ମଧୁମେହର କାରଣ ଓ ନିରାକରଣ

ମଧୁମେହ, ପ୍ରମେହ ରୋଗମାନଙ୍କ ମଧ୍ୟରୁ ଗୋଟିଏ। ଏହା ମେଟାବୋଲିଜିମ୍‌ ସମ୍ବନ୍ଧୀୟ ବିକାର; ଯେଉଁଥିରେ କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌, ବସା, ଖଣିଜଲବଣ ଓ ପାଣି ଶରୀରରେ କୌଣସି ପ୍ରକାର ପ୍ରକୋପଜନ୍ୟ ବିକାର ଦେଖାଯାଏ ଓ କେତେଗୁଡ଼ିଏ କାରଣରୁ ଏହା ଶରୀରରୁ ବାହାରକୁ ବାହାରିବାର ପ୍ରୟାସ କରିଥାଏ ତାହାକୁ ମଧୁମେହ କୁହାଯାଏ। ଶରୀରର ଗାଢ଼ ରକ୍ତ ବାହିନୀରେ ସଂଚରଣ କରୁଥିବା ରକ୍ତରେ ଏମାନଙ୍କର ସ୍ତର ବଢ଼ିବାରେ ଲାଗିଥାଏ। ଗ୍ଲୁକୋଜର ମାତ୍ରା ରକ୍ତ ଓ ମୂତ୍ରରେ ଉପସ୍ଥିତ ରହିଥାଏ। ମୂତ୍ର ତ୍ୟାଗର ଆବେଗର ମାତ୍ରା ବଢ଼ିଥାଏ, ଶୋଷ ବାରମ୍ବାର ଲାଗିଥାଏ ଓ ଥକ୍କା ଥକ୍କା ଶରୀର ରହେ। ପାଦ ଘୋଳାବିନ୍ଧା କରେ।

ଆହାରରେ ଭରି ରହିଥିବା କାର୍ବୋହାଇଡ୍ରେଟ୍‌ ନାମକ ଅଂଶ ଆନ୍ତ୍ରମାନଙ୍କ ଦ୍ୱାରା ପାଚକରସ ସାହାଯ୍ୟରେ ପରିପାକ ହୋଇ ସୂକ୍ଷ୍ମକଣା, ଗ୍ଲୁକୋଜ ଆଦିରେ ପରିଣତ ହୋଇଥାଏ। ଏହି ଗ୍ଲୁକୋଜ ଆନ୍ତ୍ରମାନଙ୍କ ଦ୍ୱାରା ଶୋଷିତ ହୋଇ ରକ୍ତ ସଂଚରଣରେ ମିଶି ସାରା ଶରୀରରେ ପହଞ୍ଚିଥାଏ ଏବଂ ଶରୀରରେ ସମସ୍ତ କୋଷିକାମାନଙ୍କରେ ପ୍ରବେଶ କରି ଅକ୍ସିଜେନ ସାହାଯ୍ୟରେ ଉର୍ଜା ଉତ୍ପାଦନର କାର୍ଯ୍ୟ କରିଥାଏ। କିନ୍ତୁ ଗ୍ଲୁକୋଜ ସ୍ବୟଂ କୋଷିକା ଭେଦନ କରିପାରି ନ ଥାଏ। ଗ୍ଲୁକୋଜ୍‌କୁ ଏଥିପାଇଁ ‘ଇନ୍‌ସୁଲିନ୍‌’ ନାମକ ହର୍‌ମୋନ୍‌ ସାହାଯ୍ୟ କରିଥାଏ। ଏଣୁ ଏହା କୁହାଯାଇପାରେ କି ‘ଇନ୍‌ସୁଲିନ୍‌’ର ଅଭାବରେ ଗ୍ଲୁକୋଜ୍‌ ଏହି ଅବସ୍ଥାରେ ପଡ଼ିଥାଏ ଯେପରି ଛିଦ୍ରଯୁକ୍ତ ଫଳ ବାଲା ପାତ୍ରରେ କ୍ଷୀର ସିଝାଗଲେ ଅବସ୍ଥାର ପରିବର୍ତ୍ତନ ହୁଏ। କୋମିକାମାନେ ଉର୍ଜା ଉତ୍ପାଦନ ପାଇଁ ଗ୍ଲୁକୋଜ୍‌ର ଅଭାବରେ କ’ଣ କରିବେ ନିଶ୍ଚୟ କରି ନ ପାରି ସ୍ବୟଂ ସଞ୍ଚିତ ଭଣ୍ଡାରରେ ରହି ପ୍ରୋଟିନ୍‌ କିମ୍ବା ବସାରୁ ଉତ୍ପନ୍ନ ଉର୍ଜା ଉତ୍ପାଦନ ପାଇଁ ଲାଗି ପଡ଼ିଥାଆନ୍ତି। ଏଣୁ ଶରୀରରେ ସଂଚରଣ କରୁଥିବା ରକ୍ତରେ ଗ୍ଲୁକୋଜ୍‌ର ଉପସ୍ଥିତି ଜଣାପଡ଼େ। ଏହି ଗ୍ଲୁକୋଜ୍‌କୁ ସାମାନ୍ୟ ସ୍ତରରେ ରଖିବାକୁ ସାହାଯ୍ୟ କରୁଥିବା ହର୍‌ମୋନ୍‌ ଇନ୍‌ସୁଲିନ୍‌ର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଉଦରରେ ଥିବା ବିଶେଷ ଗ୍ରନ୍ଥି ଅଗ୍ନ୍ୟାଶୟର ବିଟା କୋଷିକାମାନେ ଏହି କାର୍ଯ୍ୟ କରିବାକୁ ସକ୍ଷମ ଅଟନ୍ତି। ଆହାର ପାଚନ ହେବାପରେ ରକ୍ତରେ ଗ୍ଲୁକୋଜର ମାତ୍ରା ବଢ଼ିବାରେ ଲାଗିଥାଏ, ତେଣୁ ଏହାର ପ୍ରତିକ୍ରିୟା ସ୍ବରୂପ ଅଗ୍ନ୍ୟାଶୟରେ ଇନ୍‌ସୁଲିନ୍‌ର ସ୍ରାବ ବଢ଼ି ଚାଲିଥାଏ। ପ୍ରତ୍ୟେକ କୋଷିକାରେ ଏକ ପ୍ରକାର ‘ସୂଚକ’ ବା ‘ଇନସୁଲିନ୍‌ ରିସେପ୍ଟର’ ଭରି ରହିଥାଏ ଯାହା ଇନ୍‌ସୁଲିନ୍‌ର ଉପସ୍ଥିତିରେ ଗ୍ଲୁକୋଜ୍‌କୁ କୋଷିକାମାନଙ୍କରେ ପ୍ରବେଶ କରିବା ମାର୍ଗମାନଙ୍କୁ ଖୋଲିଦେଇଥାଏ, ଯାହାଦ୍ୱାରା ଗ୍ଲୁକୋଜ କୋଷିକାମାନଙ୍କ ଭିତରେ ପ୍ରବେଶ କରିଥାଏ ଯାହା ଏମାନଙ୍କର ଉର୍ଜା ଉତ୍ପାଦନ ପାଇଁ ହୋଇଥାଏ। ଏହା ସହିତ ଗ୍ଲୁକୋଜ୍‌ର ସାମାନ୍ୟ ସ୍ତର ରହିଥାଏ କିନ୍ତୁ ଯେତେବେଳେ ରକ୍ତରେ ଅତିରିକ୍ତ ଗ୍ଲୁକୋଜ୍‌ ରହେ ସେତେବେଳେ ଯକୃତ୍‌ ଓ ମାଂସପେଶୀମାନେ ଇନ୍‌ସୁଲିନ୍‌ର ପ୍ରଭାବରେ ନିଜ ଭିତରେ ବାନ୍ଧିହୋଇ ଗ୍ଲାଇକୋଜେନ୍‌ ନାମକ ଜଟିଳ ଉଚ୍ଚ ଶର୍କରା ଏହି କାମରେ ଆସେ। ରକ୍ତରେ ଗ୍ଲୁକୋଜ୍‌ର ମାତ୍ରା ମଧ୍ୟ କମିଯାଇଥାଏ। ଯେପରି ଦୁଇଟି ଭୋଜନ ମଧ୍ୟରେ ଅଧିକ ସମୟ ଉପବାସ ରହିବା କିମ୍ବା ଅତ୍ୟଧିକ ପରିଶ୍ରମ କରିବା ଫଳରେ ସେହି ଗ୍ଲାଇକୋଜେନ ପୁନଶ୍ଚ ଗ୍ଲୁକୋଜ୍‌ରେ ପରିବର୍ତ୍ତିତ ହୋଇ ରକ୍ତରେ ନିଜ ସ୍ତରକୁ ସାମାନ୍ୟ ସୀମା ଭିତରେ ରଖିଥାଏ। କିନ୍ତୁ ମଧୁମେହ ରୋଗର ଭିନ୍ନ ଅବସ୍ଥାରେ ଶରୀରର ସମ୍ପୂର୍ଣ୍ଣ ବ୍ୟବସ୍ଥାରେ ବିକୃତ ଘଟିଥାଏ।

ଶରୀରରେ ଇନ୍‌ସୁଲିନ୍‌ ସମ୍ପୂର୍ଣ୍ଣ ମାତ୍ରାରେ କମିଯିବା ବା ଅଗ୍ନ୍ୟାଶୟରେ ଇନ୍‌ସୁଲିନ୍‌ ସମ୍ପୂର୍ଣ୍ଣ ଭାବରେ ତିଆରି ହୋଇ ନ ଥାଏ କିମ୍ବା କୌଣସି କାରଣରୁ ଏହା ନିପ୍ରଭାବ ହୋଇଯିବା କାରଣରୁ କୋଷିକାମାନଙ୍କରେ ରକ୍ତରେ ଗ୍ଲୁକୋଜ ସହଜରେ ପ୍ରବେଶ କରିପାରି ନ ଥାଏ। ତେଣୁ ରକ୍ତରେ ସବୁବେଳ ପାଇଁ ଗ୍ଲୁକୋଜର ସ୍ତର ସାମାନ୍ୟ ପରିମାଣରୁ ଅଧିକ ରହିଥାଏ ତା’ସହିତ ଗ୍ଲୁକୋଜ ଅତୃପ୍ତ କୋଷିକାରେ ନିଜଠାରେ ଜମା ରଖିଥିବା ପ୍ରୋଟିନ୍‌ ଓ ବସାରେ ଗ୍ଲୁକୋଜ୍‌ ତିଆରି ଆରମ୍ଭ କରି ଦେଇଥାନ୍ତି, ଯାହାଦ୍ୱାରା ରକ୍ତରେ ଗ୍ଲୁକୋଜର ପରିମାଣ ବଢ଼ିଯାଇଥାଏ।

ଶରୀରରେ ଗ୍ଲୁକୋଜର ସ୍ତର ଅଧିକ ହେଲେ ରକ୍ତ ସଫା ହୋଇ ନ ପାରି ଏହା ଉର୍ଜା ଉପରେ ନିର୍ଭର କରେ। ଉର୍ଜା ଏ କାମ କରି ନ ପାରି ଅଧିକନ୍ତୁ ମୂତ୍ରରେ ଗ୍ଲୁକୋଜର ମାତ୍ରା ବଢ଼ାଇଥାଏ ଏହି ଗ୍ଲୁକୋଜ ମୂତ୍ର ସହ ବାହାରକୁ ବାହାରିଥାଏ। ତେଣୁ ରୋଗୀର ମୂତ୍ର ମାତ୍ରାର ଆହୁରି ଅଧିକ ହୋଇଥାଏ। ବାରମ୍ବାର ଅତ୍ୟଧିକ ମୂତ୍ର ତ୍ୟାଗ କରିବା ଦ୍ୱାରା ଶରୀରରେ ପାଣି, ଖଣିଜଲବଣ ଓ ଇଲେକ୍ଟ୍ରୋଲାଇଟ୍‌ ଆଦି କମ୍‌ ହେବାକୁ ଲାଗିଥାଆନ୍ତି। ଯାହାଦ୍ୱାରା ରୋଗୀକୁ ଅଧିକ ଶୋଷ ଲାଗିଥାଏ ଓ ଅଧିକ ମାତ୍ରାରେ ବାରମ୍ବାର ପାଣି ପିଇବାକୁ ଇଚ୍ଛା ହୋଇଥାଏ। କୋଷିକାମାନେ ଭୋଜନରୁ ପ୍ରାପ୍ତ ଗ୍ଲୁକୋଜର ଉପଯୋଗ କରିପାରି ନ ଥିବାରୁ ଅତୃପ୍ତ ରହିଥାଆନ୍ତି। ତେଣୁ ବାରମ୍ବାର ଭୋକ ଲାଗିଥାଏ।

ଶରୀରରେ ସଞ୍ଚିତ ପ୍ରୋଟିନ୍‌ ଓ ବସା ଜମା ହୋଇ ନ ପାରି ଗ୍ଲୁକୋଜରେ ପରିଣତ ହୋଇ ଶରୀରକୁ ଦୁର୍ବଳ କରିଥାଏ। ମାଂସପେଶୀ ଶୁଖିଯାଏ। ମଧୁମେହ ରୋଗ ସୃଷ୍ଟି ହେବା ଦ୍ୱାରା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ, ଆଖିର ଜ୍ୟୋତି କମ୍‌ ହୋଇଯିବା ଓ ଯୌନ ସମସ୍ୟା ମଧ୍ୟ ଦେଖାଯାଇଥାଏ।

ଶରୀରରେ ଗ୍ଲୁକୋଜର ମାତ୍ରା କମିଯାଉଥିବାରୁ ଶରୀର ଅଧିକ ଗ୍ଲୁକୋନ ଯୋଗାଡ଼ରେ ଲାଗିପଡ଼େ। ଶରୀରରେ ସଂଗୃହୀତ ବସା ନଷ୍ଟ ହେବା ପରେ ଶରୀରରେ ଏସିଟୋନ୍‌ ବଢ଼ିବା ପରେ ରକ୍ତରେ ଅମ୍ଳୀୟତା ମଧ୍ୟ ବଢ଼ିଥାଏ। କାର୍ବନ ଡାଇଅକ୍ସାଇଡ୍‌ର ମାତ୍ରା ରକ୍ତରେ ବଢ଼ିଥାଏ। ଅଧିକ ମୂତ୍ର ହେବା ଦ୍ୱାରା ଜଳ ଅଂଶ କମ୍‌ ହୋଇଥାଏ। ଏହି ଅବସ୍ଥାକୁ ଡାଇବେଟିକ୍‌ କିଟୋ ଏସିଡୋମିସ୍‌ କୁହାଯାଏ। ବାରମ୍ବାର ଶୋଷ ହେବା ଦ୍ୱାରା, ବାରମ୍ବାର ମୂତ୍ର ତ୍ୟାଗ ହେବା ଦ୍ୱାରା ଶରୀରରେ ପୀଡ଼ା ହୋଇଥାଏ। ଉଦରରେ ବେଦନା ହୋଇଥାଏ, ଦୃଷ୍ଟିଶକ୍ତି କମ୍‌ଜୋର୍‌ ହୋଇଯାଇଥାଏ, ବାନ୍ତି ଲାଗୁଥାଏ, ଅଧିକ ନିଃଶ୍ୱାସ ନେବାକୁ ପଡ଼େ, ପାଟି ଶୁଖି ଶୁଖି ଯାଇଥାଏ, ତ୍ୱଚା ଶୁଖିଲା ଥାଏ। ଏହି ଅବସ୍ଥାରେ ରୋଗୀ ବେହୋସ ସ୍ଥିତିରେ ପଡ଼ିଥାଏ। ଏହି ଅବସ୍ଥାକୁ ଡାଇବେଟିକ୍‌ କୋମା କୁହାଯାଏ।

ଏହି ରୋଗରେ କ’ଣ କରିବ

ମଧୁମେହ ରୋଗୀ ପ୍ରାକୃତିକ ଚିକିତ୍ସା ପଦ୍ଧତିରେ ଶରୀରର ଉପଚାର କରିବା ସହିତ ଖାଇବା ପିଇବାରେ ସଂଯମତା ଆଚରଣ କରିବା ସହିତ ଦିନଚର୍ଯ୍ୟାରେ କିଛି ପରିବର୍ତ୍ତନ କରିବା ଉଚିତ। ନିୟମିତ କିଛି ଯୋଗାସନ, ବ୍ୟାୟାମ ଏବଂ ଶରୀରର ବିଶେଷ ଅଂଶରେ ମାଲିସ ଆଦି କଲେ କିଛି ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ସକ୍ରିୟ ରହିଥାଏ। ଏହିପରି କରିବା ଦ୍ୱାରା ମଧୁମେହ ରୋଗୀ କୌଣସି ଔଷଧ ନ ନେଇ ମଧ୍ୟ ଆନନ୍ଦ ପୂର୍ବକ ଲମ୍ବାଜୀବନ ବିତାଇଥାଏ। ଏହି ମଧୁମେହର ଚିକିତ୍ସା ପ୍ରଣାଳୀକୁ ୩ ଭାଗରେ ବିଭକ୍ତ କରାଯାଇଛି, ସେହି ଅବସ୍ଥାକୁ ଆଖିରେ ରଖି ଚିକିତ୍ସା ଓ ଆହାର ଆଦି ନିୟନ୍ତ୍ରଣ ପାଇଁ ଆବଶ୍ୟକୀୟ ଔଷଧ ନିର୍ଦ୍ଧାରଣ କରାଯାଇଛି।

ପ୍ରାକୃତିକ ଚିକିତ୍ସା ପ୍ରଣାଳୀ

ସକାଳେ ମଳତ୍ୟାଗ ପୂର୍ବରୁ ବା ପରେ ସୁବିଧା ଅନୁସାରେ ଏକ ଗ୍ଲାସ ଉଷୁମ ପାଣିରେ ଏକ ଲେମ୍ବୁରସ ଓ ୫ ମି.ଲି.ରୁ ୭ ମି.ଲି. ଅଦାରସ ମିଶାଇ ପିଇବ। ତା’ପରେ ୨ କି.ମି.ରୁ ୩ କି.ମି. ପ୍ରାତଃ ଭ୍ରମଣ କରିବ। ସେଠାରୁ ଫେରି କିଛି ସମୟ ବିଶ୍ରାମ କରି ପୁଣି ୫ରୁ ୭ ମିନିଟ୍‌ ଦୌଡ଼ି କିମ୍ବା ଜଗିଙ୍ଗ୍‌ ଆଦି କରିବ। ପୁଣି ୧୫/୨୦ ମିନିଟ୍‌ ଜୋର୍‌ ଜୋର୍‌ ଦୌଡ଼ିବ କିମ୍ବା ସାଇକେଲ ଚଳାଇବ। ଏହାଦ୍ୱାରା ଗ୍ଲୁକୋଜ୍‌ ୪୫ରୁ ୫୦ ଗ୍ରାମ ପର୍ଯ୍ୟନ୍ତ ଶରୀର ସଂଗ୍ରହ କରି ଦେଇଥାଏ। ପୁଣି କିଛି ସମୟ ବିଶ୍ରାମ କରି ୧୦ ମିନିଟ୍‌ ପର୍ଯ୍ୟନ୍ତ ଶୀର୍ଷାସନ, ଅର୍ଦ୍ଧ ମତ୍ସ୍ୟେନ୍ଦ୍ରାସନ, ପଶ୍ଚିମୋଭାନାସନ ନିୟମିତ ରୂପେ କରିବ। ଏତଦ୍‌ବ୍ୟତୀତ କୌଣସି ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରନ୍ତୁ।

ଡା. ରୀତା ସାହୁ

-ପ୍ଲଟ୍‌ ନମ୍ବର-୧୧୭,

ମହାନଦୀ ବିହାର, କଟକ-୪

ମୋ : ୯୪୩୭୨୭୨୬୬୩


Enter your email to get our daily news in your inbox.

All Right Reserved By Dharitri.Com

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ସୂର୍ଯ୍ୟ-ଶନିଙ୍କ ମୁହାଁମୁହିଁ ଦୃଷ୍ଟି: ସତର୍କ ରୁହନ୍ତୁ ୩ ରାଶି; ଚାଲିଯିବ ସବୁ ଟଙ୍କା, କ୍ୟାରିୟରରେ ବଡ଼ ସଙ୍କଟ!

ସୂର୍ଯ୍ୟ ଏବଂ ଶନିଙ୍କ ମଧ୍ୟରେ ପ୍ରତିଯୁତି ଦୃଷ୍ଟି ଯୋଗ ଗଠନ ଅନେକ ରାଶି ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ସୂର୍ଯ୍ୟ ଏବଂ ଶନି ମୁହାଁମୁହିଁ ହେବା ଏକ…

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

୬ରୁ ହବିଷିଆଳି ବ୍ରତ ପାଇଁ ଅନ୍‌ଲାଇନ ପଞ୍ଜୀକରଣ

ପୁରୀ,୩ା୧୦(ଅଜିତ୍‌ କୁମାର ମହାନ୍ତି) ଚଳିତ ବର୍ଷ ହବିଷିଆଳି ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୨୬ରୁ ଆରମ୍ଭ ହୋଇ ନଭେମ୍ବର ୨୪ରେ ଶେଷହେବ। କେବଳ ଅନ୍‌ଲାଇନ ମାଧ୍ୟମରେ…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?