ମହିଳା ସରପଞ୍ଚଙ୍କୁ ପୋଲିସର ମାଡ଼ ଘଟଣା: ୪୦୦ଙ୍କ ନାଁରେ ମାମଲା

ହାଟଡିହୀ/ଆନନ୍ଦପୁର/କେନ୍ଦୁଝର,୫ା୬(ଡି.ଏନ୍‌.ଏ/ସ୍ବ.ପ୍ର.)-କେନ୍ଦୁଝର ଜିଲା ବଉଳା ଫାଣ୍ଡିକୁ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରୁ ଲୁଚି ପଳାଇଥିତ୍ବା ଜଣେ ପ୍ରବାସୀଙ୍କ ସମ୍ପର୍କରେ ଏତଲା ଦେବାକୁ ଯାଇଥିବା ବାଙ୍ଗୋର ପଞ୍ଚାୟତର ମହିଳା ସରପଞ୍ଚ ସୁପ୍ରଭା ରାଉତ ଓ ସମିତି ସଭ୍ୟ ବିବେକାନନ୍ଦ ରାଉତଙ୍କୁ ପୋଲିସ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ପ୍ରତିବାଦରେ ଫାଣ୍ଡି ଘେରାଉ ଓ ରାସ୍ତା ଅବରୋଧ କରିଥିତ୍ବା ଅଭିଯୋଗରେ ଲୋକ ପ୍ରତିନିଧିଙ୍କ ସମେତ ୪୦୦ଜଣଙ୍କ ନାମରେ ପୋଲିସ ମାମଲା ରୁଜୁ କରିଛି। ଫାଣ୍ଡି ଏଏସଆଇ କୀର୍ତ୍ତନ ମହାନ୍ତଙ୍କ ଲିଖିତ ଅଭିଯୋଗ କ୍ରମେ କେଶନଂ.୩୫/୨୦୨୦, ଦଫା ୧୪୩,୧୮୮,୨୬୯,୨୭୦,୨୯୪,୫୦୬,୧୪୯ ଓ ୫୧ରେ ସରପଞ୍ଚ, ସମିତି ସଭ୍ୟ,ଜିଲା ପରିଷଦ ସଭ୍ୟ ଏବଂ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷେ ସୋସୋ ପୋଲିସ ଲୋକଙ୍କୁ ଦୁର୍ବ୍ୟବହାର କରିବା ପ୍ରସଙ୍ଗ ଏକ ଗୁଜବ ବୋଲି କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର କହିଛନ୍ତି। ଏଥିସହ ମାଫିଆଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯାଇଛି ବୋଲି ଟୁଇଟ୍‌ କରି ଏସ୍‌ପି ସୂଚନା ଦେଇଛନ୍ତି। ଏସ୍‌ପିଙ୍କ ଏପରି ଟୁଇଟ୍‌କୁ ନେଇ ଆନନ୍ଦପୁର ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ ଦୃଢ ନିନ୍ଦା ସହ ସମାଲୋଚନା କରି ଟୁଇଟ୍‌ କରିଛନ୍ତି। ମହିଳା ସରପଞ୍ଚଙ୍କୁ ପୋଲିସର ମାଡ ପ୍ରସଙ୍ଗକୁ ନେଇ ଏନ୍‌ଏଚ୍‌ଆର୍‌ସି ଏବଂ ଓଏଚ୍‌ଆର୍‌ସିରେ ମଧ୍ୟ ମାମଲା ଦାୟର ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ପଞ୍ଚାୟତ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରୁ ଜଣେ ପ୍ରବାସୀ ଖସି ପଳାଇଯାଇଥିବା ସମ୍ପର୍କରେ ମହିଳା ସରପଞ୍ଚ ଓ ତାଙ୍କ ସ୍ବାମୀ ବଉଳା ଫାଣ୍ଡିକୁ ଅଭିଯୋଗ କରିବାକୁ ଯାଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ସୋସୋ ଥାନା ଭାରପ୍ରାପ୍ତ ଅଧିକାରୀ ଗଗନ ନାୟକ ଏବଂ ଘସିପୁରା ଥାନା ଏସଆଇ ବିଶ୍ୱଜିତ୍‌ ବେହେରା ଆକ୍ରୋଶ ମୂଳକ ଭାବରେ ସରପଞ୍ଚଙ୍କ ସ୍ବାମୀଙ୍କୁ ଗିରଫ କରିବାକୁ ଉଦ୍ୟମ କରିଥିଲେ। ସରପଞ୍ଚ ସୁପ୍ରଭା ଏହାର ପ୍ରତିବାଦ କରିବାରୁ ଦୁଇ ପୋଲିସ ଅଧିକାରୀ ତାଙ୍କୁ ମାଡ଼ ମାରିଥିବା ନେଇ ଆନନ୍ଦପୁର ଏସଡିପିଓ ବିଦ୍ୟୁତ୍‌ ଚନ୍ଦ୍ର ପଣ୍ଡାଙ୍କ ନିକଟରେ ସରପଞ୍ଚ ଅଭିଯୋଗ କରିଛନ୍ତି। ଏହି ଘଟଣାର ପ୍ରତିବାଦରେ ବାଙ୍ଗୋର ପଞ୍ଚାୟତବାସୀ ଫାଣ୍ଡି ଘେରାଉ କରିବା ସହ ସ୍ଥାନୀୟ ସଙ୍ଗରୋଧ କେନ୍ଦ୍ରର ଅନ୍ତେବାସୀମାନେ ରାସ୍ତାରୋକୋ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ ଏକାଠି ହେଲେ ୧୩ ବ୍ଲକର ସରପଞ୍ଚ, ୪ ବର୍ଷର ବିକାଶ…

ପାଟଣା,୨୭।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସରପଞ୍ଚ ମହାସଂଘର ରବିବାର ପାଟଣା ବ୍ଲକ୍ ଡୁମୁରିଆ ପଂଚାୟତ ଘାଟ ବାଲି ଯୋଡ଼ି ସ୍ଥିତ ଭୀମ କୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ…

ସୋସୋରେ ଫୁଟିଲା ଗୁଳି, ବ୍ୟବସାୟୀଙ୍କଠାରୁ ଲୁଟ୍‌

ହାଟଡିହୀ, ୨୭।୯ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳରେ ଗୁଳି ଫୁଟାଇ ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ଗତ ଶନିବାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭୟଙ୍କର ଭୂସ୍ଖଳନ: ହଠାତ୍‌ ଧସିଲା ବଡ଼ବଡ଼ ପଥର ଖଣ୍ଡ, ମାଟି ଅତଡ଼ା

ବଞ୍ଚୋ,୨୬ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅଧୀନ ତରତରା ପଂଚାୟତ ବାହିଆବାରଦଣ୍ଡା ଅଞ୍ଚଳର ବାରହାଗାଡ଼ିଆ ନିକଟରେ ଶନିବାର ଏକ ଭୟାନକ ଭୂସ୍କଳନ ଘଟିଥିବା ଜଣାପଡ଼ିଛି। ହଠାତ୍‌ ମାଟି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?