ମହାପ୍ରଭୁ ପରୀକ୍ଷା ନେଲେ: ଗଜପତି

ପୁରୀ ଅଫିସ, ୨୪ା୬: ଲକ୍‌ଡାଉନ କଟକଣା ଯୋଗୁ ସ୍ନାନବେଦିକୁ ଛେରା ପହଁରା କରିବାକୁ ଯାଇ ନ ଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତି ମହାରାଜାଙ୍କ ପ୍ରତିନିଧି ମୁଦିରସ୍ତ ସ୍ନାନ ପୂର୍ଣ୍ଣିମାରେ ରଥରେ ଛେରାପହଁରା କରିଥିଲେ। ମାତ୍ର ରଥଯାତ୍ରା ପାଇଁ ସୁପ୍ରିମ୍‌କୋର୍ଟ ଅନୁମତି ଦେବା ଏବଂ ସମସ୍ତ କୋଭିଡ୍‌ କଟକଣା ପାଳନ କରି ମଙ୍ଗଳବାର ରଥଯାତ୍ରାରେ ସାମିଲ ହୋଇଥିଲେ ଗଜପତି ମହାରାଜା। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ ସାରି ଯିବା ପରେ ତାମଯାନରେ ପହଞ୍ଚତ୍ଥିଲେ ଗଜପତି। ତିନିରଥରେ ଛେରାପହଁରା ସାରି ଫେରିବା ବେଳେ ରଥଯାତ୍ରାକୁ ନେଇ ଯେଉଁ ଆଇନଗତ ଲଢେଇ ଚାଲିଥିଲା ସେ ସମ୍ପର୍କରେ କହିଥିଲେ ମହାପ୍ରଭୁ ଆମର ପରୀକ୍ଷା ନେଲେ। କୌଣସି ପିଲା ସ୍କୁଲ କିମ୍ବା କଲେଜରେ ପଢୁଥିଲେ ତାଙ୍କୁ ମଝିରେ ମଝିରେ ପରୀକ୍ଷା ଦେବାକୁ ପଡ଼ିଥାଏ। କୋଭିଡ୍‌କୁ ନେଇ ଅକ୍ଷୟ ତୃତୀୟାଠାରୁ ଆଜି ପର୍ଯ୍ୟନ୍ତ ଯାହା ଘଟିଲା ତାହା ଥିଲା ଆମ ସମସ୍ତଙ୍କର ପରୀକ୍ଷାର ଦିବସ। ଏହି ପରୀକ୍ଷାର ସମୟ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ରହିଛି। ଏହା ଥିଲା ମହାପ୍ରଭୁଙ୍କ ଲୀଳା। ଆମେ ତାଙ୍କୁ ଭୁଲି ଯାଇଛୁ ନା ଅନ୍ତରରେ ରଖିଛୁ ସେଥିପାଇଁ ମଝିରେ ମଝିରେ ମହାପ୍ରଭୁ ଏହିଭଳି ପରୀକ୍ଷା ନେଉଛନ୍ତି। ତେବେ କୌଣସି ଗଜପତିଙ୍କର ଏଭଳି ଅନୁଭୂତି ହୋଇ ନ ଥିବ। ଏହା ଏକ ଐତିହାସିକ ଘଟଣା, ଇତିହାସ ସୃଷ୍ଟି ହେଲା। ସମସ୍ତ ଭକ୍ତ ଓ ସେବକଙ୍କ ଆନ୍ତରିକ ପ୍ରାର୍ଥନା ଶୁଣି ମହାପ୍ରଭୁ ବିଜେ କଲେ। ତାଙ୍କ ଯାତ୍ରା ସେ ହିଁ ଅନୁଷ୍ଠିତ କରେଇଲେ। ତେବେ ବର୍ତ୍ତମାନ ବିଶ୍ୱରେ ଯେଉଁପରି ଭାବେ ମହାମାରୀ କରୋନା ସମସ୍ତଙ୍କୁ ଦୁଃଖ ଓ କଷ୍ଟ ଦେଇଚାଲିଛି ଅତିଶୀଘ୍ର ମହାପ୍ରଭୁୁ ତା’ର ଶେଷ କରନ୍ତୁ ଏତିକି ପ୍ରାର୍ଥନା କରିବା। ସେହିପରି ଯିଏ ଯେଉଁଠି ଥାନ୍ତୁ ନା କାହିଁକି ଟେଲିଭିଜନ ମାଧ୍ୟମରେ ମହାପ୍ରଭୁଙ୍କର ଯେଉଁ ଦର୍ଶନ ମିଳୁଛି ତାକୁ ବାସ୍ତବ ଦର୍ଶନ ଭାବି ଠାକୁରଙ୍କ କୃପା ଲାଭ କରନ୍ତୁ ବୋଲି କହିଛନ୍ତି ଗଜପତି। ଛେରାପହଁରା ଅନୁଭୂତି ଭାଷାରେ କହିହେବ ନାହିଁ। ସେହିପରି ଜଣେ ଆଦ୍ୟସେବକ ମହାପ୍ରଭୁଙ୍କର ରାଜସେବା, ରାଜନୀତି ଏବଂ ଛେରାପହଁରା କରୁଛନ୍ତି ଏବଂ ଆଉଜଣେ ଭକ୍ତ ବଡ଼ଦାଣ୍ଡରେ ଥାଇ ମହାପ୍ରଭୁଙ୍କୁ ଗୁହାରି ଜଣାଉଛନ୍ତି ବାସ୍ତବରେ ସେଥିରେ ତଫାତ୍‌ ନାହିଁ। ତଫାତ୍‌ ହେଉଛି ଭାବନାର। ଯଦି ଭାବନା ଏକ ତା’ହେଲେ ସେଥିରେ କୌଣସି ପାର୍ଥକ୍ୟ ନାହିଁ। ସେବା ଭିନ୍ନ ହେଲେ ବି ଅନ୍ତରର ଭାବନା ମହାପ୍ରଭୁ ଜାଣନ୍ତି। ଭକ୍ତ ବିନା ବଡ଼ଦାଣ୍ଡ ସେ ରଥଯାତ୍ରା ଭଳିଆ ଜଣାପଡେ ନାହିଁ। ମହାପ୍ରଭୁ ମଧ୍ୟ ରଥ ଉପରେ ବସି ତାଙ୍କ ଭକ୍ତଙ୍କୁ ଖୋଜୁଥିବେ। କିନ୍ତୁ ଆମେ ଯାହା ଦେଖୁଛୁ ମହାପ୍ରଭୁ କେବଳ ତାହା ଦେଖୁନାହାନ୍ତି। ସେ ତାଙ୍କ ଘରୁ ବଡ଼ଦାଣ୍ଡକୁ ବାହାରିଛନ୍ତି କେବଳ ବଡ଼ଦାଣ୍ଡ ଭକ୍ତଙ୍କ ପାଇଁ ନୁହେଁ, ସେ ହେଉଛନ୍ତି ଜଗତର ନାଥ। ତେଣୁ ସମସ୍ତ ଜଗତ ପାଇଁ ସେ ବାହାରିଛନ୍ତି । ସମଗ୍ର ସୃଷ୍ଟିରେ ଯେତିକି ପ୍ରାଣୀ ଅଛନ୍ତି ସେମାନେ ମହାପ୍ରଭୁଙ୍କ ଦର୍ଶନ କରିବେ। ସେ ଶରୀରରେ ଥାନ୍ତୁ ବା ଅଶରୀରି ଥାନ୍ତୁ। ସେହିପରି ସମସ୍ତ କଟକଣାକୁ ମାନି ବଡ଼ଦାଣ୍ଡକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିପାରି ନ ଥିବା ଭକ୍ତଙ୍କୁ ଗଜପତି ମହାରାଜା ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?