ମିଳୁନି ଖାଦ୍ୟ, ଭୋକରେ ଛଟପଟ ଯାଯାବର

ବଲାଙ୍ଗୀର ଅଫିସ, ୩୦ା୩: ବଲାଙ୍ଗୀର ସହର ରେଳଷ୍ଟେଶନ ନିକଟରେ ଉତ୍ତରପ୍ରଦେଶର ପ୍ରାୟ ୪୦ ଜଣ ଯାଯାବର ଅଟକି ରହିଛନ୍ତି । ସେମାନେ ହାତ ମୁଦିର ରଙ୍ଗୀନ ପଥର, ରୁଦ୍ରାକ୍ଷ ବିକ୍ରି କରିବାକୁ ବଲାଙ୍ଗୀର ଆସିଥିଲେ । ଏମାନେ ସହର ଭିତର ବିଭିନ୍ନ ରାସ୍ତକଡରେ ଓ ବୁଲା ବେପାରୀଭାବେ ବ୍ୟବସାୟ କରୁଥିଲେ। ସେଥିରୁ ଯାହା ରୋଜଗାର କରୁଥିଲେ ରେଳଷ୍ଟେଶନ ନିକଟରେ ରହି ଆଶ୍ରୟ ନେଉଥିଲେ । ଲକ୍‌ ଡାଉନ୍‌ ପରେ ଏମାନଙ୍କ ବେପାର ବୁଡି ଯାଇଛି । ଏମାନଙ୍କ ପାଖରେ ଏବେ ଖାଇବାକୁ କିଛି ନାହିଁ । ବିଶେଷକରି ପ୍ରାୟ ୧୦ଜଣ ଛୋଟ ଶିଶୁଙ୍କ କ୍ଷୁଧା ନିବାରଣ ବଡ ସମସ୍ୟା ଭାବେ ଦେଖାଦେଇଛି । କେନ୍ଦ୍ର ଓ ରାଜ୍ୟ ସରକାର ଏଭଳି ଅଟକି ରହିଥିବା ଦୁଃସ୍ଥ ଶ୍ରମିକ ଓ ଯାଯାବରଙ୍କୁ ଖାଇବା ଯୋଗାଇବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ତେବେ ଲକ୍‌ ଡାଉନ୍‌ର ୪ଦିନ ପରେ ଏହି ଯାଯାବରମାନେ ସ୍ବେଚ୍ଛାସେବୀ ଓ ପ୍ରଶାସନ ପକ୍ଷରୁ କିଛି ଖାଇବା ପାଇ ନ ଥିବା ଜଣାଇଛନ୍ତି । ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଏମାନଙ୍କ ଖାଇବା ଦାୟିତ୍ୱ ବହନ କରିବା କଥା । ମାତ୍ର ଏ ଦିଗରେ ଅବହେଳା ପ୍ରଦର୍ଶନ କରାଯାଉଥିବା ଜଣାପଡିଛି । ଏହି ଯାଯାବରମାନେ କାନ୍ଦି କାନ୍ଦି ଖାଇବାକୁ ମାଗୁଛନ୍ତି, ସେମାନଙ୍କ ଘର ଉତ୍ତରପ୍ରଦେଶ ଲକ୍ଷ୍ନୌ ନିକଟ ବଡବାଙ୍କି ପଠାଇବା ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି । ଏନେଇ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ବିପିନ ଦୀପଙ୍କୁ ପଚାରିବାରୁ ସହରରେ ପ୍ରାୟ ୯୦ ଜଣ ଅନ୍ୟ ଅଞ୍ଚଳର ଶ୍ରମିକ ଅଟକି ରହିଥିବା ଜଣାଇଛନ୍ତି । ସେମାନଙ୍କ ପାଇଁ ଜଣ ପିଛା ୫ କେଜି ଚାଉଳ, ୧ କେଜି ଡାଲି, ୨ କେଜି ଆଳୁ, ଅଧ ଲିଟର ସୋରିଷ ତେଲର ଗ୍ରୋସରୀ ପ୍ୟାକ୍‌ କରାଯାଇ ଓ ବଣ୍ଟନ କରାଯାଉଥିବା ସୂଚନା ଦେଇଛନ୍ତି । ତେବେ ଶିଶୁମାନଙ୍କ ପାଇଁ କୌଣସି ଖାଦ୍ୟ ସାମଗ୍ରୀ ଯୋଗାଣ ହେଉ ନ ଥିବାରୁ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଇଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ରେଳ ଷ୍ଟେଶନରୁ ନାବାଳକ ଚାଲାଣ ବେଳେ ଧରିଲା ପ୍ରଶାସନ: ୪ ଉଦ୍ଧାର, ୨ ଦଲାଲ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ପରିସରରୁ ଏକ ବଡ଼ ଧରଣର ନାବାଳକ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପ୍ରଶାସନ। ଜିଲା…

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଋଷିମାଳ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ଙ୍କ ପାଇଁ ଗଛଟିଏ ସକାଶେ …

ଦାରିଙ୍ଗବାଡି, ୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri