ମଦ କାରବାର: ଜିଲାପାଳଙ୍କ ପଲା ଭାରି

ଭୁବନେଶ୍ୱର, ୬ା୫(ବ୍ୟୁରୋ): ରାଜ୍ୟର ମଦ ଦୋକାନ ଖୋଲିବା ନେଇ ଦ୍ୱନ୍ଦ୍ୱ ଏ ପର୍ଯ୍ୟନ୍ତ ଦୂର ହୋଇପାରୁନାହିଁ। ଗତ ୧ ତାରିଖରେ ଦେଶର ସମସ୍ତ ଗ୍ରୀନ ଜୋନ୍‌ ଅଞ୍ଚଳରେ ମଦ ଦୋକାନ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ। ହେଲେ ଓଡ଼ିଶାରେ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ। ଏହା ପଛରେ ଲୁଚି ରହିଥିବା କାରଣ ଦର୍ଶାଇ ଧରିତ୍ରୀରେ ସୋମବାର ‘ମଦ ବିକ୍ରି: ଅମଙ୍ଗ କାହିଁକି’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏବେ ମଦଦୋକାନ ମାଲିକ ସଂଘ ଦୋକାନ ନ ଖୋଲିବାକୁ ଦାବି କରୁଛନ୍ତି। ଏପରି କି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ମଧ୍ୟ ମଦଦୋକାନ ଖୋଲିବା ନିଷ୍ପତ୍ତିକୁ ବିରୋଧ କରି ମଙ୍ଗଳବାର କଟକସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ମୌନ ପ୍ରତିବାଦ କରିଥିଲେ। ମଦ ଦୋକାନ ଖୋଲିବ କି ବନ୍ଦ ରହିବ ସେନେଇ ଅବକାରୀ ବିଭାଗ ସଚିବ ଏସ୍‌.କେ ଲୋହାନୀ କହିଛନ୍ତି,
ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ କୌଣସି ମଦ ଦୋକାନ ନ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଅନ୍ୟରାଜ୍ୟର ପରିସ୍ଥିତି ତଥା ସାମାଜିକ ଦୂରତ୍ୱ ଆଦିକୁ ସମୀକ୍ଷା କରିବା ପରେ ମଦଦୋକାନ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ। ବିଭାଗ ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ ଜିଲାପାଳମାନେ ସେମାନଙ୍କ ଅଞ୍ଚଳରେ କେଉଁ କେଉଁ ମଦଦୋକାନ ଖୋଲିବେ ସେନେଇ ନିଷ୍ପତ୍ତି ନେବେ ବୋଲି ଲୋହାନୀ କହିଛନ୍ତି।
ବିଭାଗୀୟ ସଚିବ ଲୋହାନୀଙ୍କ ଏଭଳି ପ୍ରତିକ୍ରିୟା ପରେ ଏବେ ମଦଦୋକାନ ଖୋଲିବ କି ବନ୍ଦ ରହିବ ସେନେଇ ନିଷ୍ପତ୍ତି ନେବା ଅଧିକାର ଜିଲାପାଳଙ୍କ ହାତକୁ ଚାଲିଯାଇଥିବା ନିଶ୍ଚିତ ହୋଇଯାଇଛି। ଅର୍ଥାତ ଜିଲାର ମଦ ଦୋକାନ ଖୋଲିବ କିମ୍ବା ବନ୍ଦ ରହିବ ଏବଂ ଯଦି ଖୋଲିବ ତା’ହେଲେ କେବେ ଖୋଲିବ ତାହା ଜିଲାପାଳ ନିଷ୍ପତ୍ତି ନେବେ। ପୂର୍ବରୁ ବିଭିନ୍ନ ଜିଲାର ଅବକାରୀ ସୁପରିଣ୍ଟେଣ୍ଡେଣ୍ଟମାନେ ମଦ ଦୋକାନ ଖୋଲିବା ଓ ବନ୍ଦ ହେବା ନେଇ ନିଷ୍ପତ୍ତି ନେଉଥିଲେ। ଯେହେତୁ ଲକ୍‌ଡାଉନ୍‌ ସମୟରେ ଦୋକାନ ବନ୍ଦ ଥାଇ ମଧ୍ୟ ଅଧିକାଂଶ ଦୋକାନରୁ ମଦ ଖାଲି ହୋଇଯାଇଛି, ତେଣୁ ସରକାର ଅବକାରୀ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟକୁ ବିଶ୍ୱାସକୁ ନେଉନାହାନ୍ତି। ଏଥିପାଇଁ ସରକାର ଜିଲାପାଳଙ୍କୁ କ୍ଷମତା ଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଜିଲାପାଳମାନେ ଏବେ ମଦ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେବା ପୂର୍ବରୁ ତଦନ୍ତ ନିଶ୍ଚିତ କରିବେ। ଆଉ ମଦ ବ୍ୟବସାୟୀମାନେ ନିଜର ଦୋଷ ଦୁର୍ବଳତା ଲୁଚାଇବା ପାଇଁ ଜିଲାପାଳଙ୍କ ସହ ସମ୍ପର୍କ ଯୋଡ଼ିବାକୁ ଚେଷ୍ଟା କରିବେ। ପୂର୍ବରୁ ଅବକାରୀ ବିଭାଗର ଛୋଟ ବଡ଼ ଅଧିକାରୀଙ୍କୁ ସନ୍ତୁଷ୍ଟ କରିବାକୁ ମଦ ଦୋକାନୀମାନେ ଯେତିକି ଖର୍ଚ୍ଚ କରୁଥିଲେ, ଏବେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଖୁସି କରିବା ପାଇଁ ଖର୍ଚ୍ଚର ପରିମାଣ ବଢ଼ିବ। ଅପରପକ୍ଷେ ବର୍ଦ୍ଧିତ ଖର୍ଚ୍ଚକୁ ଭରଣା କରିବା ପାଇଁ ବ୍ୟବସାୟୀମାନେ ବୋତଲ ଉପରେ ଲେଖାଥିବା ଖାଉଟି ମୂଲ୍ୟଠାରୁ ଅଧିକ ଅର୍ଥ ବେଆଇନ ଭାବେ ଆଦାୟ କରିବେ ବୋଲି ଆଲୋଚନା ହେଉଛି।
ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ଅନେକ ମଦ ଦୋକାନ ଏବଂ ଫ୍ୟାକ୍ଟ୍ରି ବଡ଼ବଡ଼ିଆଙ୍କ କବ୍‌ଜାରେ ରହିଛି। ସେହିକାରଣରୁ ଲକ୍‌ଡାଉନ୍‌ ସମୟରେ ଦୋକାନ ବନ୍ଦ ଥାଇ ମଧ୍ୟ ବେଆଇନ ଭାବେ ବ୍ୟାପକ ପରିମାଣ ମଦ ବିକ୍ରି ହୋଇପାରିଛି। ଏନେଇ ଖବର ପ୍ରକାଶ ପରେ ଉକ୍ତ ଅଞ୍ଚଳର ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି। ଲକ୍‌ଡାଉନ୍‌ରେ କେଉଁଭଳି ଭାବେ ଦୋକାନରୁ ମଦ ବାହାରି ବେଆଇନ୍‌ ଭାବେ ବିକ୍ରି ହେଲା ସେନେଇ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଗଲେ ଘଟଣାର ସତ୍ୟତା ସାମ୍ନାକୁ ଆସିବ। ଜନସାଧାରଣଙ୍କ ହିତ ଦୃଷ୍ଟିରୁ ମଦଦୋକାନ ନ ଖୋଲିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ହେଲେ ମଦଦୋକାନ ଖୋଲିବା ନିଷ୍ପତ୍ତି ସହ ଲକ୍‌ଡାଉନ୍‌ ସମୟରେ ଲୋକଙ୍କ ଜୀବନ ସହ ଖେଳି ବେଆଇନ୍‌ ମଦ ବିକ୍ରି କରିଥିବା ବ୍ୟବସାୟୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ଉଚିତ ବୋଲି ଅନେକ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CJP ଆନ୍ଦୋଳନରେ ପେଲେଟ୍ ଗନ୍ ଫାୟାରିଂ? ସତ କହିଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର-ମନ୍ତରରୁ ସଂସଦ ମାର୍ଚ୍ଚ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି ସମୟରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ…

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

CJP ଆନ୍ଦୋଳନକୁ ନେଇ କଡ଼ା ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ, କେନ୍ଦ୍ରକୁ ମାଗିଲେ…

ନୂଆଦିଲ୍ଲୀ,୨୨।୭: ପ୍ରଦର୍ଶନକାରୀଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ଲାଠିଚାର୍ଜ ସମ୍ପର୍କିତ ଏକ ଆବେଦନର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସକୁ…

୨୪ ଘଣ୍ଟାରେ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ: ବନ୍ଧୁକ, ଖଣ୍ଡା ସହ ବାଇକ୍‌ ଜବତ କରି…

ପୁରୁଷୋତ୍ତମପୁର,୨୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ସଫଳତା ମିଳିଥିବା ବେଳେ ସହ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ…

ବିକ୍ଷୋଭ ପ୍ରଦର୍ଶନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ରାଜନାଥ ସିଂ, ଛାତ୍ରଙ୍କୁ କରାଯାଉଛି…

ନୂଆଦିଲ୍ଲୀ,୨୨।୭: ସୋନମ ୱାଙ୍ଗଚୁକଙ୍କ ଅନଶନ, ସିଜେପିର ପ୍ରତିବାଦ ଏବଂ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ସରକାର ପଛକୁ ହଟିଥିବା ପରି ମନେ ହେଉଛି। ଏହି ସମୟରେ, ପ୍ରତିରକ୍ଷା…

ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…

ଭବାନୀପାଟଣା,୨୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri