ମୁଁ ତ ଅମୃତସାଗର ବିନ୍ଦୁ

ଡ. ପବିତ୍ର ସୁବୁଦ୍ଧି

ଜନ୍ମ ହୁଏତ ଜୀବନର ଆରମ୍ଭ ହୋଇପାରେ, କିନ୍ତୁ ମୃତ୍ୟୁ ଏହାର ପରିସମାପ୍ତି ନୁହେଁ। ଶରୀର ଅନ୍ତର୍ହିତ ହୋଇପାରେ, ମାତ୍ର ଆମତ୍ ପ୍ରକାଶର ଦୀପଶିଖା ନିର୍ବାପିତ ହୋଇପାରେନା। ଆମତ୍ା ଏକ ଅନିର୍ବାଣ ଦୀପଶିଖା। ମୃତ୍ୟୁ ଏକ ପ୍ରହେଳିକା। ଆଜକୁ ଅଢ଼େଇ ହଜାର ବର୍ଷ ତଳୁ ଅଥର୍ବ ବେଦରେ ଉତ୍କୀର୍ଣ୍ଣ ହୋଇ ରହିଛି ଏହି ଅଭୟବାଣୀ- ‘ମା ବିଭୈଃ, ନ ମରିଷ୍ୟସି’ ‘ଭୟ କରନାହିଁ, ତୁମେ ମରିବ ନାହିଁ।’ ଏହା ସତ୍ତ୍ୱେ ଏ ମଣିଷ ମୃତ୍ୟୁ ପ୍ରତି ଏତେ ପରାଙ୍‌ମୁଖ କାହିଁକି? ଶଙ୍କରଙ୍କ ପିତା ମୃତ୍ୟୁବରଣ କରିଛନ୍ତି। ସମସ୍ତଙ୍କ ମୁହଁରେ ଗୋଟିଏ କଥା- ସବୁ ଶେଷ ହୋଇଗଲା। ହଠାତ୍‌ ଶିଶୁ ଶଙ୍କରଙ୍କ ମୁହଁରୁ ଭାସି ଆସିଲା- ‘ଶେଷ ନା ଆରମ୍ଭ’? କଠୋପନିଷଦରେ ଜଣେ କିଶୋର ବାଳକ ହାତରେ ମୃତ୍ୟୁଦେବ ଯମଙ୍କର ଅସହାୟ ପରାଜୟ ଆଉ ଏକ ବଳିଷ୍ଠ ଦୃଷ୍ଟାନ୍ତ। ଋଷିପୁତ୍ର ନଚିକେତା ଯମଦ୍ୱାରରେ ଉପସ୍ଥିତ ହୋଇଛନ୍ତି ପିତା ବାଜଶ୍ରବାଙ୍କ ଆଦେଶରେ। ସାମ୍ନାରେ ମୃତ୍ୟୁ ଦେବଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଛନ୍ତି ଜିଜ୍ଞାସୁ ନଚିକେତା। ତୃତୀୟ ବରର ପ୍ରଶ୍ନରେ ସ୍ତବ୍ଧ ହୋଇଯାଇଛନ୍ତି ଯମରାଜ। କେହି କେହି କହନ୍ତି ମୃତ୍ୟୁ ପରେ ଜୀବନ ରହେ, କେହି କେହି କହନ୍ତି ରହେ ନାହିଁ। ଏଥିରୁ କେଉଁଟି ସତ? ହେ ମୃତ୍ୟୁଦେବ। ମୋତେ ମୃତ୍ୟୁ ଓ ପରଲୋକର ରହସ୍ୟଜ୍ଞାନ ବତେଇଦିଅନ୍ତୁ। ଯମ କହିଲେ- ଏ ପ୍ରଶ୍ନ ଦେବତାଙ୍କୁ ମଧ୍ୟ ବିଚଳିତ କରିଛି। ତେଣୁ ହେ ନଚିକେତା। ତୁମେ ଏ ପ୍ରଶ୍ନର ଉତ୍ତର ଛାଡ଼ି ପାର୍ଥିବ ଜୀବନରେ ଯାହା ଶ୍ଲାଘ୍ୟ ଓ ଦୁର୍ଲଭ ତାହା ମାଗିପାର। ନଚିକେତା, କହିଲେ- ତାହା ତ ମୋତେ ଅବଶ୍ୟ ଦେଇପାରିବେ। ତେବେ ମୋ ଆଗରେ ଏବେ ଦଣ୍ଡାୟମାନ, କିନ୍ତୁ ସମୟକ୍ରମେ ଆପଣ ଏସବୁକୁ କବଳିତ ବି କରିବେ। ଏ ନଶ୍ୱର ଗୌରବରେ ମୋର ଲାଭ କ’ଣ? ଦୟା କରି ମୋତେ ଅମର ଜୀବନର ତତ୍ତ୍ୱ କୁହନ୍ତୁ। ଜଣେ ବାରବର୍ଷ ବାଳକର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଆରମ୍ଭ ହେଲା ଉପନିଷଦ।
ଯମ କହିଲେ- ‘ହେ ପୁତ୍ର! ପ୍ରାକୃତିକ ପ୍ରକ୍ରିୟାରେ ସଂଜାତ ଶରୀରର ବିନାଶ ଅନିର୍ବାଯ୍ୟ ହେଲେ ମଧ୍ୟ ଆମତ୍ା ଅମର। ନା ଏହାର ମୃତ୍ୟୁ ଅଛି ନା ଜନ୍ମ ଅଛି। ଏହା ନିତ୍ୟ, ଶାଶ୍ୱତ, ସନାତନ। ମୃତ୍ୟୁରେ କେବଳ ସ୍ଥୂଳ ଶରୀର ଧ୍ୱଂସ ହୁଏ। ଆମତ୍ାର ନାଶ ହୋଇ ନଥାଏ। ଏହା ସୂକ୍ଷ୍ମରୁ ସୂକ୍ଷ୍ମତମ, ମହାନ୍‌ରୁ ମହାନତମ। ଏଣୁ ଜ୍ଞାନବାନ୍‌ ଆମତ୍ା କଦାପି ମରନ୍ତି ନାହିଁ। ସେ ଅଜର, ଅମର। ହନ୍ତା ଯଦି ମନେକରନ୍ତି ମୁଁ କାହାକୁ ହନନ କଲି ଅଥବା ହତବ୍ୟକ୍ତି ଯଦି ମନେକରନ୍ତି ମୁଁ ହତ ହେଲି, ତେବେ ଉଭୟଙ୍କୁ ସତ୍ୟ ସମ୍ବନ୍ଧରେ ଅନଭିଜ୍ଞ ବୋଲି ବୁଝିବାକୁ ହେବ। ଯେଉଁ ପୁରୁଷ କାଳ କବଳିତ ହେବା ପୂର୍ବରୁ ଏହି ବିଦ୍ୟା (ଆମତ୍ତତ୍ତ୍ୱ)କୁ ଜାଣିବାରେ ସକ୍ଷମ ହୋଇଥା’ନ୍ତି, ସେ ଜୀବନ୍ମୁକ୍ତ ହେବା ସହ ରୋଗ, ଶୋକ, ଜରା-ବ୍ୟାଧିକୁ ଦୂରୀଭୂତ କରି ପରମାନନ୍ଦ ପ୍ରାପ୍ତ ହୋଇଥା’ନ୍ତି। ଏହା ଆମତ୍ଜ୍ଞାନ। ବୃହଦାରଣ୍ୟକ ଉପନିଷଦରେ ଅତି କାବି୍ୟକ ଢଙ୍ଗରେ ଜୀବନ ବିବର୍ତ୍ତନର ଚିତ୍ର ପ୍ରଦାନ କରିଛନ୍ତି ଯାଜ୍ଞବଳ୍‌କ୍ୟ। ଜୋକ ଯେମିତି ଗୋଟିଏ ଘାସ ଅଗରୁ ଅନ୍ୟ ଗୋଟିଏ ଘାସ ଅଗକୁ ନିଜର ସମସ୍ତ ଶରୀରର ଭାରା ଦେଇ ଗତିକରେ, ସେହିପରି ମାନବ ଗୋଟିଏ ଜୀବନରୁ ଆଉ ଗୋଟିଏ ଜୀବନକୁ ଅବଲୀଳାକ୍ରମେ ନିଜର ସମସ୍ତ କର୍ମ ସଂସ୍କାରର ଭାର ବହନ କରି ଗତି କରୁଛି। ସ୍ବର୍ଣ୍ଣକାର ଯେମିତି