ମାଓବାଦୀ ପ୍ରବଣ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ମତଦାନ

ଅନୁଗୋଳ ଅଫିସ, ୨୪।୪- ଅନୁଗୋଳ ଜିଲାର ମାଓବାଦୀ ପ୍ରବଣ ଅଞ୍ଚଳରେ ଥିବା ୨୭ଟି ବୁଥ୍‌ରେ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। କଁା ଭଁା ମତଦାନ କେନ୍ଦ୍ରରେ ଛୋଟ ଛୋଟ ନିର୍ବାଚନୀ ହିଂସା ଦେଖା ଦେଇଥିଲା। ତେବେ ମୋଟାମୋଟି ଭାବେ ଜିଲାରେ ମତଦାନ ସମୟରେ ବା ପରେ କୌଣସି ହିଂସାକାଣ୍ଡ ଦେଖା ଦେଇ ନ ଥିବା ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି।

ଅପରାହ୍ନ ୪ଟା ଓ ସନ୍ଧ୍ୟା ୬ଟା ପରେ ବିଭିନ୍ନ ବୁଥ୍‌ରେ ମତଦାନ ଶେଷ ହେବାପରେ ପୋଲିଂ ପାର୍ଟିଙ୍କୁ ସୁରକ୍ଷିତ ଭାବେ ସେଠାରୁ ଅଣାଯାଇଛି। ଅନ୍ୟ ମତଦାନ କେନ୍ଦ୍ରରୁ ମଧ୍ୟ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗ ରୁମ୍‌କୁ ଇଭିଏମ୍‌ ଓ ଭିଭିପାର୍ଟ ମେଶିନ ଅଣାଯିବ ବୋଲି ଏସ୍‌ପି କହିଛନ୍ତି। ସେହିପରି ପାଲଲହଡ଼ାର କୋଠଭୂଇଁ ଠାରେ ଥିବା ମତଦାନ କେନ୍ଦ୍ରରେ ପୋଲିଂ ପାର୍ଟି ଫସି ରହିଥିବା ସୂଚନା ମିଳିଛି। ଏ ନେଇ ଏସ୍‌ପି କହିଛନ୍ତି, ସେମାନଙ୍କୁ ତୁରନ୍ତ ସେଠାରୁ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି। ତେବେ ଉକ୍ତ ଅଞ୍ଚଳ ମାଓ ପ୍ରବଣ ହୋଇ ନ ଥିବାରୁ କୌଣସି ବିପଦ ନାହିଁ।

ଅନୁଗୋଳ ନିର୍ବାଚନମଣ୍ଡଳୀର ଗଡ଼ସନ୍ତ୍ରୀ ଠାରେ ଥିବା ୧୨୭ ନମ୍ବର ବୁଥ୍‌ରେ ନିର୍ବଚାନୀ ହିଂସା ଦେଖା ଦେଇଥିଲା। ବୁଥ୍‌ରେ ଭାଜପା ଦଳର ଏଜେଣ୍ଟ ଥିବା ସୁଶିଲ ବାରିକଙ୍କୁ ବିଜେଡିର ଦୁଇ ଜଣ କର୍ମୀ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା। ଏଥିଯୋଗୁ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ପୋଲିସ ପହଞ୍ଚତ୍ବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ବୁଢ଼ାପଙ୍ଗ ପଞ୍ଚାୟତର ୧୧୧ ନମ୍ବର ବୁଥ୍‌ରେ ଭଲ୍ୟୁଣ୍ଟର ଥିବା ଅଜିତ କୁମାର ମାଝିଙ୍କୁ ଦୁଇ ଜଣ ମାରପିଟ୍‌ କରିଥିବା ନେଇ ସେଠାରେ ମଧ୍ୟ ଉତ୍ତେଜନା ଦେଖା ଦେଇଥିଲା। ଏ ନେଇ ଅଜିତ କୁମାର ମାଝି ଥାନାରେ ଅଭିଯୋଗ କରିଛନ୍ତି।

ସେହିପରି ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ତୁରୁଡା ମତଦାନ କେନ୍ଦ୍ରରେ ଅପରାହ୍ନ ୪ଟା ପରେ କେତେଜଣ ଭୋଟରଙ୍କୁ ଭିତରକୁ ଛଡା ଯାଉଥିବାବେଳେ ଉତ୍ତେଜନା ଦେଖାଦେଇଥିଲା। ସେହିପରି କଦଳୀମୁଣ୍ଡା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ୯୯ ନମ୍ବର ବୁଥରେ ମତାଦାତାଙ୍କୁ ପ୍ରିଜାଇଡିଂ ଅଫିସର ଗୋଟିଏ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାକୁ କହିଥିବା ଅଭିଯୋଗ ହୋଇଥିଲା। ଏହାକୁ କେନ୍ଦ୍ରରେ ଥିବା ଏଜେଣ୍ଟମାନେ ବିରୋଧ କରିଥିଲେ। ପରେ ଗଣ୍ଡଗୋଳ ହେବାରୁ ପ୍ରାୟ ଅଧଘଣ୍ଟା ଧରି ମତଦାନ ବନ୍ଦ ରହିଥିଲା। ଆଠମଲ୍ଲିକ ସହରର ଲିପ୍ତିଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭୋଟ ଗ୍ରହଣ ବେଳେ ଗଣ୍ଡଗୋଳ ପରିଲକ୍ଷିତ ହୋଇଥିଲା। ଛେଣ୍ଡିପଦା ନିର୍ବାଚନମଣ୍ଡଳୀର କେତେକ ସ୍ଥାନରେ ଇଭିଏମ ଓ ଭିଭିପିଏଟିରେ ତ୍ରୁଟିକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ତେବେ ଜିଲାରେ ହୋଇଥିବା ଛୋଟମୋଟ ନିର୍ବାଚନୀ ହିଂସା ସମ୍ପର୍କରେ ଏସ୍‌ପି କହିଛନ୍ତି ଯେ, କୌଣସି ଥାନାରେ କିଛି ଅଭିଯୋଗ ହୋଇନାହିଁ। ତେବେ ଗଡ଼ସନ୍ତ୍ରୀ ଠାରେ ହୋଇଥିବା ନିର୍ବାଚନୀ ହିଂସା ଘଟଣାରେ ନଜର ରଖାଯାଇଛି। ଲାଇନରେ ଠିଆ ହେବାକୁ ନେଇ ଉକ୍ତ ଅଞ୍ଚଳରେ ପାଟିତୁଣ୍ଡ ହୋଇଥିବା ଖବର ମିଳିଛି। ଅନ୍ୟପକ୍ଷରେ ବୁଢ଼ାପଙ୍କ ଓ ହେମସୁରପଡ଼ାରେ ଥିବା ଉତ୍ତରପଡ଼ା ବିଦ୍ୟାଳୟର ପରିସର ବୁଥ୍‌ରେ ଅପରାହ୍ନରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ଏକ ନିର୍ଦ୍ଧିଷ୍ଟ ଦଳର ଲୋକମାନେ ମତଦାନ କେନ୍ଦ୍ରକୁ ଜୋର ଜବରଦସ୍ତ ପଶିବା ପାଇଁ ଉଦ୍ୟମ କରୁଥିବାବେଳେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ପରିସ୍ଥିତି ଆୟତ ହୋଇଥିଲା। ସେହିପରି ଜିଲାରେ ହୋଇଥିବା ଅନ୍ୟ କେତେକ ନିର୍ବାଚନୀ ହିଂସା ଘଟଣାରେ କଡ଼ା ନଜର ରଖାଯାଇଥିବା ଏସ୍‌ପି ମହାପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri