ମିଳୁନି ଆଶାନୁରୂପ କର୍ମନିଯୁକ୍ତି

କେନ୍ଦ୍ରାପଡ଼ା ଅଫିସ୍‌, ୧୧।୨:କେନ୍ଦ୍ରାପଡ଼ା ଜିଲାରେ କର୍ମ ନିଯୁକ୍ତି ଏକ ପ୍ରମୁଖ ସମସ୍ୟା। ଜିଲାରେ ଶିଳ୍ପ ପ୍ରତିଷ୍ଠାନ ନଥିବା ବେଳେ ଅର୍ଥକରୀ ଫସଲ ପାଇଁ ପ୍ରୋତ୍ସାହନ ନ ଥିବାରୁ ଜିଲାର ଅନେକ ବ୍ୟକ୍ତି ଜିଲା ବା ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଏହି ଜିଲାରେ ଏକ ପ୍ରକାର ସ୍ଥାଣୁ ପାଲଟିଥିବା ଦେଖାଯାଉଛି। ୨୦୧୬-୧୭ ଆର୍ଥିକ ବର୍ଷରେ ଜିଲାରେ ୧୭,୯୩୭ ପ୍ରକଳ୍ପ ଆରମ୍ଭ ହୋଇ ୧୬,୭୧୫ ପ୍ରକଳ୍ପ ଶେଷ ହୋଇଥିଲା। ଫଳରେ ଏହି ଯୋଜନାକୁ ୯୩.୧୯ ପ୍ରତିଶତ ସଫଳତା ମିଳିଥିଲା। ହେଲେ ଏହି ସଫଳତା ହାର ପ୍ରତି ଆର୍ଥିକ ବର୍ଷରେ କମିବାରେ ଲାଗିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଏହି ଯୋଜନାକୁ ୮୯.୪୭ ପ୍ରତିଶତ ସଫଳତା ମିଳିଥିବା ବେଳେ ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ଅନୁପାତ ହାର କମି ୭୮.୨୭ ପ୍ରତିଶତରେ ପହଞ୍ଚିଥିଲା। ଚଳିତ ଆର୍ଥିକବର୍ଷ ପୂରିବାକୁ ମାତ୍ର ଦେଢ଼ ମାସ ବାକି ଥିବା ବେଳେ ପ୍ରକଳ୍ପ ସମାପ୍ତ ପାଇଁ ଆଶାନୁରୂପ କର୍ମନିଯୁକ୍ତି ଦିଆଯାଇପାରିନାହିଁ।
ଚଳିତ ଆର୍ଥିକବର୍ଷରେ ମୋଟ ୨୪,୨୦୬ଟି ପ୍ରକଳ୍ପର କାର୍ଯ୍ୟାରମ୍ଭ ହୋଇଥିଲା। ଅଦ୍ୟାବଧି ମାତ୍ର ୫୯୩୧ ପ୍ରକଳ୍ପ ସମାପ୍ତ ହୋଇଛି। ଫଳରେ ଏହି ଯୋଜନାକୁ ମାତ୍ର ୨୪.୫ ପ୍ରତିଶତ ସଫଳତା ମିଳିଛି। ସେହିପରି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଶ୍ରମିକଙ୍କୁ ଅନୂ୍ୟନ ୧୦୦ ଦିନ କାମ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରହିଛି। ହେଲେ ଏହି ଲକ୍ଷ୍ୟ ପୂରଣରେ ରାଜ୍ୟର ଅନ୍ୟ ଜିଲା ତୁଳନାରେ କେନ୍ଦ୍ରାପଡ଼ା ଢ଼େର ପଛରେ ପଡିଛି। ଚଳିତ ଆର୍ଥିକବର୍ଷରେ ଜିଲାର ୨,୧୯,୨୨୫ ଜବ୍‌କାର୍ଡଧାରୀ ପରିବାର ମଧ୍ୟରୁ ମାତ୍ର ୫୩୯ ପରିବାରକୁ ୧୦୦ ଦିନର କାମ ମିଳିଛି। ଏ ସମ୍ପର୍କରେ କେନ୍ଦ୍ରାପଡା ବ୍ଲକ ଭରତପୁର ଗ୍ରାମର ଶଶିଭୂଷଣ ଦାସ କୁହନ୍ତି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ମଜୁରି ବହୁତ କମ୍‌ ମିଳୁଛି। ଯୋଜନାର ସଫଳତା ପାଇଁ ଶ୍ରମିକ ମଜୁରି ବଢ଼ାଇବା ଆବଶ୍ୟକ। ସେହିପରି ଏହି ଯୋଜନାରେ ଶ୍ରମ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ମେଶିନର ଉପଯୋଗ ଫଳରେ ଶ୍ରମିକଙ୍କ ଆବଶ୍ୟକତା କମିଯାଉଛି। ଏଥିସହ ଯୋଜନାର ଅର୍ଥ ପାଇଁ କିଛି ଦିନ ଅପେକ୍ଷା କରିବାକୁ ପଡୁଛି। ଶ୍ରମିକଙ୍କ ଆର୍ଥିକ ଦୁରବସ୍ଥା ସମସ୍ୟା ସମାଧାନ ବଦଳରେ ଅର୍ଥ ଅପେକ୍ଷା ଯୋଜନାର ସଫଳତାକୁ ସୀମିତ କରୁଛି। ଏ ନେଇ ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କୁହନ୍ତି, ଏହି ଯୋଜନାରେ ପୂର୍ବରୁ ରାସ୍ତା ନିର୍ମାଣ, ପୋଖରୀ ଖନନ ଆଦି ମାଟି କାମକୁ ଗୁରୁତ୍ୱ ଦିଆଯାଉଥିଲା। ଏବେ ମାଟି ରାସ୍ତା ନିର୍ମାଣ ପାଇଁ ସରକାରଙ୍କ ଆଗ୍ରହ ନାହିଁ। ସେହିପରି ପୋଖରୀ ଖନନ କାର୍ଯ୍ୟ ଜେସିବି ମାଧ୍ୟମରେ ସୁବିଧା ହେଉଛି। ଏଥିସହ ଗତ ଦୁଇ ବର୍ଷ ଧରି ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଅର୍ଥ ଆସୁ ନ ଥିବାରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ ବନ୍ଦ ରହିଛି। ଅନ୍ୟପଟେ ଏହି ଯୋଜନାରେ ଏବେ ଆବାସ ଯୋଜନା, ଅଙ୍ଗନୱାଡି ଗୃହ ନିର୍ମାଣ, ସେବାକେନ୍ଦ୍ର, ଗୋଷ୍ଠୀ କେନ୍ଦ୍ର ଆଦି ନିର୍ମାଣ ହେଉଛି। ଏଥିରେ ଶ୍ରମିକଙ୍କ ଅର୍ଥ ମିଳିବା ପାଇଁ ଅଧିକ ସମୟ ଯାଉଛି। ସୂଚନା ଅଧିକାର କର୍ମୀ ପ୍ରତାପ ଚନ୍ଦ୍ର ମହାନ୍ତି କୁହନ୍ତି, ଯୋଜନା କାର୍ଯ୍ୟକାରୀରେ ପ୍ରଶାସନିକ ଅବହେଳା ରହିଛି। କେନ୍ଦ୍ରାପଡା ଜିଲାରେ ଏହି ଯୋଜନାରେ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ପାଇଁ ୪୬୦ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲେ ମଧ୍ୟ ଅଦ୍ୟାବଧି କାମ ଆରମ୍ଭ ହୋଇନାହିଁ। ସେହିପରି କ୍ଷେତକୁ ମରୁଡିରୁ ବଞ୍ଚାଇବା ପାଇଁ ୩୨୨ ପ୍ରକଳ୍ପ ଆବଶ୍ୟକତା ଥିବା ବେଳେ ପଞ୍ଚାୟତସ୍ତରରେ ଏଥିପାଇଁ ଉଦ୍ୟମ ହେଉନାହିଁ। ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଲେ ଯୋଜନା କାର୍ଯ୍ୟକାରୀ ସହ ଜିଲାର କର୍ମ ନିଯୁକ୍ତି ସମସ୍ୟା ସମାଧାନ ହୋଇପାରନ୍ତା। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଶିଥିଳତା ସମ୍ପର୍କରେ ପିଡି ଦିଲୀପ କୁମାର ପରିଡ଼ା କୁହନ୍ତି, ଚଳିତ ଆର୍ଥିକ ବର୍ଷରେ ସାଧାରଣ ନିର୍ବାଚନ ହୋଇଥିବାରୁ ପ୍ରକଳ୍ପ ନିର୍ମାଣ ବନ୍ଦ ରହିଥିଲା। ଏଥିସହ କେତେକ ପ୍ରକଳ୍ପ ନିର୍ମାଣ ସମୟରେ କନ୍ଦଳ ସୃଷ୍ଟି ହେବାରୁ ବନ୍ଦ ରହିଛି। ତେବେ ଜିଲାରେ ଆବେଦନକାରୀ ଜବ୍‌କାର୍ଡଧାରୀଙ୍କୁ କର୍ମନିଯୁକ୍ତି ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri