ଅର୍ଜୁନ ରାମପାଲ ବିବାହର ୨୦ ବର୍ଷ ପରେ ତାଙ୍କ ସ୍ତ୍ରୀ ମେହର ଜେସିୟାଙ୍କୁ ଛାଡ଼ପତ୍ର ଦେଇ ସାରିଛନ୍ତି। ଏ ଖବର କିଛିଦିନ ତଳେ ଖୁବ୍ ଚର୍ଚ୍ଚାରେ ଥିଲା। ପୁଣି ଥରେ ଅର୍ଜୁନ ଚର୍ଚ୍ଚାକୁ ଆସିଛନ୍ତି। ଅର୍ଜୁନ ଏବେ ବାପା ହେବାକୁ ଯାଉଛନ୍ତି। ତାଙ୍କ ଗାର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମୋଟ୍ରିଏଡ୍ସ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ଏ କଥା କହିଛନ୍ତି।
ସୋସିଆଲ ମିଡିଆରେ ଯେଉଁ ଫଟୋ ଶେୟାର ହୋଇଛି ଏଥିରେ ବେବି ବମ୍ପ୍ ବି ନଜର ଆସୁଛି। ଏଥିରେ ଗାବି୍ରିଏଲା କ୍ୟାପ୍ସନ୍ ଲେଖିଛନ୍ତି, ‘ତୁମ ଦୁଇଜଣଙ୍କ ସହ ମୁଁ ବହୁତ ଖୁସି ଅନୁଭବ କରୁଛି।’ ଏବେ ତୁମକୁ ଅପେକ୍ଷା। ଏହି ଫଟୋକୁ ଅର୍ଜୁବ ବି ତାଙ୍କ ଇନ୍ଷ୍ଟାଗ୍ରାମରେ ଶେୟାର କରି ‘ପୁଣି ଏକ ନୂଆ ଆରମ୍ଭ, ବେବି ଏହି ବେବି ପାଇଁ ଅଭିନନ୍ଦନ’ ବୋଲି କ୍ୟାପ୍ସନ ଲେଖିଛନ୍ତି। ଅର୍ଜୁନ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବା ପରେ ଗାବ୍ରିଏଲାଙ୍କ ସହ ଡେଟ୍ରେ ଥିଲେ। ଗାବ୍ରିଏଲା ଦକ୍ଷିଣଆଫ୍ରିକାର ଜଣେ ମଡେଲ। ଏହା ବ୍ୟତୀତ ଗତବର୍ଷ ଏଫ୍ଏଚ୍ଏମ୍ର ୧୦୦ ସେକ୍ସି ମହିଳାଙ୍କ ତାଲିକାରେ ତାଙ୍କ ନାଁ ରହିଛି। ସେ ବଲିଉଡ୍ରେ ମିସ୍ ଆଇପିଏଲ ମଧ୍ୟ ହୋଇସାରିଛନ୍ତି। ୨୦୧୫ରେ ସେ ତାମିଲ ଫିଲ୍ମ ‘ଓପିରି’ରେ ତାଙ୍କର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ।