ପୁରୁଣା ସୁନାକୁ ଅଗ୍ନିରେ ଦଗ୍ଧ କରି ଅନ୍ୟ ଏକ ଜାଜ୍ୱଲ୍ୟମାନ ରୂପ ପ୍ରଦାନ କରେ ଏବଂ ସର୍ପ ଯେମିତି ଜୀର୍ଣ୍ଣ କାତି ଫିଙ୍ଗି ନୂତନ କାନ୍ତି ଧାରଣ କରେ, ସେମିତି ମୃତ୍ୟୁରେ ମଣିଷର ନବକଳେବର ହୁଏ। ମୃତ୍ୟୁରେ ମଣିଷର କିଛି ହରାଏନି, ବରଂ ସତତ ନିତ୍ୟ ନୂତନତାକୁ ଅଭିବାଦନ କରେ।
ଆମେରିକାର କବି ଇମରସନଙ୍କ ‘ବ୍ରହ୍ମ’ ଶୀର୍ଷକ କବିତାରେ ଏକ ତତ୍ତ୍ୱ ସ୍ନିଗ୍ଧ ଓ ସରଳଭାବରେ ରୂପାୟିତ। ସେ କହନ୍ତି ମୃତ୍ୟୁ କାହିଁ? ମୁଁ ଅଛି, ଯାଉଛି ଏବଂ ପୁନଃ ପ୍ରତ୍ୟାବର୍ତ୍ତନ କରୁଛି। ଏକ ଦ୍ୱାରରୁ ବାହାରି ଅନ୍ୟ ଏକ ଦ୍ୱାରରେ ପ୍ରବେଶ ମାତ୍ର। ଅବ୍ୟକ୍ତରୁ ବ୍ୟକ୍ତ ଏବଂ ବ୍ୟକ୍ତରୁ ଅବ୍ୟକ୍ତ। ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଗଣନାରେ ଦିନ, ମାସ, ବର୍ଷର ସଂକୀର୍ଣ୍ଣ ହିସାବ ରଖି ମଣିଷ ଦୁଃଖୀ ହୋଇଥାଏ। ବସ୍ତୁତଃ ଯେତେବେଳେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ନାହିଁ, ଏହା ପୃଥିବୀର ସ୍ଥିତି ଓ ଗତିର ପରିଣତି ମାତ୍ର, ସେତେବେଳେ ଆମେ ଏକ ଅନନ୍ତ ଜୀବନ ଯାତ୍ରାକୁ ବରଣ କରିଛେ। ଏହା ମହାଯାତ୍ରା ଏକ ସଂପୂର୍ଣ୍ଣ ଜୀବନର କାହାଣୀ। ଏକ ନିତ୍ୟ ଉଦୟର ଲୀଳା। ଏକ ସଫଳ ଓ ସଂପୂର୍ଣ୍ଣ ଜୀବନର ମହାକାବ୍ୟ। ପୂର୍ଣ୍ଣତାରୁ ପୂର୍ଣ୍ଣକୁ ନେଲେ କ’ଣ ପୂର୍ଣ୍ଣତାର ପରିସମାପ୍ତି ଘଟେ? ଗ୍ରୀକ୍‌ ଦାର୍ଶନିକ ପ୍ଲୋଟିନସ ତାଙ୍କ ‘ଇନିଆଡ଼’ରେ ବି ଏହି ତତ୍ତ୍ୱର ଉତ୍‌ଥାପନ କରିଛନ୍ତି। ଯେପରି ସ୍ବତଃ ନିସ୍ୟନ୍ଦିନୀଂ ପ୍ରସ୍ରବଣ ତା’ର ସମସ୍ତ ପ୍ରବାହକୁ ନଦୀଗର୍ଭରେ ଢାଳି ଦେଇ ମଧ୍ୟ ନିଃଶେଷ ହୁଏନା, ଯେତିକି ସେତିକି ରହେ, ସେହିପରି ଅନୁକ୍ଷଣ ବହମାନ ଏ ଜୀବନ ନିର୍ଝରିଣୀ। ଜନ୍ମ-ମୃତ୍ୟୁ କେବଳ ବସ୍ତ୍ର ବଦଳେଇବା ଭଳି ଏକ ପ୍ରକ୍ରିୟା।
ମାତ୍ର ଅଠର ବର୍ଷର ଯୁବକ ଖୁଦିରାମ ବୋଷ। ଦେଶ ପାଇଁ କ୍ରାନ୍ତିକାରୀ କାର୍ଯ୍ୟ କରି ହସି ହସି ଫାଶିଖୁଣ୍ଟରେ ଝୁଲିଥିଲେ। ଫାଶୀ ଦେବା ପୂର୍ବରୁ ବ୍ରିଟିଶ୍‌ ଜେଲ ଅଧୀକ୍ଷକ ଖୁଦିରାମଙ୍କୁ ପ୍ରଶ୍ନ କଲେ-”ମାତ୍ର ଅଠର ବର୍ଷର ଯୁବକ ତୁମେ, ଆଗକୁ ଲମ୍ବା ଭବିଷ୍ୟତ ପଡ଼ିଛି, ଅଥଚ ଫାଶିଖୁଣ୍ଟକୁ ଯିବା ବେଳେ ଭୟଭୀତ ହେବା ପରିବର୍ତ୍ତେ ଆହ୍ଲାଦିତ ହେଉଛ କିପରି?“ ଖୁଦିରାମ କହିଲେ- ମୁଁ ଶରୀର ନୁହେଁ, ମୁଁ ଆମତ୍ା। ମୁଁ ଜାଣେ ଆମତ୍ାର ମୃତ୍ୟୁ ନାହିଁ। ଇଂରେଜ କବି ଜନ୍‌ଡନ୍‌ ତାଙ୍କ କାଳଜୟୀ କବିତା ‘ଡେଥ ବି ନଟ୍‌ ପ୍ରାଇଡ୍‌’ରେ ମୃତ୍ୟୁକୁ ଯେପରି ଭାବେ ଅପଦସ୍ଥ କରିଛନ୍ତି, ତା’ର ତୁଳନା ନାହିଁ। ସେ କହିଛନ୍ତି- ହେ ମୃତ୍ୟୁ! ତୋର ଅହଂକାର ମୂଲ୍ୟହୀନ। ଦେଖ୍‌! ତୁ ଯେଉଁ ସ୍ଥୂଳ କ୍ଷଣଭଙ୍ଗୁର ଶରୀରକୁ କବଳିତ କରୁ, ସେଥିରେ ତୋ’ର କିଛି ବାହାଦୁରି ନାହିଁ। ସ୍ଥୂଳଶରୀର ଧ୍ୱଂସରେ ଆମେ ଯେତେବେଳେ ମୁକ୍ତି ମାର୍ଗର ପାବଚ୍ଛ ଆରୋହଣ କରୁ ଏବଂ ମୁକ୍ତ ଆମତ୍ା ଆଲୋକ ରାଜ୍ୟରେ ବିଚରଣ କରେ, ସେହି ମୃତ୍ୟୁ ନିଜେ ହିଁ ମୃତ୍ୟୁବରଣ କରେ। ବସ୍ତୁତଃ ମୃତ୍ୟୁ ଲଭେ ଏ କ୍ଷଣଭଙ୍ଗୁର ଶରୀର। ମନ, ବୁଦ୍ଧି ଓ ଅହଂକାର ଇତ୍ୟାଦି ଉପାଧିର ବିଲୋପ ଘଟେ। କିନ୍ତୁ ଅନନ୍ତଜୀବନ ପ୍ରାପ୍ତିରେ ଆମେ ଉର୍ଜସ୍ବଳ ହୋଇଉଠୁ। ମୋହଗ୍ରସ୍ତ ପାର୍ଥତ୍ବ ଜୀବନର ସ୍ବପ୍ନଭଙ୍ଗ ହୁଏ ଏବଂ ଆମତ୍ସ୍ବରୂପରେ ଆମେ ନିଜକୁ ଆବିଷ୍କାର କରୁ।
ବାସ୍ତବରେ ମୃତ୍ୟୁହୀନ ଏ ଜୀବନ। କାରଣ ଚେତନାର ବିନାଶ ନାହିଁ। ପଦ୍ମପତ୍ରରେ ଜଳ ଭଳି ସଦା ଢଳ ଢଳ ଏ ଜୀବନ। ମଣିଷ ଏଯାଏଁ ନିଜକୁ ଚିହ୍ନିନାହିଁ। ତେଣୁ ସେ ନିଜକୁ ହିଁ ଖୋଜିବୁଲୁଛି ଜୀବନ ପରେ ଜୀବନ ବା ଜନ୍ମ ପରେ ଜନ୍ମ। ସ୍ଫିଙ୍କ୍‌ସ ବା ସିଂହାସୁରୀର କାହାଣୀ ଆପଣମାନଙ୍କର ସ୍ମରଣ ଥିବ ନିଶ୍ଚୟ। ସେ ଅଦ୍ଭୁତ ପ୍ରାଣୀ ପର୍ବତ ଶିଖରରେ ଥାଇ ପଥଚାରୀକୁ ପ୍ରଶ୍ନ କରେ-”କେଉଁ ଜୀବ ସକାଳେ ଚାରିପାଦରେ, ଦିନବେଳେ ଦୁଇପାଦରେ ଓ ସନ୍ଧ୍ୟାରେ ତିନିପାଦରେ ଚାଲେ?“ ଏ ପ୍ରଶ୍ନର ଉତ୍ତର କେହି ଦେଇପାରନ୍ତି ନାହିଁ। ସୂର୍ଯ୍ୟ ଅସ୍ତଯାଏ। ସିଂହାସୁରୀ ପଥିକକୁ ମାରିପକାଏ। ଦିନେ ସେହି ଭୟଙ୍କର ପଥ ଦେଇ ଯାତ୍ରା କରୁଥିଲେ ମହାବୀର ଓଡ଼ିପାସ୍‌। ସିଂହାସୁରୀ ଓଡ଼ିପାସ୍‌ଙ୍କୁ ସେହି ପ୍ରଶ୍ନ କରନ୍ତେ ସେ ଜବାବ ଦେଲେ- ”ତମର ପ୍ରଶ୍ନର ଉତ୍ତର ‘ମୁଁ ସ୍ବୟଂ’। ଅର୍ଥାତ୍‌ ମୁଁ ମଣିଷ ଜୀବନ ପ୍ରଭାତରେ ଦୁଇ ଗୋଡ଼ ଓ ଦୁଇହାତ ଯୋଗେ ହାମୁଡ଼ି ହାମୁଡ଼ି ଚାଲେ, ଦିନବେଳେ ଅର୍ଥାତ୍‌ ବୟସ ବଢ଼ିଲେ ଦୁଇଗୋଡ଼ରେ ଚାଲେ ଏବଂ ଜୀବନ ସନ୍ଧ୍ୟାରେ ଏକ ଯଷ୍ଟିର ଆଶ୍ରୟ ସହ ଅର୍ଥାତ୍‌ ତିନିଗୋଡ଼ରେ ଚାଲେ।“ ଓଡ଼ିପାସ୍‌ଙ୍କ ଏ ଉତ୍ତର ଶୁଣିବା ମାତ୍ରେ ସିଂହାସୁରୀ ପର୍ବତ ଶିଖରରୁ ଡେଇଁ ପଡ଼ି ମୃତ୍ୟୁବରଣ କଲା। ଏ କଥାର ମର୍ମ ହେଲା- ମଣିଷ ମରେ, ଯେହେତୁ ସେ ନିଜକୁ ଜାଣେନା। ଯେଉଁ ଦିନ ସେ ନିଜକୁ ଜାଣିବ, ସେହିଦିନ ମୃତ୍ୟୁ ହିଁ ମୃତ୍ୟୁବରଣ କରିବ।
ପାଠକେ! ଯିଏ ଆମତ୍ାରେ ବାସକରେ, ସେ ହିଁ ଅମର। ଆମତ୍ାର ଉପଲବ୍ଧି ହିଁ ଅମରତ୍ୱର ଉପଲବ୍ଧି। ମୁଁ ଅମୃତ। ମୁଁ ଅମୃତ। ସ୍ବଭାବ କବି ଗଙ୍ଗାଧରଙ୍କ ଭାଷାରେ ମୁଁ ତ ଅମୃତସାଗର ବିନ୍ଦୁ, ନଭେ ଉଠିଥିଲି ତେଜି ସିନ୍ଧୁ…। ଏଣୁ ଆସନ୍ତୁ ନିଜେ ନିଜକୁ ଚିହ୍ନିବା। ଆପଣା ଭିତରେ ଥିବା ମହାନ୍‌ ଅବସ୍ଥିତିକୁ ଅନୁଭବ କରିବା।
ପ୍ରାକ୍ତନ ପ୍ରାଧ୍ୟାପକ, ନୀଳମାଧବ କଲେଜ, କଣ୍ଟିଲୋ, ମୋ: ୬୩୭୦୬୪୫୭୮୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri