ମଳାସୁର କ୍ୟାମ୍ପେନ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ

ବ୍ରହ୍ମପୁର ଅଫିସ,୨୦ା୧୧- ବ୍ରହ୍ମପୁର ମହାନଗର ନିଗମ ନିକଟରେ ରାଜ୍ୟର ପ୍ରଥମ ବାହ୍ୟମଳ ମୁକ୍ତ(ଓଡିଏଫ) ବାହ୍ୟମଳ ମୁକ୍ତ ପ୍ଲସ ପ୍ଲସ(ଓଡିଏଫ++) ସହର ଭାବେ ମାନ୍ୟତା ପାଇବା ସହ ସ୍ବଚ୍ଛ ସର୍ବେକ୍ଷଣରେ ରାଜ୍ୟର ପ୍ରଥମ ସ୍ବଚ୍ଛ ସହର ଭାବେ ମାନ୍ୟତା ପାଇଛି। ବିଏମ୍‌ସି ପକ୍ଷରୁ ସହରକୁ ସ୍ବଚ୍ଛ, ବାହ୍ୟମଳମୁକ୍ତ ସହର ଭାବେ ଗଢିତୋଳିବାରେ ସହରର ବିିଭିନ୍ନ ସ୍ଥାନରେ ବ୍ୟକ୍ତିଗତ, ଗୋଷ୍ଠୀ ଓ ସର୍ବସାଧାରଣ ଶୌଚାଳୟ ନିର୍ମାଣ କରାଯାଇଛି। ଏହା ସତ୍ତ୍ୱେ ସହରର ଅନେକ ଲୋକ ନିଜସ୍ବ ବ୍ୟକ୍ତିଗତ ଶୌଚାଳୟଗୁଡିକ ସହ ସେପ୍ଟିକ ଟ୍ୟାଙ୍କ ସଂଯୋଗୀକରଣ କରିନାହାନ୍ତି। ଏଦିଗରେ ସଚେତନତା ନେଇ ଗତ ଫେବୃୟାରୀରେ ମଳାସୁର କ୍ୟାମ୍ପେନିଂ ଆରମ୍ଭ କରାଯିବ ବୋଲି ମଙ୍ଗଳବାର ବିଶ୍ୱ ଶୌଚାଳୟ ଦିବସ ପାଳନ ଅବସରରେ ବିଏମ୍‌ସି ପକ୍ଷରୁ ଡାଇମଣ୍ଡ ଜୁବୁଲି ଟାଉନ୍‌ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି। ଆଗାମୀ ଦିନରେ ଶୌଚାଳୟକୁ ସେପ୍ଟିକ ଟ୍ୟାଙ୍କ ସହ ସଂଯୋଗ ନ କଲେ ଏଣିକି ଉକ୍ତ ଲୋକଙ୍କଠାରୁ ଜରିମାନା ଆଦାୟ କରାଯିବ। ଫେବୃୟାରୀ ୧୯ରେ ସେପ୍ଟିକ ଟ୍ୟାଙ୍କ ନିର୍ମାଣ, ବାହ୍ୟମଳତ୍ୟାଗ ଦିଗରେ ସଚେତନତା ସୃଷ୍ଟି ନେଇ ବିବିସି ମିଡିଆର ସହଯୋଗରେ ମଳାସୁର କ୍ୟାମ୍ପେନ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଆସନ୍ତା ୩ ମାସ ଧରି ଏହି କ୍ୟାମ୍ପେନର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହେବ। ଏନେଇ ବିଭିନ୍ନ ୱାର୍ଡରେ ସେପ୍ଟିକ ଟ୍ୟାଙ୍କ ନ ଥିବା ଘରଗୁଡିକୁ ସଚେନ କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ସେପ୍ଟିକ ଟ୍ୟାଙ୍କ ନିର୍ମାଣ ନ କଲେ ୫ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି କମିଶନର ସୂଚାଇଥିଲେ। ଏହାବ୍ୟତୀତ ସହରର ପରିମଳ ଜନିତ ସମସ୍ୟାରେ ସୁଧାର ତଥା ଲୋକଙ୍କୁ ସଚେତନ କରାଇବା ନେଇ ଡିସେମ୍ବର ସୁଦ୍ଧା ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନକୁ ନେଇ ଏକ ସିଟିଜେନ ସାନିଟେଶନ ଫୋରମ ଗଠନ କରାଯିବ। ଏହାଦ୍ୱାରା ସହରର ପରିମଳ, ସ୍ବଚ୍ଛତା ଦିଗରେ ବିଏମ୍‌ସି ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯିବ ବୋଲି ସେ ସୂଚାଇଥିଲେ। ଡିସେମ୍ବର ୧୫ ସୁଦ୍ଧା ମହୁଡାରେ ନିର୍ମାଣାଧୀନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପର ଟ୍ରାୟଲ ରନ ଆରମ୍ଭ ହେବ। ଏହାପରେ ବ୍ରହ୍ମପୁର ସିଟି ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଡମ୍ପିଂ ପଏଣ୍ଟକୁ ମଧ୍ୟ ଡିସେମ୍ବରରୁ ସବୁଦିନ ପାଇଁ ଉଠାଇ ଦିଆଯିବା ସହ ଆବର୍ଜନା ସ୍ଥାନାନ୍ତରରେ ବ୍ୟବହାର କରାଯାଉଥିବା ଟ୍ରାକ୍ଟରଗୁଡିକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଏମ୍‌ସିର ଡେପୁଟି କମିଶନର ରମାଞ୍ଚଳ ଖମାରୀ, ବସ୍ତି ଉନ୍ନୟନ ଅଧିକାରୀ ଈପ୍‌ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ସହରର ସାମାଜିକ ଅନୁଷ୍ଠାନ ଫୋରମ ଫର ଗଞ୍ଜାମ, ଚ୍ୟାମ୍ବର ଅଫ କମର୍ସ, ମହାନ ସଂଘ, ରବିନ ହୁଡ ଆର୍ମି ସମେତ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଏଥିରେ ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri