Posted inଜାତୀୟ

ମହିଳା ବିରୋଧୀ ଅପରାଧରେ ରାଜନେତାଙ୍କ ସମ୍ପୃକ୍ତି: ଭାଜପା ପ୍ରଥମ, କଂଗ୍ରେସ ଦ୍ୱିତୀୟରେ

ନୂଆଦିଲ୍ଲୀ,୧୧ା୧୨: ଦେଶବ୍ୟାପୀ ମହିଳା ବିରୋଧୀ ହିଂସା ଓ ଅପରାଧର ମାତ୍ରା ବଢ଼ି ବଢ଼ି ଚାଲିଛି। ଦିଲ୍ଲୀରୁ ପଲ୍ଲୀ ଯାଏ ଏହାକୁ ନେଇ ତୀବ୍ର ପ୍ରତିବାଦର ସ୍ବର ମଧ୍ୟ ଦେଖିବାକୁ ମିଳୁଛି। ସାଧାରଣ ଜନତାଙ୍କ କଥା ଛାଡ଼ନ୍ତୁ, ବିଭିନ୍ନ ଦଳର ରାଜନେତାମାନେ ମଧ୍ୟ ମହିଳା ବିରୋଧୀ ଅପରାଧରେ ସାମିଲ ଥିବା ଜଣାଯାଏ। ଇଲେକ୍ସନ ଓ୍ବାଚ୍‌ଡଗ୍‌ ଏଡିଆର୍‌( ଆସୋସିଏସନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ ରିପୋର୍ଟ ଅନୁଯାୟୀ ଭାଜପାର ୨୧ ନେତା ମହିଳା ବିରୋଧୀ ଅପରାଧ ମାମଲାରେ ଛନ୍ଦିହୋଇ ରହିଥିବାବେଳେ କଂଗ୍ରେସର ୧୬, ଓ୍ବାଇଏସ୍‌ଆର୍‌ସିପି ୭ ଅଛନ୍ତି।
୨୦୦୯ରେ ୨ ଏମ୍‌ପିଙ୍କ ବିରୋଧରେ ଏଭଳି ମାମଲା ରହିଥିବାବେଳେ ୨୦୧୯ରେ ଏହା ବଢ଼ି ୧୯ରେ ପହଞ୍ଚିଛି। ଏବେ ୩ ଏମ୍‌ପି ଓ ୬ ବିଧାୟକଙ୍କ ବିରୋଧରେ ବଳାତ୍କାର ମାମଲା ଚାଲିଥିବା ଜଣାପଡ଼ିଛି। ଗତ ୫ ବର୍ଷ ମଧ୍ୟରେ ବଳାତ୍କାର ମାମଲାରେ ଫସିଥିବା ୪୧ ପ୍ରାର୍ଥୀଙ୍କୁ ବିଭିନ୍ନ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଟିକେଟ୍‌ ଦିଆଯାଇଥିବା ପ୍ରକାଶ। ମହିଳା ବିରୋଧୀ ହିଂସା ଓ ଅପରାଧ ମାମଲା ଚାଲିଥିବା ୬୬ ଜଣଙ୍କୁ ଭାଜପା ଟିକେଟ୍‌ ଦେଇଥିବା ଜଣାପଡ଼ିଛି। କଂଗ୍ରେସରୁ ଏଭଳି ୪୬ ଓ ବିଏସ୍‌ପିରୁ ୪୦ ପ୍ରାର୍ଥୀ ଥିବା ଏଡିଆର୍‌ ରିପୋର୍ଟରେ ଦର୍ଶାଯାଇଛି। ୭୫୯ ଏମ୍‌ପି ଓ ୪୦୬୩ ବିଧାୟକଙ୍କ ସତ୍ୟପାଠ ତର୍ଜମା କରାଯିବା ପରେ ଏଭଳି ତଥ୍ୟ ଲୋକଲୋଚନକୁ ଆସିଛି। ବିଗତ ଲୋକ ସଭା ନିର୍ବାଚନରେ ଏଭଳି ୩୮ ପ୍ରାର୍ଥୀ ଜନମତ ଲୋଡ଼ିଥିଲେ।
ପଶ୍ଚିମବଙ୍ଗରେ ଏଭଳି ସର୍ବାଧିକ ଏମ୍‌ପି ଓ ବିଧାୟକ(୧୬) ରହିଥିବାବେଳେ ଓଡ଼ିଶା ଓ ମହାରାଷ୍ଟ୍ରରେ ୧୨ ଲେଖାଏ ବିଧାୟକ ଥିବା ଜଣାପଡ଼ିଛି। ଗତ ୫ ବର୍ଷ ମଧ୍ୟରେ ମୋଟ ୫୭୨ ଏଭଳି ପ୍ରାର୍ଥୀ ଲୋକ ସଭା, ରାଜ୍ୟ ସଭା ଓ ବିଧାନସଭା ନିର୍ବାଚନ ଲଢ଼ିଥିବା କୁହାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଏ ପର୍ଯ୍ୟନ୍ତ ଏମାନଙ୍କ ମଧ୍ୟରୁ କେହି ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳ ପକ୍ଷରୁ ଏଭଳି ୪୧୦ ପ୍ରାର୍ଥୀଙ୍କ ମଧ୍ୟରୁ ଲୋକ ସଭା ଓ ରାଜ୍ୟ ସଭାକୁ ୮୯ ମନୋନୀତ ହୋଇଛନ୍ତି। ବିଗତ ୫ ବର୍ଷ ମଧ୍ୟରେ ମହିଳା ବିରୋଧୀ ଅପରାଧ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୮୫, ବିହାରରେ ୭୫ ଜଣଙ୍କୁ ଦଳ ପକ୍ଷରୁ ଟିକେଟ ଦିଆଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…

ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri