ମିଳୁନି ଆଶାନୁରୂପ କର୍ମନିଯୁକ୍ତି

କେନ୍ଦ୍ରାପଡ଼ା ଅଫିସ୍‌, ୧୧।୨:କେନ୍ଦ୍ରାପଡ଼ା ଜିଲାରେ କର୍ମ ନିଯୁକ୍ତି ଏକ ପ୍ରମୁଖ ସମସ୍ୟା। ଜିଲାରେ ଶିଳ୍ପ ପ୍ରତିଷ୍ଠାନ ନଥିବା ବେଳେ ଅର୍ଥକରୀ ଫସଲ ପାଇଁ ପ୍ରୋତ୍ସାହନ ନ ଥିବାରୁ ଜିଲାର ଅନେକ ବ୍ୟକ୍ତି ଜିଲା ବା ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଏହି ଜିଲାରେ ଏକ ପ୍ରକାର ସ୍ଥାଣୁ ପାଲଟିଥିବା ଦେଖାଯାଉଛି। ୨୦୧୬-୧୭ ଆର୍ଥିକ ବର୍ଷରେ ଜିଲାରେ ୧୭,୯୩୭ ପ୍ରକଳ୍ପ ଆରମ୍ଭ ହୋଇ ୧୬,୭୧୫ ପ୍ରକଳ୍ପ ଶେଷ ହୋଇଥିଲା। ଫଳରେ ଏହି ଯୋଜନାକୁ ୯୩.୧୯ ପ୍ରତିଶତ ସଫଳତା ମିଳିଥିଲା। ହେଲେ ଏହି ସଫଳତା ହାର ପ୍ରତି ଆର୍ଥିକ ବର୍ଷରେ କମିବାରେ ଲାଗିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଏହି ଯୋଜନାକୁ ୮୯.୪୭ ପ୍ରତିଶତ ସଫଳତା ମିଳିଥିବା ବେଳେ ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ଅନୁପାତ ହାର କମି ୭୮.୨୭ ପ୍ରତିଶତରେ ପହଞ୍ଚିଥିଲା। ଚଳିତ ଆର୍ଥିକବର୍ଷ ପୂରିବାକୁ ମାତ୍ର ଦେଢ଼ ମାସ ବାକି ଥିବା ବେଳେ ପ୍ରକଳ୍ପ ସମାପ୍ତ ପାଇଁ ଆଶାନୁରୂପ କର୍ମନିଯୁକ୍ତି ଦିଆଯାଇପାରିନାହିଁ।
ଚଳିତ ଆର୍ଥିକବର୍ଷରେ ମୋଟ ୨୪,୨୦୬ଟି ପ୍ରକଳ୍ପର କାର୍ଯ୍ୟାରମ୍ଭ ହୋଇଥିଲା। ଅଦ୍ୟାବଧି ମାତ୍ର ୫୯୩୧ ପ୍ରକଳ୍ପ ସମାପ୍ତ ହୋଇଛି। ଫଳରେ ଏହି ଯୋଜନାକୁ ମାତ୍ର ୨୪.୫ ପ୍ରତିଶତ ସଫଳତା ମିଳିଛି। ସେହିପରି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଶ୍ରମିକଙ୍କୁ ଅନୂ୍ୟନ ୧୦୦ ଦିନ କାମ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରହିଛି। ହେଲେ ଏହି ଲକ୍ଷ୍ୟ ପୂରଣରେ ରାଜ୍ୟର ଅନ୍ୟ ଜିଲା ତୁଳନାରେ କେନ୍ଦ୍ରାପଡ଼ା ଢ଼େର ପଛରେ ପଡିଛି। ଚଳିତ ଆର୍ଥିକବର୍ଷରେ ଜିଲାର ୨,୧୯,୨୨୫ ଜବ୍‌କାର୍ଡଧାରୀ ପରିବାର ମଧ୍ୟରୁ ମାତ୍ର ୫୩୯ ପରିବାରକୁ ୧୦୦ ଦିନର କାମ ମିଳିଛି। ଏ ସମ୍ପର୍କରେ କେନ୍ଦ୍ରାପଡା ବ୍ଲକ ଭରତପୁର ଗ୍ରାମର ଶଶିଭୂଷଣ ଦାସ କୁହନ୍ତି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ମଜୁରି ବହୁତ କମ୍‌ ମିଳୁଛି। ଯୋଜନାର ସଫଳତା ପାଇଁ ଶ୍ରମିକ ମଜୁରି ବଢ଼ାଇବା ଆବଶ୍ୟକ। ସେହିପରି ଏହି ଯୋଜନାରେ ଶ୍ରମ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ମେଶିନର ଉପଯୋଗ ଫଳରେ ଶ୍ରମିକଙ୍କ ଆବଶ୍ୟକତା କମିଯାଉଛି। ଏଥିସହ ଯୋଜନାର ଅର୍ଥ ପାଇଁ କିଛି ଦିନ ଅପେକ୍ଷା କରିବାକୁ ପଡୁଛି। ଶ୍ରମିକଙ୍କ ଆର୍ଥିକ ଦୁରବସ୍ଥା ସମସ୍ୟା ସମାଧାନ ବଦଳରେ ଅର୍ଥ ଅପେକ୍ଷା ଯୋଜନାର ସଫଳତାକୁ ସୀମିତ କରୁଛି। ଏ ନେଇ ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କୁହନ୍ତି, ଏହି ଯୋଜନାରେ ପୂର୍ବରୁ ରାସ୍ତା ନିର୍ମାଣ, ପୋଖରୀ ଖନନ ଆଦି ମାଟି କାମକୁ ଗୁରୁତ୍ୱ ଦିଆଯାଉଥିଲା। ଏବେ ମାଟି ରାସ୍ତା ନିର୍ମାଣ ପାଇଁ ସରକାରଙ୍କ ଆଗ୍ରହ ନାହିଁ। ସେହିପରି ପୋଖରୀ ଖନନ କାର୍ଯ୍ୟ ଜେସିବି ମାଧ୍ୟମରେ ସୁବିଧା ହେଉଛି। ଏଥିସହ ଗତ ଦୁଇ ବର୍ଷ ଧରି ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଅର୍ଥ ଆସୁ ନ ଥିବାରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ ବନ୍ଦ ରହିଛି। ଅନ୍ୟପଟେ ଏହି ଯୋଜନାରେ ଏବେ ଆବାସ ଯୋଜନା, ଅଙ୍ଗନୱାଡି ଗୃହ ନିର୍ମାଣ, ସେବାକେନ୍ଦ୍ର, ଗୋଷ୍ଠୀ କେନ୍ଦ୍ର ଆଦି ନିର୍ମାଣ ହେଉଛି। ଏଥିରେ ଶ୍ରମିକଙ୍କ ଅର୍ଥ ମିଳିବା ପାଇଁ ଅଧିକ ସମୟ ଯାଉଛି। ସୂଚନା ଅଧିକାର କର୍ମୀ ପ୍ରତାପ ଚନ୍ଦ୍ର ମହାନ୍ତି କୁହନ୍ତି, ଯୋଜନା କାର୍ଯ୍ୟକାରୀରେ ପ୍ରଶାସନିକ ଅବହେଳା ରହିଛି। କେନ୍ଦ୍ରାପଡା ଜିଲାରେ ଏହି ଯୋଜନାରେ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ପାଇଁ ୪୬୦ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲେ ମଧ୍ୟ ଅଦ୍ୟାବଧି କାମ ଆରମ୍ଭ ହୋଇନାହିଁ। ସେହିପରି କ୍ଷେତକୁ ମରୁଡିରୁ ବଞ୍ଚାଇବା ପାଇଁ ୩୨୨ ପ୍ରକଳ୍ପ ଆବଶ୍ୟକତା ଥିବା ବେଳେ ପଞ୍ଚାୟତସ୍ତରରେ ଏଥିପାଇଁ ଉଦ୍ୟମ ହେଉନାହିଁ। ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଲେ ଯୋଜନା କାର୍ଯ୍ୟକାରୀ ସହ ଜିଲାର କର୍ମ ନିଯୁକ୍ତି ସମସ୍ୟା ସମାଧାନ ହୋଇପାରନ୍ତା। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଶିଥିଳତା ସମ୍ପର୍କରେ ପିଡି ଦିଲୀପ କୁମାର ପରିଡ଼ା କୁହନ୍ତି, ଚଳିତ ଆର୍ଥିକ ବର୍ଷରେ ସାଧାରଣ ନିର୍ବାଚନ ହୋଇଥିବାରୁ ପ୍ରକଳ୍ପ ନିର୍ମାଣ ବନ୍ଦ ରହିଥିଲା। ଏଥିସହ କେତେକ ପ୍ରକଳ୍ପ ନିର୍ମାଣ ସମୟରେ କନ୍ଦଳ ସୃଷ୍ଟି ହେବାରୁ ବନ୍ଦ ରହିଛି। ତେବେ ଜିଲାରେ ଆବେଦନକାରୀ ଜବ୍‌କାର୍ଡଧାରୀଙ୍କୁ କର୍ମନିଯୁକ୍ତି ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri