ମା’ ଉଗ୍ରତାରା ପିକ୍‌ନିକ୍‌ ସ୍ଥଳରେ ପର୍ଯ୍ୟଟକଙ୍କୁ ମିଳୁନି ସୁବିଧା: ଖୁସିରେ ଆସି ନିରାଶରେ ଫେରୁ୍‌ଛନ୍ତି

ନିରାକାରପୁର,୨୩।୧୨(ଡି.ଏନ୍‌.ଏ): ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ସାନ ରାଉତପଡା ପଞ୍ଚାୟତ ହାତୀଆଶୁଣି ପାଦଦେଶର ମୂଳିଝରଠାରେ ଅବସ୍ଥିତ ମା’ ଉଗ୍ରତାରାଙ୍କ ପୀଠ ହେଉଛି ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳ। ପୀଠ ନିକଟରେ ଥିବା ପିକ୍‌ନିକ୍‌ ସ୍ଥଳରେ ଭୋଜିଭାତ କରିବାକୁ ପର୍ଯ୍ୟଟକମାନେ ପସନ୍ଦ କରିଥାନ୍ତି। ବର୍ତ୍ତମାନ ପିକ୍‌ନିକ୍‌ ଋତୁ ଚାଲିଥିବା ଯୋଗୁ ଦୈନିକ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି। ହେଲେ ଏଠାରେ ସାମାନ୍ୟତମ ସୁବିଧା ନାହିଁ। କେବଳ ପର୍ଯ୍ୟଟକଙ୍କଠାରୁ ବିଭିନ୍ନ ପ୍ରକାରର ଫି ଆଦାୟକୁ ଗୁରୁତ୍ୱ ଦିଆଯାଉଛି। ପର୍ଯ୍ୟଟକମାନେ ଖୁସିରେ ଏଠାକୁ ଆସୁଥିବା ବେଳେ ଅବ୍ୟବସ୍ଥା ଦେଖି ନିରାଶରେ ଫେରୁଛନ୍ତି।
ଏବେ ଚାଲିଛି ପିକ୍‌ନିକ୍‌ ଋତୁ। ମା’ଙ୍କ ପୀଠକୁ କେବଳ ଓଡ଼ିଶାର କୋଣ ଅନୁକୋଣରୁ ନୁହଁ, ବରଂ ବାହାରୁ ଦୈନିକ ଶତାଧିକ ଲୋକ ମା’ଙ୍କ ଦର୍ଶନ ସହ ଭୋଜିଭାତ କରିବାକୁ ଆସୁଛନ୍ତି। ହେଲେ ନାନା ଅବ୍ୟବସ୍ଥା ଘେରରେ ବର୍ତ୍ତମାନ ଏହି ସ୍ଥାନଟି ରହିଛି। ମନ୍ଦିରଟି ଓଡ଼ିଶା ପର୍ଯ୍ୟଟନ ବିଭାଗ ଅଧୀନରେ ଅଛି। ଏଣୁ ବିଭାଗ ପକ୍ଷରୁ ଶୌଚାଳୟ ନିର୍ମାଣ କରାଯାଇଛି। ହେଲେ ଶୌଚାଳୟଟି ବନ୍ଦ ରହୁଛି। ଭିତରେ ସାଇକେଲ, ଜାଳେଣି କାଠ ସହ ଅଦରକାରୀ ଜିନିଷ ରଖାଯାଇଥିବା ଦେଖିବାକୁ ମିଳୁଛି। ଶୌଚ କାର୍ଯ୍ୟ ପାଇଁ ମହିଳା ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିକ୍‌ନିକ୍‌ ସ୍ଥଳରେ ବିଦ୍ୟୁତ୍‌ ବ୍ୟବସ୍ଥା ନାହିଁ। ଭିଡ ବଢୁଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ପର୍ଯ୍ୟଟକମାନେ ସନ୍ଧ୍ୟା ପୂର୍ବରୁ ଜାଗା ଛାଡିବାକୁ ବାଧ୍ୟ ହେଉଛନ୍ତି। ଅପରପକ୍ଷେ ଭୋଜି ରାନ୍ଧିବାକୁ ଜାଗା ରଖିବାକୁ ନେଇ ବହୁ ସମୟରେ ଉତ୍ତେଜନା ଦେଖାଦେଉଛି। ସେଠାରେ ଥିବା ପିଣ୍ଡିଗୁଡିକୁ କେତେଜଣ ବ୍ୟକ୍ତି ପାଲ ପକାଇ ଜଗି ରହୁଛନ୍ତି। ପାନୀୟ ଜଳ ଟ୍ୟାବ୍‌ ସୀମିତ ଥିବାରୁ ପାଣି ନେବାକୁ ଲମ୍ବା ଧାଡ଼ି ଲାଗୁଛି। ପିକ୍‌ନିକ୍‌ ସ୍ଥଳକୁ ସଫା କରାଯାଉନାହିଁ। ବାସି ଖାଦ୍ୟ ଏଣେତେଣେ ପଡ଼ି ଅପରିଷ୍କାର ପରିବେଶ ସୃଷ୍ଟି ହେଉଛି। ଦୁର୍ଗନ୍ଧ ଯୋଗୁ ଠିଆ ହେବା କଷ୍ଟ ହୋଇପଡୁଛି। ଅସ୍ବାସ୍ଥ୍ୟକର ପରିବେଶରେ ରୋଷେଇ କରିବା କିମ୍ବା ଖାଇବାକୁ ପର୍ଯ୍ୟଟକମାନେ ପସନ୍ଦ କରୁନାହାନ୍ତି। ଆସୁଥିବା ପର୍ଯ୍ୟଟକମାନଙ୍କଠାରୁ ବିଭିନ୍ନ ପ୍ରକାରର ଫି ଜୋରଜବରଦସ୍ତ ଆଦାୟ କରାଯାଉଛି। ଏହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଏମାନେ ଯାହା କୁହନ୍ତି…

ଦେବୋତ୍ତର ବିଭାଗ ମନ୍ଦିରକୁ ନିଜ ଅଧୀନକୁ ନେଇଛି। ପୂର୍ବରୁ ଖୋର୍ଦ୍ଧା ଉପଜିଲାପାଳ ଏହାର ଦାୟିତ୍ୱରେ ଥିଲେ। କିନ୍ତୁ ଏହି ସ୍ଥଳର ବିକାଶ ଦିଗରେ ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ମା’ଙ୍କ ଆକାଉଣ୍ଟରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜମା ରହିଛି। ତାହା କୌଣସି କାମରେ ଆସୁନି। ଯଦି ୧୬ ନମ୍ବର ଜାତୀୟ ରାଜପଥରୁ ମା’ଙ୍କ ପୀଠ ପର୍ଯ୍ୟନ୍ତ ଲାଇଟର ବ୍ୟବସ୍ଥା କରାଯାଇ ପାରନ୍ତା ତେବେ ଭଲ ହୁଅନ୍ତା।
-ଅଶୋକ କୁମାର ପାତ୍ର, ପର୍ଯ୍ୟଟକ
ମା’ ଉଗ୍ରତାରାଙ୍କ ପୀଠକୁ ଆସୁଥିବା ମହିଳାମାନେ ଶୌଚ ଲାଗି ହଇରାଣ ହେଉଛନ୍ତି। ଡଷ୍ଟବିନ୍‌ ସଫା ହେଉନି। ପରିସରରେ ପଡ଼ିଥିବା ଚିକେନ, ମଟନ, ମାଛ, ବାସୀ ଜିନିଷ ଶଢ଼ି ଦୁର୍ଗନ୍ଧ ହେଉଛି। ଏସବୁ ସଫା ନ କରି ଜୋର ଜବରଦସ୍ତ ଫି ଆଦାୟ କରାଯାଉଛି।
-ବିଷ୍ଣୁପ୍ରିୟା ସାହୁ, ପର୍ଯ୍ୟଟକ
ପର୍ଯ୍ୟଟକମାନେ ଶୌଚାଳୟକୁ ଭାଙ୍ଗି ଦେଉଥିବା ଯୋଗୁ ବନ୍ଦ କରି ଦିଆଯାଇଛି। ମନ୍ଦିରରେ ୪ ଜଣ ସଫେଇ କର୍ମଚାରୀ ଅଛନ୍ତି, କିନ୍ତୁ ପିକ୍‌ନିକ୍‌ ସ୍ଥଳରେ କେହିନାହାନ୍ତି। ଆଲୋକୀକରଣ ବ୍ୟବସ୍ଥା ମନ୍ଦିର କର୍ତ୍ତୃପକ୍ଷ କରିନାହାନ୍ତି। ଆମେ କ’ଣ କରିବୁ। -କୁମର ପାତ୍ର, କେୟାରଟେକର
ଆଗରୁ ଫି ନିଆଯାଉ ନ ଥିଲା। ସେମାନେ ନୂତନ ଭାବେ ରିଜୋଲ୍ୟୁଶନ କରିଥିବେ। ମୁଁ ଦେଖିବି। ଅନ୍ୟ ଯେଉଁ ସବୁ ସମସ୍ୟା କଥା କୁହାଯାଉଛି, ମୁଁ ବ୍ୟକ୍ତିଗତ ଭାବେ ବୁଝିବି।
-ସୁନାକର କିଶାନ, ଟାଙ୍ଗି ତହସିଲଦାର ତଥା ମନ୍ଦିର ସମ୍ପାଦକ


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ରଥ ଟଣା, ଅଳ୍ପବାଟ ଗଡ଼ି ଅଟକିଲା ନନ୍ଦିଘୋଷ

ପୁରୀ,୬।୭: ଭକ୍ତି, ହର୍ଷଉଲ୍ଲାସ ପରିବେଶରେ ଆରମ୍ଭ ହୋଇଛି ଚତୁର୍ଦ୍ଧାମୂର୍ତ୍ତୀଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସନ୍ଧ୍ୟା ପ୍ରାୟ ୫ଟାରେ ଶରଧାବାଲି ଅଭିମୁଖେ ପ୍ରଥମେ ଗଡ଼ିଥିଲା ତାଳଧ୍ବଜ ରଥ। ଘଣ୍ଟ, ଘଣ୍ଟା…

ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଇତିହାସ ରଚିଲେ ବିରାଟ-ରୋହିତ, ଗାଙ୍ଗୁଲ-ଦ୍ରାବିଡଙ୍କୁ ପଛରେ ପକାଇଲେ…

ନୂଆଦିଲ୍ଲୀ,୧୬।୭: କାର୍ଡିଫରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଏକ ଉଲ୍ଲେଖନୀୟ ପ୍ରଦର୍ଶନ ସହିତ ଇତିହାସ ସୃଷ୍ଟି କରିଥିଲେ। ସେମାନଙ୍କର…

ଦିନିକିଆରେ ସଚିନଙ୍କୁ ପଛରେ ପକାଇ ଐତିହାସିକ ରେକର୍ଡ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୬।୭: ବିରାଟ କୋହଲି ଏକଦିବସୀୟ କ୍ରିକେଟରେ ଆଉ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି। ସେ ବର୍ମିଂହାମରେ ତାଙ୍କ ଏକଦିବସୀୟ କ୍ୟାରିୟରର 300ତମ ଇନିଂସରେ ବ୍ୟାଟିଂ କରିଥିଲେ।…

Puri Rath Yatra, ଅଣନିଶ୍ବାସୀ ହୋଇ ଚାଲିଗଲା ୨ ଭକ୍ତଙ୍କ ଜୀବନ!

ପୁରୀ,୧୬।୭: ପୁରୀ ରଥଯାତ୍ରାରେ ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି। ଅଣନିଶ୍ବାସୀ ହୋଇ ୨ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ଜଣାପଡିଛି। ମୃତାହତଙ୍କୁ…

Video: ହନୁମାନଙ୍କ ଆଶୀର୍ବାଦ ପାଇବା ପରେ ଇନିଂସ ଆରମ୍ଭ କରିଥିଲେ ବୈଭବ ସୂର୍ଯ୍ୟବଂଶୀ, ହେଲିକପ୍ଟର ସଟ ମାରି ନିଜର ଶକ୍ତି ଦେଖାଇଲେ…

ନୂଆଦିଲ୍ଲୀ,୧୬।୭: ବୈଭବ ସୂର୍ଯ୍ୟବଂଶୀ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଏହି ସଫଳତା ସହିତ, ୧୫ବର୍ଷୀୟ…

ଗଞ୍ଜାମରେ ରଥଯାତ୍ରା; ମାଉସୀ ମା’ ମନ୍ଦିରରେ ପହଞ୍ଚି ଦର୍ଶନ ଦେଲେ ତିନି ଠାକୁର, କୁନି ଭକ୍ତ କଲେ….

ଗଞ୍ଜାମ,୧୬।୭(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଚଳିତ ବର୍ଷ ରଥଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଛି । ବଡ଼ ବଜାର ସ୍ଥିତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି…

ISROର ୧୦୦ ସାଇଣ୍ଟିଷ୍ଟ ଚାକିରି ଛାଡିବା ପରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୬।୭: ଭାରତ ସରକାର ISRO ବୈଜ୍ଞାନିକମାନଙ୍କ ପାଇଁ ଇସ୍ତଫା ଏବଂ ଅକାଳ ଅବସର ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛନ୍ତି। ଏକ ସରକାରୀ ନିର୍ଦ୍ଦେଶରେ ISROରେ ଗ୍ରୁପ A…

Puri Rath Yatra: ବଡ଼ଦାଣ୍ଡରେ ଗଡ଼ିଲା ରଥ, ଶରଧାବାଲି ଅଭିମୁଖେ ବଡ଼ ଠାକୁରଙ୍କ ତାଳଧ୍ବଜ

ପୁରୀ,୬।୭: ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ରଥଟଣା। ବଡ଼ଦାଣ୍ଡରେ ଗଡ଼ିଲା ପ୍ରଭୁ ବଡ଼ ଠାକୁରଙ୍କ ତାଳଧ୍ବଜ ରଥ। ଲକ୍ଷାଧିକ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri