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି। ବିଶେଷ କରି କାଉଡ଼ିଆମାନେ…

କବିତା ଆସରରେ ମାତୃଭାଷାର ବିକାଶ ପାଇଁ ଆହ୍ବାନ

ହାଟଡିହୀ,୨l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିସରରେ ହାଟଡିହୀ ସାହିତ୍ୟ ଘର ପକ୍ଷରୁ ବର୍ଷାକାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସଭାପତି…

ବର୍ଷା ବିପନ୍ନଙ୍କ ପାଖରେ ପହଞ୍ଚିଲେ ହାଟଡିହି ବ୍ଲକ ଉପାଧ୍ୟକ୍ଷ, ଅଞ୍ଚଳବାସୀଙ୍କ ପ୍ରଶଂସା

ବଞ୍ଚୋ,୨।୮(ପ୍ରଦୋଷ ବିଶ୍ୱାଳ ): ଲଗାଣ ବର୍ଷା ଓ ବନ୍ୟା ପ୍ରଭାବରେ ଆନନ୍ଦପୁର ଉପଖଣ୍ଡର ଅନେକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବଞ୍ଚୋ ଗ୍ରାମପଞ୍ଚାୟତର ୧୧ ଓ…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ୪୮ ଘଣ୍ଟା ନ ପୂରୁଣୁ ବନ୍ଧାହେଲେ ଯୁବକ

ହାଟଡିହୀ,୨ା୮(ଶୁଭକାନ୍ତ ନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୁବକଙ୍କୁ କେନ୍ଦୁଝର ଜିଲା ନନ୍ଦୀପଦା ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ…

ଗାଁ ଗାଁ ବୁଲି ଆବର୍ଜନା ସଂଗ୍ରହ କରୁଛନ୍ତି ମଞ୍ଜୁଲତା, ସାଉଁଟୁଛନ୍ତି ପ୍ରଶଂସା

ପାଟଣା,୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ମୂଷାଖୋରୀ ପଞ୍ଚାୟତ ମୂଷାଖୋରୀ ଗ୍ରାମର କାଶିଆ ସାହିର ମଞ୍ଜୁଲତା ମହାନ୍ତ ସ୍ବଚ୍ଛ ଭାରତ ମିଶନର ଜଣେ ପ୍ରକୃତ ସାରଥୀ…

ଲଗାଣ ବର୍ଷାରେ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ କେନ୍ଦୁଝର MP, ପୀଡ଼ିତଙ୍କୁ ଶୀଘ୍ର…

ବଞ୍ଚୋ, ୧।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର MP ଅନନ୍ତ ନାୟକ…

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri