ମିନି ବସ୍‌ ଓଲଟି ଜଣେ ମୃତ: ଆହତ ୨୦ ଜଣଙ୍କ ମଧ୍ୟରେ ୧୦ ଶିଶୁ

ନୟାଗଡ଼ ଅଫିସ/ଖଣ୍ଡପଡା,୧୦ା୨(ସ୍ବ.ପ୍ର.): ରବିବାର ଅପରାହ୍ନ ୪ଟାରେ ଖଣ୍ଡପଡା-ନୟାଗଡ଼ ପୂର୍ତ୍ତବିଭାଗ ରାସ୍ତାର କଇଁଥପଲ୍ଲୀ ଗ୍ରାମ ନିକଟରେ ମିନି ବସ୍‌ ଓଲଟି ଜଣଙ୍କର ମୃତ୍ୟୁ ଘଟିଛି । ସେ ହେଲେ ରାମଚନ୍ଦ୍ର ରଣା ଓରଫ ଝୁନା (୪୫), ଘର ଗଞ୍ଜାମ ଜିଲା ଛତ୍ରପୁର ଥାନା ସୁନ୍ଦରପୁର ଗଁାରେ। ମିନି ବସରେ ଯାତ୍ରା କରୁଥିବା ୧୦ ପରିବାରର ୩୫ ଜଣଙ୍କ ମଧ୍ୟରୁ ୨୦ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୦ଜଣ ଶିଶୁ ଅଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଖଣ୍ଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ନୟାଗଡ଼ ଜିଲା ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସମସ୍ତେ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି। ଗଁାରୁ ବସ୍‌ ଆସିବା ପରେ ଫେରିବେ ବୋଲି କହିଛନ୍ତି। ଅନ୍ୟପକ୍ଷେ ବସ୍‌ ତଳୁ ରାମଚନ୍ଦ୍ରଙ୍କ ମୃତଦେହ ଖଣ୍ଡପଡା ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଖଣ୍ଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି।
ପ୍ରାପ୍ତ ସୂଚନା ଅନୁସାରେ ଶନିବାର ରାତି ପ୍ରାୟ ୨ଟାରେ ଓଆର ୦୨କ୍ୟୁ-୦୫୦୨ନଂ. ବିଶିଷ୍ଟ ମିନିବସ୍‌ ଯୋଗେ ୧୦ ପରିବାରର ୩୫ ପର୍ଯ୍ୟଟକ ନୟାଗଡ଼ ଜିଲାର ପର୍ଯ୍ୟଟନସ୍ଥଳୀ ବୁଲିବାକୁ ବାହାରିଥିଲେ। ସେମାନେ ଓଡଗଁାର ରଘୁନାଥ ମନ୍ଦିର, ଶରଣକୁଳର ଲଡୁବାବା ଓ କଣ୍ଟିଲୋର ପ୍ରଭୁ ନୀଳମାଧବଙ୍କୁ ଦର୍ଶନ କରି ବୁଗୁଡା ବୁଦ୍ଧଖୋଲ ଦେଖିବାକୁ ଯାଉଥିଲେ। ସେଠାରୁ ଗଁାକୁ ଫେରିଥାନ୍ତେ। ଏପରିସ୍ଥଳେ ରବିବାର କଇଥପଲ୍ଲୀ ଗଡାଣିରେ ବସଟି କୌଣସି କାରଣରୁ ରାସ୍ତା ଉପରେ ଓଲଟି ପଡିଥିଲା। ବସ୍‌ ଚାଳକ ବୃନ୍ଦାବନ ସାହୁଙ୍କୁ ଖଣ୍ଡପଡ଼ା ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି ା
ଭାଇବ୍ରେଶନ ଘଟାଉଛି ଦୁର୍ଘଟଣା
କଇଥପଲ୍ଲୀ ଗଡାଣିରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି। ଏଠାରେ ଗାଡି ଗଡିଲାବେଳେ ରାସ୍ତାରେ ଭାଇବ୍ରେଶନ ସୃଷ୍ଟି ହେଉଛି। ଚାଳକ ଏ ସମ୍ପର୍କରେ ନ ଜାଣି ଗାଡ଼ି ନେବାବେଳେ ଦୁର୍ଘଟଣା ଘଟିଥାଏ। ଆହତ ସୁନ୍ଦରପୁରର ଅଭି ନାହାକ(୪୭)ଙ୍କ ସୂଚନା ଅନୁସାରେ କଇଥପଲ୍ଲୀ ଗଡାଣି ନିକଟରେ ବସ୍‌ ଭିତରେ କ’ଣ ଶବ୍ଦ ହେଲା। ସଙ୍ଗେ ସଙ୍ଗେ ଦେଖିବା ବେଳକୁ ବସ୍‌ଟି ଓଲଟି ପଡିଲା। କ୍ଲିନରଙ୍କ ପାଖରେ ଠିଆ ହୋଇଥିବା ରାମଚନ୍ଦ୍ରଙ୍କ ଉପରେ ବସ୍‌ଟି ମାଡି ବସିଥିଲା। ପରେ ପୁଣି ଆଉଥରେ ଗାଡ଼ି ଓଲଟିଥିଲା। ଭଗବାନଙ୍କ କୃପାରୁ ଆମେ କେବଳ ଆହତ ହୋଇ ବର୍ତ୍ତି ଯାଇଛୁ । ବିଚରା ରାମଚନ୍ଦ୍ର ପ୍ରାଣ ହରାଇଲେ। ରାମଚନ୍ଦ୍ରଙ୍କ ସହ ପନତ୍ୀ ମାମି ଥିଲେ। ସ୍ବାମୀଙ୍କ ମୃତ୍ୟୁରେ ମାମି ଭାଙ୍ଗି ପଡିଥିବା ଅଭି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?