୨୪ ଘଣ୍ଟାରେ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ: ବନ୍ଧୁକ, ଖଣ୍ଡା ସହ ବାଇକ୍‌ ଜବତ କରି…

ପୁରୁଷୋତ୍ତମପୁର,୨୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ସଫଳତା ମିଳିଥିବା ବେଳେ ସହ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଛି। ଏହାସହ ସେମାନଙ୍କ ନିକଟରୁ ଗୋଟିିଏ ବନ୍ଧୁକ, ଦୁଇଟି ଜୀବନ୍ତଗୁଳି,ଖଣ୍ଡା,୩ଟି ମୋବାଇଲ, ପଲସର ବାଇକ୍‌ ନଂ ଓଡି ୦୭ ବିଏ ୧୪୯୫କୁ ଜବତ କରିଛନ୍ତି। ଗିରଫ ଅଭିୁକ୍ତମାନେ ହେଲେ ଭାଟକୁମରଡ଼ା ଗ୍ରାମର ମୁଖ୍ୟ ଅଭିଯୁକ୍ତ ଆକାଶ ପଲେଇ(୨୫), ସୁଧୀର ନାହାକ( ୨୦), ବବୁଲୁ ଗୌଡ(୨୦),ବିଭୂ ଗୌଡ଼(୧୯), ଓମ୍‌ ଓରଫ ଶିବଶମ୍ଭୁ ଗୌଡ଼(୧୯) ଓ ହରିହର ଛାଟେଇ (୨୦)। ଘଟଣାକୁ ନେଇ ପୁରୁଷୋତ୍ତମପୁର ଏସ୍‌ଡିପିଓ ସୁଜିତ୍‌ କୁମାର ନାୟକ ଓ ଆଇଆଆଇସି କୁଳମଣି ସେଠୀ ଓ ତଦନ୍ତକାରୀ ଅଫିସର ଏସ୍‌ଆଇ ଦେବାଶିଷ ମିଶ୍ର ଗୁରୁବାର ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ଭାଟକୁମରଡ଼ା ଗ୍ରାମର ମିଲୁସାହୁ ନାମକ ମହିଳା ଗତ ୨୦ ତାରିଖରେ ପୋଲିସରେ ଅଭିଯୋଗ କରିଥିଲେ ଯେ, ତାଙ୍କ ପୁଅ ଶିବରାମ ସାହୁ ଗତ ୧୮ ତାରିଖ ରାତିରେ ଜଳଖିଆ ଖାଇବାକୁ ଗାଁ ଛକକୁ ଯିବାବେଳେ ଅଭିଯୁକ୍ତମାନେ ଏକ ଅନ୍ଧାର ଜାଗାକୁ ଡାକିନେଇ ଏକଲୁହା ରଡ୍‌ରେ ମାଡ଼ ମାରିବା ସହ ୧ ଲକ୍ଷଟଙ୍କା ବଟିଦେବାକୁ ଦାବି କରିଥିଲେ। ଏହାସହ ଧମକଦେଇ କହିଥିଲେ ଯେ, ଯଦି ଏହିଘଟଣା ବାପାକୁ ଜଣାଇବୁ ତେବେ ବନ୍ଧୁକରେ ଜୀବନରେ ମାରି ଶେଷକରି ଦେବୁ। ପୁଣି ୧୯ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତମାନେ ତାଙ୍କ ଘର ନିକଟକୁ ଆସି ବିନାକାରଣରେ ଗଣ୍ଡଗୋଳ ସୃଷ୍ଟିକରି ଶିବରାମଙ୍କୁ ମାଡ଼ ମାରିଲେ। ଏହାଦେଖି ପରିବାର ଲୋକେ ଆସି ଛଡ଼ାଇବାରୁ ସେମାନଙ୍କୁ ମଧ୍ୟ ମାଡ଼ ମାରିଲେ। ଗୁରୁତର ଆହତ ଅବସ୍ଥାରେ ଶିବରାମଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ଭାଟକୁମରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ସେଠାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା। ଏହି ଅଭିଯୋଗକୁ ପୋଲିସ ଅତି ଗୁରୁତର ସହ ନେଇ କେସ୍‌ ନଂ ୪୫୭/୨୬ ପ୍ରକାରେ ଛାନ୍‌ଭିନ୍‌ ଭାବରେ ତଦନ୍ତ କରିବା ସହ ଗଞ୍ଜାମ ଏସ୍‌ପିଙ୍କ ନିର୍ଦ୍ଦେଶ ପ୍ରକାରେ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଧରିଆଣି ଥାନାରେ ଜେରା କରାଯାଇଥିଲା। ଏହି ସମୟରେ ସେମାନେ ସ୍ବୀକାର କରିଛନ୍ତି ଯେ, ଗତ ବର୍ଷ ଗ୍ରାମରୁ ଏକ ବାଇକୁ ଏହି ଗ୍ୟାଙ୍ଗ ଚୋରି କରିଥିଲେ। ଯାହାକି ସେହି ଚୋରି ସମୟର ଭିଡିଓ ଫୁଟେଜ୍‌ ଶିବରାମ ଗ୍ରାମରେ କରିଥିବା ଷ୍ଟେସନାରୀ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଜଣାପଡ଼ିଥିଲା। ଫଳରେ ପୋଲିସ ସେହି ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ପଠାଇଥିଲା। ଶିବରାମ ଲଗାଇଥିବା ସିସିଟିଭି ଯୋଗୁ ଚୋରି ଧରାପଡ଼ିଥିବାରୁ ସେହି କେସର ଖର୍ଚ୍ଚ ଶିବରାମଙ୍କଠାରୁ ଅସୁଲ କରିବା ଲାଗି ଅଭିଯୁକ୍ତମାନେ ଏପରି କାଣ୍ଡ ଭିଆଇଥିବାର ପୋଲିସ ଆଗରେ ପ୍ରକାଶ କରିଥିବାର ଏସ୍‌ଡିିଓ ସୁଜିତ କମାର ନାୟକ କହିଛନ୍ତି। ଏମାନଙ୍କ ସମେତ ଏହି ଗ୍ୟାଙ୍ଗରେ ଆହୁରି କିଛି ଅଭିଯୁକ୍ତ ଥିବାବେଳେ ସେମାନେ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ଗିରଫ କରାଯିବା ସହ ଏହାର ଆହୁରି ଅଧିକ ତଦନ୍ତ ଚାଲିଥିବା ନେଇ ପୋଲିସ କହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

