ମହାନଦୀ ଜଳସ୍ତର : ୨ଦିନ ଧରି ରାସ୍ତା ଉପରେ ବନ୍ୟାଜଳ

ଗଣିଆ,୯ା୯ (ଡି.ଏନ.ଏ.): ଗତ ୪ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।ତେବେ ଗତ ଶନିବାର ଅପରାହ୍ନରେ ମହାନଦୀରେ ବନ୍ୟାପାଣି ଆସି ନୟାଗଡ଼ ଜିଲା ଗଣିଆ ବ୍ଲକର ଗଣିଆ-ବଡମୂଳ ପୂର୍ତ୍ତ ରାସ୍ତାର ରାସଙ୍ଗ, କାଦୁଆ, କଳାପାଟ ପୀଠ, ଛାମୁଣ୍ଡିଆ ନିକଟସ୍ଥ କଶୀନାଳ, ବାରନାଳିଆ, ମୁଦୁଲିଗାଡିଆ, ମଙ୍ଗାନାସୀଠାରେ ରାସ୍ତା ଉପରେ ୨ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିଲା। ରବିବାର ସକାଳେ ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଥିଲା। ତେବେ ମଧ୍ୟାହ୍ନ ସମୟରୁ ପୁଣିଥରେ ବୃଦ୍ଧି ପାଇବାରୁ ଉପରୋକ୍ତ ସ୍ଥାନରେ ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖାଯାଇଛି। ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦ ନଦୀବନ୍ଧରୁ ୨୦ଟି ଗେଟ୍‌ ଦେଇ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଜଳସ୍ତର ବଢିବାରେ ଲାଗିଛି। ହୀରାକୁଦ ନଦୀବନ୍ଧ ବୁର୍ଲା ଡିଭିଜନର ଗଣିଆ ବ୍ଲକ ବଡମୂଳଠାରେ ଥିବା ଗେଜ୍‌ ସାଇଟରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ସକାଳ ୬ଟା ସମୟରେ ମହାନୀର ଜଳସ୍ତର ୩୧ଫୁଟ ରହିଥିଲା। ଏହାର ୬ଘଣ୍ଟା ପରେ ମଧ୍ୟାହ୍ନ ୧୨ଟା ସମୟରେ ଏହା ୩୧ଫୁଟ ୬ଇଞ୍ଚକୁ ବୃଦ୍ଧି ପାଇଥିଲା। ସେହିପରି ଅପରାହ୍ନ ୬ଟା ସୁଦ୍ଧା ୩୨ଫୁଟ ୧୦ ଇଞ୍ଚକୁ ବୃଦ୍ଧି ପାଇଥିଲା। ଏଠାରେ ବିପଦସଙ୍କେତ ୩୫ଫୁଟ ରହିଥିବା ଜଣାପଡିଛି। ଲଗାଣ ବର୍ଷା ଜାରି ରହିଲେ ଗଣିଆ ବ୍ଲକରେ ବଡ ଧରଣର ବନ୍ୟା ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି। ଗତ ୨ଦିନ ଧରି ବନ୍ୟାଜଳ ରାସଙ୍ଗ, ଛାମୁଣ୍ଡିଆ, ପତୁରିଆ ଆଦି ଗ୍ରାମର ଗହୀର ବିଲରେ ଚାଷ ହୋଇଥିବା ଧାନଗଛ ବୁଡାଇ ରଖିଛି। ସେହିପରି ମହାନଦୀ କୂଳରେ ଚାଷ ହୋଇଥିବା ବିଭିନ୍ନ ପରିବା ଫସଲ ମଧ୍ୟ ବନ୍ୟାପାଣିରେ ବୁଡି ନଷ୍ଟ ହେବାକୁ ବସିଲାଣି। ୨ଦିନ ଧରି ମହାନଦୀର ଜଳସ୍ତର କମିବା ଓ ବଢିବାକୁ ନେଇ ନଦୀକୂଳିଆ ବାସିନ୍ଦାଙ୍କ ମନରେ ଏକପ୍ରକାର ବନ୍ୟା ଆଶଙ୍କା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri