ମଳାସୁର କ୍ୟାମ୍ପେନ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ

ବ୍ରହ୍ମପୁର ଅଫିସ,୨୦ା୧୧- ବ୍ରହ୍ମପୁର ମହାନଗର ନିଗମ ନିକଟରେ ରାଜ୍ୟର ପ୍ରଥମ ବାହ୍ୟମଳ ମୁକ୍ତ(ଓଡିଏଫ) ବାହ୍ୟମଳ ମୁକ୍ତ ପ୍ଲସ ପ୍ଲସ(ଓଡିଏଫ++) ସହର ଭାବେ ମାନ୍ୟତା ପାଇବା ସହ ସ୍ବଚ୍ଛ ସର୍ବେକ୍ଷଣରେ ରାଜ୍ୟର ପ୍ରଥମ ସ୍ବଚ୍ଛ ସହର ଭାବେ ମାନ୍ୟତା ପାଇଛି। ବିଏମ୍‌ସି ପକ୍ଷରୁ ସହରକୁ ସ୍ବଚ୍ଛ, ବାହ୍ୟମଳମୁକ୍ତ ସହର ଭାବେ ଗଢିତୋଳିବାରେ ସହରର ବିିଭିନ୍ନ ସ୍ଥାନରେ ବ୍ୟକ୍ତିଗତ, ଗୋଷ୍ଠୀ ଓ ସର୍ବସାଧାରଣ ଶୌଚାଳୟ ନିର୍ମାଣ କରାଯାଇଛି। ଏହା ସତ୍ତ୍ୱେ ସହରର ଅନେକ ଲୋକ ନିଜସ୍ବ ବ୍ୟକ୍ତିଗତ ଶୌଚାଳୟଗୁଡିକ ସହ ସେପ୍ଟିକ ଟ୍ୟାଙ୍କ ସଂଯୋଗୀକରଣ କରିନାହାନ୍ତି। ଏଦିଗରେ ସଚେତନତା ନେଇ ଗତ ଫେବୃୟାରୀରେ ମଳାସୁର କ୍ୟାମ୍ପେନିଂ ଆରମ୍ଭ କରାଯିବ ବୋଲି ମଙ୍ଗଳବାର ବିଶ୍ୱ ଶୌଚାଳୟ ଦିବସ ପାଳନ ଅବସରରେ ବିଏମ୍‌ସି ପକ୍ଷରୁ ଡାଇମଣ୍ଡ ଜୁବୁଲି ଟାଉନ୍‌ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି। ଆଗାମୀ ଦିନରେ ଶୌଚାଳୟକୁ ସେପ୍ଟିକ ଟ୍ୟାଙ୍କ ସହ ସଂଯୋଗ ନ କଲେ ଏଣିକି ଉକ୍ତ ଲୋକଙ୍କଠାରୁ ଜରିମାନା ଆଦାୟ କରାଯିବ। ଫେବୃୟାରୀ ୧୯ରେ ସେପ୍ଟିକ ଟ୍ୟାଙ୍କ ନିର୍ମାଣ, ବାହ୍ୟମଳତ୍ୟାଗ ଦିଗରେ ସଚେତନତା ସୃଷ୍ଟି ନେଇ ବିବିସି ମିଡିଆର ସହଯୋଗରେ ମଳାସୁର କ୍ୟାମ୍ପେନ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଆସନ୍ତା ୩ ମାସ ଧରି ଏହି କ୍ୟାମ୍ପେନର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହେବ। ଏନେଇ ବିଭିନ୍ନ ୱାର୍ଡରେ ସେପ୍ଟିକ ଟ୍ୟାଙ୍କ ନ ଥିବା ଘରଗୁଡିକୁ ସଚେନ କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ସେପ୍ଟିକ ଟ୍ୟାଙ୍କ ନିର୍ମାଣ ନ କଲେ ୫ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି କମିଶନର ସୂଚାଇଥିଲେ। ଏହାବ୍ୟତୀତ ସହରର ପରିମଳ ଜନିତ ସମସ୍ୟାରେ ସୁଧାର ତଥା ଲୋକଙ୍କୁ ସଚେତନ କରାଇବା ନେଇ ଡିସେମ୍ବର ସୁଦ୍ଧା ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନକୁ ନେଇ ଏକ ସିଟିଜେନ ସାନିଟେଶନ ଫୋରମ ଗଠନ କରାଯିବ। ଏହାଦ୍ୱାରା ସହରର ପରିମଳ, ସ୍ବଚ୍ଛତା ଦିଗରେ ବିଏମ୍‌ସି ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯିବ ବୋଲି ସେ ସୂଚାଇଥିଲେ। ଡିସେମ୍ବର ୧୫ ସୁଦ୍ଧା ମହୁଡାରେ ନିର୍ମାଣାଧୀନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପର ଟ୍ରାୟଲ ରନ ଆରମ୍ଭ ହେବ। ଏହାପରେ ବ୍ରହ୍ମପୁର ସିଟି ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଡମ୍ପିଂ ପଏଣ୍ଟକୁ ମଧ୍ୟ ଡିସେମ୍ବରରୁ ସବୁଦିନ ପାଇଁ ଉଠାଇ ଦିଆଯିବା ସହ ଆବର୍ଜନା ସ୍ଥାନାନ୍ତରରେ ବ୍ୟବହାର କରାଯାଉଥିବା ଟ୍ରାକ୍ଟରଗୁଡିକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଏମ୍‌ସିର ଡେପୁଟି କମିଶନର ରମାଞ୍ଚଳ ଖମାରୀ, ବସ୍ତି ଉନ୍ନୟନ ଅଧିକାରୀ ଈପ୍‌ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ସହରର ସାମାଜିକ ଅନୁଷ୍ଠାନ ଫୋରମ ଫର ଗଞ୍ଜାମ, ଚ୍ୟାମ୍ବର ଅଫ କମର୍ସ, ମହାନ ସଂଘ, ରବିନ ହୁଡ ଆର୍ମି ସମେତ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଏଥିରେ ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri