ମା’, ପୁଅଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣା: ଜେଜେବିରେ ହାଜର ହେଲେ ନାବାଳକ

ବ୍ରହ୍ମପୁର ଅଫିସ,୨ା୨-ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପଣ୍ଡା କଲୋନୀରେ ରହୁଥିବା ମୀନାକ୍ଷୀ ମିଶ୍ର ଓ ତାଙ୍କ ପୁଅ ରାଜା ଓରଫ କୃତ୍ତିବାସ ମିଶ୍ରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଜଣେ ନାବାଳକଙ୍କୁ ଶନିବାର ଜୁଭେନାଇଲ ଜଷ୍ଟିସ ବୋର୍ଡ (ଜେଜେବି)ରେ ହାଜର କରିଛି। ପରେ ନାବାଳକଙ୍କୁ ସୁଧାର ଗୃହକୁ ପଠାଇ ଦିଆଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି। ଘଟଣାରୁ ପ୍ରକାଶ ଗତ ୨୮ ତାରିଖ ଅପରାହ୍ନରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଦୁର୍ବୃତ୍ତମାନେ ରାଜା ଓରଫ କୃତ୍ତିିବାସ ମିଶ୍ରଙ୍କୁ ତାଙ୍କ ଘର ସମ୍ମୁଖରେ ଖଣ୍ଡାରେ ହାଣିଥିଲେ। ଏହାର ପ୍ରତିବାଦ କରିବାରୁ ଅପରାଧୀମାନେ ତାଙ୍କ ମା’ ମୀନାକ୍ଷୀ ମିଶ୍ରଙ୍କୁ ମଧ୍ୟ ଖଣ୍ଡାରେ ହାଣିଥିଲେ। ରାଜାଙ୍କ ମୁଣ୍ଡରେ ଖଣ୍ଡା ଚୋଟ ବାଜିଥିବା ବେଳେ ତାଙ୍କ ମା’ଙ୍କ ହାତରେ ଖଣ୍ଡା ଚୋଟ ବାଜିଥିଲା। ମହିଳାଙ୍କ ଅଭିଯୋଗକ୍ରମେ ପୋଲିସ ୧୯/୨୦ରେ ଏକ ମାମଲା ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

କୁଲାଡ ରଥଯାତ୍ରା ପାଇଁ ସମୀକ୍ଷା: ପୂର୍ତ୍ତ ବିଭାଗ ପକ୍ଷରୁ ସୁରକ୍ଷା ପ୍ରମାଣପତ୍ର ପ୍ରଦାନ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ରଥଯାତ୍ରା ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଛି। ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ଯାତ୍ରା…

କ୍ରୀଡ଼ାରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା: ବିଭିନ୍ନ ବର୍ଗରେ ମିଳିଲା ପଦକ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ଭୁବନେଶ୍ୱରରେ ଅନୁଷ୍ଟିତ ରିଜିଓନାଲ ଡାଇରେକ୍ଟରସ୍ତରୀୟ ଖେଳକୁଦ ପ୍ରତିଯୋଗିତା ୨୦୨୬-୨୦୨୭ରେ ସଫଳତା ହାସଲ କରିଛନ୍ତି। ଆୟୁଷ୍ମାନ ନାୟକ ଅଣ୍ଡର…

ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଜାଣନ୍ତୁ କାହିଁକି…

ଗଞ୍ଜାମ,୧୪।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ରପୁର ପଞ୍ଚାୟତ ମଧୁରଚୁଆ ସ୍କୁଲରେ ତାଲା ପକାଇଲେ ଛାତ୍ରୀଛାତ୍ର ଓ ଅଭିଭାବକ। ଦୀର୍ଘ ଦିନ ଧରି ଏହି…

ଭାଜପା ଜିଲା ସମ୍ପାଦକଙ୍କ ମାତୃ ବିୟୋଗ: ପରିବାର ସଦସ୍ୟଙ୍କୁ ଭେଟିଲେ ମନ୍ତ୍ରୀ ବିଭୁତି ଜେନା

ଛତ୍ରପୁର, ୧୪।୭ (ଦିଲ୍ଲୀପ ସାମଲ): ଛତ୍ରପୁର ସହରର ତିରୁପତିପେଟା ସାହି ନିବାସୀ ତଥା ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲା ସମ୍ପାଦକ ବସନ୍ତ କୁମାର ବେହେରାଙ୍କ ମା’…

ରାତି ପାଇଲେ ପରୀକ୍ଷା ଦେଇଥାନ୍ତେ ଶିବାନୀ: ମା’ ବିଲକୁ ଯାଇଥିବାବେଳେ ଘରେ…

ଭଞ୍ଜନଗର,୧୩।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଟୋକାଗଣ୍ଡା ଗ୍ରାମର ଖଦାଳି ସ୍ବାଇଁଙ୍କ ଝିଅ ତଥା ମେଧାବୀ ଛାତ୍ରୀ ଶିବାନୀ ସାଇଁ (୧୭) ସୋମବାର ସନ୍ଧ୍ୟାରେ…

ଶୃଙ୍ଖଳିତ ରଥ ଯାତ୍ରା ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ: ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଦିଗପହଣ୍ଡି, ୧୩।୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ଅପରାହ୍ନରେ ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା…

ଦୁର୍ଘଟଣାରେ ଆହାତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ: ଥାନାରେ ପହଞ୍ଚି ଝିଅ ଦେଲେ ଏତଲା

ଦିଗପହଣ୍ଡି,୧୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁୁବୁଡ଼ି ଗ୍ରାମର ଲବ ନାଇକ(୬୬) ଗତ ୭ ତାରିଖ ଅପରାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri