ଜଟଣୀ,୭ା୧୦(ଡି.ଏନ୍.ଏ.): ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ୨୦୨୨ ସେପ୍ଟେମ୍ବରରେ ଭାରତୀୟ ରେଳ ମଧ୍ୟରେ ମାଲ୍ ପରିବହନରେ ଶୀର୍ଷ ସ୍ଥାନ ହାସଲ କରିଛି। ଚଳିତ ଆର୍ଥିକ ବର୍ଷରେ ଦ୍ୱିତୀୟ ଥର ପାଇଁ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ଶୀର୍ଷ ସ୍ଥାନ ହାସଲ କରିଛି। ସେପ୍ଟେମ୍ବରରେ ଏହି ମଣ୍ଡଳ ୧୨.୪୬ ମିଲିୟନ ଟନ୍ ମାଲ ପରିବହନ କରିଛି। ଯାହା ୨୦୨୧ ସେପ୍ଟେମ୍ବର ଠାରୁ ୬.୦୪% ଅତିରିକ୍ତ ଲୋଡିଂ ଏବଂ ରାଜସ୍ ବାବଦ ୧୧୯୩ କୋଟି ଟଙ୍କା ଆୟ ହୋଇଛି। ଚଳିତ ଆର୍ଥିକ ବର୍ଷରେ ଅର୍ଥାତ୍ ୧ ଏପ୍ରିଲ୍ -୨୦୨୨ରୁ ୩୦ ସେପ୍ଟେମ୍ବର-୨୦୨୨ ମଧ୍ୟରେ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ମୋଟ ୭୬.୩୫ ମିଲିୟନ୍ ଟନ୍ ମାଲ ଲୋଡ୍ ପରିବହନ କରିଛି। ୨୦୨୨-୨୦୨୩ ବର୍ଷ ସମନ୍ବିତ ଲୋଡିଂରେ ଭାରତୀୟ ରେଲଓ୍ବେରେ ତୃତୀୟ ସ୍ଥାନ ହାସଲ କରିଛି। ସେପ୍ଟେମ୍ବର ୨୦୨୨ ରେ, ତାଳଚେର, ପାରାଦୀପ, ଧାମରା, ମେରାମଣ୍ଡଳୀ ଆଦି ବିଭିନ୍ନ ଲୋଡିଂ ପଏଣ୍ଟରୁ ଡିଭିଜନ୍ ଦ୍ୱାରା ଦୈନିକ ହାରାହାରି ୧୧୨ ରେକ୍ ମାଲ ପରିବହନ କରାଯାଇଥିଲା। ଲୋଡ୍ ହୋଇଥିବା ବିଭିନ୍ନ ସାମଗ୍ରୀ ମଧ୍ୟରେ କୋଇଲା, ସାର, ସିମେଣ୍ଟ, ଲୁହା ପଥର, କଞ୍ଚାମାଲ ଆଦି ବିଭିନ୍ନ ପାଓ୍ବାର ହାଉସ୍, ଉତ୍ପାଦନକାରୀ କମ୍ପାନୀ, ଉତ୍ପାଦନ ୟୁନିଟ୍ ଏବଂ ଇଣ୍ଡଷ୍ଟ୍ରିଜ୍କୁ ପରିବହନ କରାଯାଇଥିବା ମଣ୍ଡଳ ରେଳ ପ୍ରଶାସନ ପକ୍ଷରୁ କୁହାଯାଇଛି। ମାଲ ପରିବହନରେ ଜଡିତ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଖୋର୍ଦ୍ଧାରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ ରିଙ୍କେଶ ରୟ ଉତ୍ସାହର ସହିତ କାର୍ଯ୍ୟ କରିବାକୁ କହିଛନ୍ତି।
Posted inHome, Home Left, ଆମ ଜିଲା ଖବର, ଖୋର୍ଦ୍ଧା View All
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