CJP ଆନ୍ଦୋଳନରେ ପେଲେଟ୍ ଗନ୍ ଫାୟାରିଂ? ସତ କହିଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର-ମନ୍ତରରୁ ସଂସଦ ମାର୍ଚ୍ଚ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି ସମୟରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ…

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

CJP ଆନ୍ଦୋଳନକୁ ନେଇ କଡ଼ା ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ, କେନ୍ଦ୍ରକୁ ମାଗିଲେ…

ନୂଆଦିଲ୍ଲୀ,୨୨।୭: ପ୍ରଦର୍ଶନକାରୀଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ଲାଠିଚାର୍ଜ ସମ୍ପର୍କିତ ଏକ ଆବେଦନର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସକୁ…

ବିକ୍ଷୋଭ ପ୍ରଦର୍ଶନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ରାଜନାଥ ସିଂ, ଛାତ୍ରଙ୍କୁ କରାଯାଉଛି…

ନୂଆଦିଲ୍ଲୀ,୨୨।୭: ସୋନମ ୱାଙ୍ଗଚୁକଙ୍କ ଅନଶନ, ସିଜେପିର ପ୍ରତିବାଦ ଏବଂ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ସରକାର ପଛକୁ ହଟିଥିବା ପରି ମନେ ହେଉଛି। ଏହି ସମୟରେ, ପ୍ରତିରକ୍ଷା…

ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…

ଭବାନୀପାଟଣା,୨୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ଗଞ୍ଜେଇ ଚୋରା ଚାଲାଣର ସାମ୍ରାଜ୍ୟ ଚଳାଇଥିଲେ, ୨ ଯୁବକଙ୍କୁ ଧରି..

ଦାରିଙ୍ଗବାଡ଼ି,୨୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ ପ୍ୟାକିଂ କରି ବାହାରକୁ ଚାଲାଣ କରୁଥିବା ୨ ଜଣିଆ ଟିମ୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri