ମଦ କାରବାର: ଜିଲାପାଳଙ୍କ ପଲା ଭାରି

ଭୁବନେଶ୍ୱର, ୬ା୫(ବ୍ୟୁରୋ): ରାଜ୍ୟର ମଦ ଦୋକାନ ଖୋଲିବା ନେଇ ଦ୍ୱନ୍ଦ୍ୱ ଏ ପର୍ଯ୍ୟନ୍ତ ଦୂର ହୋଇପାରୁନାହିଁ। ଗତ ୧ ତାରିଖରେ ଦେଶର ସମସ୍ତ ଗ୍ରୀନ ଜୋନ୍‌ ଅଞ୍ଚଳରେ ମଦ ଦୋକାନ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ। ହେଲେ ଓଡ଼ିଶାରେ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ। ଏହା ପଛରେ ଲୁଚି ରହିଥିବା କାରଣ ଦର୍ଶାଇ ଧରିତ୍ରୀରେ ସୋମବାର ‘ମଦ ବିକ୍ରି: ଅମଙ୍ଗ କାହିଁକି’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏବେ ମଦଦୋକାନ ମାଲିକ ସଂଘ ଦୋକାନ ନ ଖୋଲିବାକୁ ଦାବି କରୁଛନ୍ତି। ଏପରି କି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ମଧ୍ୟ ମଦଦୋକାନ ଖୋଲିବା ନିଷ୍ପତ୍ତିକୁ ବିରୋଧ କରି ମଙ୍ଗଳବାର କଟକସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ମୌନ ପ୍ରତିବାଦ କରିଥିଲେ। ମଦ ଦୋକାନ ଖୋଲିବ କି ବନ୍ଦ ରହିବ ସେନେଇ ଅବକାରୀ ବିଭାଗ ସଚିବ ଏସ୍‌.କେ ଲୋହାନୀ କହିଛନ୍ତି,
ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ କୌଣସି ମଦ ଦୋକାନ ନ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଅନ୍ୟରାଜ୍ୟର ପରିସ୍ଥିତି ତଥା ସାମାଜିକ ଦୂରତ୍ୱ ଆଦିକୁ ସମୀକ୍ଷା କରିବା ପରେ ମଦଦୋକାନ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ। ବିଭାଗ ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ ଜିଲାପାଳମାନେ ସେମାନଙ୍କ ଅଞ୍ଚଳରେ କେଉଁ କେଉଁ ମଦଦୋକାନ ଖୋଲିବେ ସେନେଇ ନିଷ୍ପତ୍ତି ନେବେ ବୋଲି ଲୋହାନୀ କହିଛନ୍ତି।
ବିଭାଗୀୟ ସଚିବ ଲୋହାନୀଙ୍କ ଏଭଳି ପ୍ରତିକ୍ରିୟା ପରେ ଏବେ ମଦଦୋକାନ ଖୋଲିବ କି ବନ୍ଦ ରହିବ ସେନେଇ ନିଷ୍ପତ୍ତି ନେବା ଅଧିକାର ଜିଲାପାଳଙ୍କ ହାତକୁ ଚାଲିଯାଇଥିବା ନିଶ୍ଚିତ ହୋଇଯାଇଛି। ଅର୍ଥାତ ଜିଲାର ମଦ ଦୋକାନ ଖୋଲିବ କିମ୍ବା ବନ୍ଦ ରହିବ ଏବଂ ଯଦି ଖୋଲିବ ତା’ହେଲେ କେବେ ଖୋଲିବ ତାହା ଜିଲାପାଳ ନିଷ୍ପତ୍ତି ନେବେ। ପୂର୍ବରୁ ବିଭିନ୍ନ ଜିଲାର ଅବକାରୀ ସୁପରିଣ୍ଟେଣ୍ଡେଣ୍ଟମାନେ ମଦ ଦୋକାନ ଖୋଲିବା ଓ ବନ୍ଦ ହେବା ନେଇ ନିଷ୍ପତ୍ତି ନେଉଥିଲେ। ଯେହେତୁ ଲକ୍‌ଡାଉନ୍‌ ସମୟରେ ଦୋକାନ ବନ୍ଦ ଥାଇ ମଧ୍ୟ ଅଧିକାଂଶ ଦୋକାନରୁ ମଦ ଖାଲି ହୋଇଯାଇଛି, ତେଣୁ ସରକାର ଅବକାରୀ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟକୁ ବିଶ୍ୱାସକୁ ନେଉନାହାନ୍ତି। ଏଥିପାଇଁ ସରକାର ଜିଲାପାଳଙ୍କୁ କ୍ଷମତା ଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଜିଲାପାଳମାନେ ଏବେ ମଦ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେବା ପୂର୍ବରୁ ତଦନ୍ତ ନିଶ୍ଚିତ କରିବେ। ଆଉ ମଦ ବ୍ୟବସାୟୀମାନେ ନିଜର ଦୋଷ ଦୁର୍ବଳତା ଲୁଚାଇବା ପାଇଁ ଜିଲାପାଳଙ୍କ ସହ ସମ୍ପର୍କ ଯୋଡ଼ିବାକୁ ଚେଷ୍ଟା କରିବେ। ପୂର୍ବରୁ ଅବକାରୀ ବିଭାଗର ଛୋଟ ବଡ଼ ଅଧିକାରୀଙ୍କୁ ସନ୍ତୁଷ୍ଟ କରିବାକୁ ମଦ ଦୋକାନୀମାନେ ଯେତିକି ଖର୍ଚ୍ଚ କରୁଥିଲେ, ଏବେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଖୁସି କରିବା ପାଇଁ ଖର୍ଚ୍ଚର ପରିମାଣ ବଢ଼ିବ। ଅପରପକ୍ଷେ ବର୍ଦ୍ଧିତ ଖର୍ଚ୍ଚକୁ ଭରଣା କରିବା ପାଇଁ ବ୍ୟବସାୟୀମାନେ ବୋତଲ ଉପରେ ଲେଖାଥିବା ଖାଉଟି ମୂଲ୍ୟଠାରୁ ଅଧିକ ଅର୍ଥ ବେଆଇନ ଭାବେ ଆଦାୟ କରିବେ ବୋଲି ଆଲୋଚନା ହେଉଛି।
ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ଅନେକ ମଦ ଦୋକାନ ଏବଂ ଫ୍ୟାକ୍ଟ୍ରି ବଡ଼ବଡ଼ିଆଙ୍କ କବ୍‌ଜାରେ ରହିଛି। ସେହିକାରଣରୁ ଲକ୍‌ଡାଉନ୍‌ ସମୟରେ ଦୋକାନ ବନ୍ଦ ଥାଇ ମଧ୍ୟ ବେଆଇନ ଭାବେ ବ୍ୟାପକ ପରିମାଣ ମଦ ବିକ୍ରି ହୋଇପାରିଛି। ଏନେଇ ଖବର ପ୍ରକାଶ ପରେ ଉକ୍ତ ଅଞ୍ଚଳର ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି। ଲକ୍‌ଡାଉନ୍‌ରେ କେଉଁଭଳି ଭାବେ ଦୋକାନରୁ ମଦ ବାହାରି ବେଆଇନ୍‌ ଭାବେ ବିକ୍ରି ହେଲା ସେନେଇ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଗଲେ ଘଟଣାର ସତ୍ୟତା ସାମ୍ନାକୁ ଆସିବ। ଜନସାଧାରଣଙ୍କ ହିତ ଦୃଷ୍ଟିରୁ ମଦଦୋକାନ ନ ଖୋଲିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ହେଲେ ମଦଦୋକାନ ଖୋଲିବା ନିଷ୍ପତ୍ତି ସହ ଲକ୍‌ଡାଉନ୍‌ ସମୟରେ ଲୋକଙ୍କ ଜୀବନ ସହ ଖେଳି ବେଆଇନ୍‌ ମଦ ବିକ୍ରି କରିଥିବା ବ୍ୟବସାୟୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ଉଚିତ ବୋଲି ଅନେକ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri