ମହୁଲ ଗୋଟାଇବାକୁ ଯାଇଥିବା ବୃଦ୍ଧାଙ୍କ ବଜ୍ରପାତରେ ଜୀବନ ଗଲା

ବାମରା,୨୨।୪(ଡି.ଏନ.ଏ.):ସମ୍ବଲପୁର ଜିଲା ବାମରା ବ୍ଲକ ସଗରା ପଞ୍ଚାୟତ ମୁଣ୍ଡଲେସା ଗାଁର ନେଗି କୁଜୁରଙ୍କ ସ୍ତ୍ରୀ ତାସରି କୁଜୁର (୬୨)ଙ୍କ ବଜ୍ରପାତରେ ଜୀବନ ଯାଇଛି। ସେ ଭୋରରୁ ଘରଠାରୁ ପ୍ରାୟ ୧ କିମି ଦୂରକୁ ମହୁଲ ଗୋଟେଇବାକୁ ଯାଇଥିଲେ। ହେଲେ ଏହି ସମୟରେ ହଠାତ ଘଡ଼ଘଡି ସହ ଅଚାନକ ପ୍ରବଳ ବର୍ଷା ହୋଇଥିଲା। ଏଣୁ ସେ ଏକ ଗଛ ତଳେ ଆଶ୍ରୟ ନେଇଥିଲେ। ହେଲେ ବଜ୍ରପାତରେ ସେଠାରେ ଟଳି ପଡ଼ିଥିଲେ । ଖବର ପାଇ ଗଡ଼ପୋଷ ଫାଣ୍ଡି ଅଧିକାରୀ ଦେବରାଜ ପ୍ରଧାନ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାମରା ଡାକ୍ତରଖାନାକୁ ପଠାଇଥିଲେ। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାସ୍ୟ ଅଭିନେତା ରାଜ ଶର୍ମାଙ୍କ ପରଲୋକ, ୫୦ ବର୍ଷ ବୟସରେ ଶେଷ ନିଶ୍ୱାସ…

ନୂଆଦିଲ୍ଲୀ,୨୫।୪:  ଡାଲାସ୍‌ର ପ୍ରସିଦ୍ଧ ହାସ୍ୟାଭିନେତା ରାଜ ଶର୍ମାଙ୍କ ଦେହାନ୍ତ ହୋଇଯାଇଛି । ୫୦ ବର୍ଷ ବୟସରେ ୨୪ ଏପ୍ରିଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବର୍ତ୍ତମାନ,…

ରାଘବଙ୍କ ଠାରୁ ଏତେ ଗୁଣା ଅଧିକ ଧନୀ ପତ୍ନୀ ପରିଣୀତି, ଜାଣନ୍ତୁ ଏମାନଙ୍କ ନେଟ ଓ୍ବର୍ଥ

ନୂଆଦିଲ୍ଲୀ,୨୫।୪: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ତାଙ୍କ ସ୍ବାମୀ ରାଘବ ଚଢା ବର୍ତ୍ତମାନ ଖବରର ଶିରୋନାମାରେ ଅଛନ୍ତି। ପ୍ରକୃତରେ, ତାଙ୍କ ରାଜନୈତିକ କ୍ୟାରିୟରରେ ଏକ ବଡ଼…

ରାଘବଙ୍କ ଅଡୁଆ ବଢାଇ ପାରନ୍ତି କେଜରିଓ୍ବାଲ-ସିସୋଡିଆ

ନୂଆଦିଲ୍ଲୀ,୨୫।୪: ଆମ ଆଦମୀ ପାର୍ଟି (ଏଏପି)ର ଦୁଇ-ତୃତୀୟାଂଶ ରାଜ୍ୟ ସଭା ଏମପି ରାଘବ ଚଢାଙ୍କ ସମେତ ଦଳ ଛାଡି ଭାଜପାରେ ଯୋଗଦେବାକୁ ଯାଉଛନ୍ତି ବୋଲି ଦାବି ହେବା…

ଦୀର୍ଘ ୧୬ ବର୍ଷ ପରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିଲା +୨, ଅଞ୍ଚଳରେ ଖେଳିଗଲା ଆନନ୍ଦ

ଭଞ୍ଜନଗର,୨୫ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ୨୦୧୦ରେ ଖୋଲିଥିଲା। ଦୀର୍ଘ ୧୬ ବର୍ଷ ପରେ ଚଳିତ ଶିକ୍ଷାବର୍ଷଠାରୁ ଯୁକ୍ତ ୨ ପ୍ରଥମ ବର୍ଷ ବିଜ୍ଞାନ…

ହାର୍ଦ୍ଦିକଙ୍କ ଏକ୍ସ ଓ୍ବାଇଫ ନା ନୂଆ ଗର୍ଲଫ୍ରେଣ୍ଡ କିଏ ଅଧିକ ଧନୀ? ଜାଣନ୍ତୁ ଏମାନଙ୍କ ସମ୍ପତ୍ତିର ମୂଲ୍ୟ

ନୂଆଦିଲ୍ଲୀ,୨୫।୪: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଜୀବନଶୈଳୀ ଏବଂ ସମ୍ପର୍କ ପାଇଁ ପ୍ରାୟତଃ ଶିରୋନାମାରେ ଅଛନ୍ତି। ହାର୍ଦ୍ଦିକ ବର୍ତ୍ତମାନ ଲୋକପ୍ରିୟ ମଡେଲ ମାହିକା ଶର୍ମାଙ୍କୁ ଡେଟ…

ଜଳିଗଲା ଲଙ୍କାଗଡ଼ ଜଙ୍ଗଲ, ଚାରିଆଡ଼େ ଧୂଆଁମୟ

ଭଞ୍ଜନଗର,୨୫ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କୁଲାଡ଼ ବିଟ୍‌ ଅଧୀନରେ ଥିବା ବାରୁଡ଼ା ଲଙ୍କାଗଡ଼ ପାହାଡ଼ରେ ଥିବା ଜଙ୍ଗଲ ଶୁକ୍ରବାର ରାତିରେ ଜଳିଯାଇଛି।…

ଟ୍ରମ୍ପଙ୍କୁ ଭେଟିବେ ମୋଦି, ଯୁଦ୍ଧକୁ ନେଇ ହୋଇପାରେ ବଡ଼ ଆଲୋଚନା!

ନୂଆଦିଲ୍ଲୀ,୨୫।୪: ଜୁନ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ବୈଠକ ହେବାର ସମ୍ଭାବନା ଅଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ…

କୋହଲିଙ୍କ ବିରାଟ ଛକା ଦେଖି ଷ୍ଟାଡିୟମରେ ଏମିତି ନାଚି ଉଠିଲେ ଅନୁଷ୍କା ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୫।୪: ଗତ ଶୁକ୍ରବାର, IPL 2026 ର ୩୪ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ବେଙ୍ଗାଲୁରୁ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri