E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା କିଛି ପୁରୁଣା ଗାଡ଼ିର ଇନ୍ଧନ ଦକ୍ଷତା (ମାଇଲେଜ୍) ରେ ସାମାନ୍ୟ ହ୍ରାସ ଆସିପାରେ। ତେବେ ଏଥାନୋଲ ମିଶ୍ରିତ ପେଟ୍ରୋଲ କାରଣରୁ ବ୍ୟାପକ ଭାବେ ଇଞ୍ଜିନ୍ ଖରାପ ହେବା କିମ୍ବା ଗାଡ଼ିରେ ତ୍ରୁଟି ଦେଖାଦେବାର କୌଣସି ସତ୍ୟ (Verified) ପ୍ରମାଣ ମିଳିନାହିଁ। ରାଜ୍ୟସଭାରେ ପଚରାଯାଇଥିବା ପ୍ରଶ୍ନର ଲିଖିତ ଉତ୍ତରରେ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ରାଜ୍ୟମନ୍ତ୍ରୀ ସୁରେଶ ଗୋପୀ ଜଣାଇଛନ୍ତି ଯେ E10 ପାଇଁ ଡିଜାଇନ୍ କରାଯାଇଥିବା ପୁରୁଣା ଗାଡ଼ିଗୁଡ଼ିକରେ ମାଇଲେଜ୍ ହ୍ରାସ ସାଧାରଣତଃ ପ୍ରାୟ ୩ ରୁ ୫ ପ୍ରତିଶତ ମଧ୍ୟରେ ସୀମିତ ରହିଥାଏ। ସେ କହିଛନ୍ତି ଯେ କୌଣସି ଗାଡ଼ିର ମାଇଲେଜ୍ କେବଳ ପେଟ୍ରୋଲରେ ଏଥାନୋଲର ପରିମାଣ ଉପରେ ନିର୍ଭର କରେ ନାହିଁ, ବରଂ ଡ୍ରାଇଭିଂ ଅଭ୍ୟାସ, ଗାଡ଼ିର ରକ୍ଷଣାବେକ୍ଷଣ, ଟାୟାର୍ ପ୍ରେସର, ହୁଇଲ୍ ଆଲାଇନ୍‌ମେଣ୍ଟ ଏବଂ ଏୟାର କଣ୍ଡିସନର (AC) ର ବ୍ୟବହାର ଭଳି ଅନେକ କାରକ ଉପରେ ମଧ୍ୟ ନିର୍ଭର କରେ।

ସୁରେଶ ଗୋପୀ କହିଛନ୍ତି, “E10 ପାଇଁ ଡିଜାଇନ୍ କରାଯାଇଥିବା କିଛି ପୁରୁଣା ଗାଡ଼ିରେ ଇନ୍ଧନ ଦକ୍ଷତାରେ ହେଉଥିବା ହ୍ରାସ ସାଧାରଣତଃ ସାମାନ୍ୟ (ପ୍ରାୟ ୩-୫ ପ୍ରତିଶତ) ହୋଇଥାଏ।” ସେ ଆହୁରି କହିଛନ୍ତି, “କିଛି ପୁରୁଣା ଗାଡ଼ିରେ ମାଇଲେଜ୍‌ରେ ସାମାନ୍ୟ ହ୍ରାସ ଆସିପାରେ, କିନ୍ତୁ E20 ପେଟ୍ରୋଲର ଅନେକ ଫାଇଦା ମଧ୍ୟ ରହିଛି। ଏଥିରେ ଅଧିକ ଅକ୍ଟେନ୍ ରେଟିଂ, ଭଲ ଆଣ୍ଟି-ନକ୍ ପ୍ରଦର୍ଶନ, ଉତ୍ତମ ଦହନ କ୍ଷମତା ଏବଂ ଅଧିକ ସ୍ମୁଥ୍ ଆକ୍ସିଲେରେସନ୍ ମିଳିଥାଏ।”

ଏସବୁ ମଧ୍ୟରେ, ଏହି ମାସ ୭ ଜୁଲାଇରେ କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ E20 ପେଟ୍ରୋଲକୁ ନେଇ ଉଠୁଥିବା ପ୍ରଶ୍ନ ଉପରେ ଆଲୋଚକମାନଙ୍କୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ ଯଦି ୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ ଯୋଗୁଁ କୌଣସି ଗାଡ଼ିର କ୍ଷତି ହୋଇଛି, ତେବେ ତାହାର ଗୋଟିଏ ବି ଉଦାହରଣ ସାମ୍ନାକୁ ଆଣି ଦେଖାଯାଉ। ଏହାସହ ସେ ମାଇଲେଜ୍ କମିବା ଏବଂ ଅନ୍ୟାନ୍ୟ ଦାବିକୁ “ପେଡ୍ କ୍ୟାମ୍ପେନ୍” (Sponsored Campaign) ର ଅଂଶ ବୋଲି କହିଥିଲେ।

‘ବିକଶିତ ଭାରତ କନ୍‌କ୍ଲେଭ୍’ରେ ବକ୍ତବ୍ୟ ରଖି ନିତିନ ଗଡକରୀ କହିଥିଲେ, “E20 ପେଟ୍ରୋଲ କାରଣରୁ କୌଣସି ବି କାର୍‌ରେ ଖରାପି ଆସିବାର ଗୋଟିଏ ହେଲେ ବି ମାମଲା ସାମ୍ନାକୁ ଆସିନାହିଁ। ଯଦି କୌଣସି ଗାଡ଼ିରେ E20 ପେଟ୍ରୋଲ ଯୋଗୁଁ ସମସ୍ୟା ହୋଇଛି, ତେବେ ତାହାର କେବଳ ଗୋଟିଏ ଉଦାହରଣ କୁହନ୍ତୁ।” ସେ ଆହୁରି ମଧ୍ୟ କହିଥିଲେ, “ଅଧିକ ଏଥାନୋଲ ମିଶ୍ରିତ ପେଟ୍ରୋଲକୁ ନେଇ ମିଥ୍ୟା କାହାଣୀ (Narrative) ପ୍ରଚାର କରାଯାଉଛି। ଏସବୁ ପେଡ୍ କ୍ୟାମ୍ପେନ୍‌ର ଅଂଶ।”


Enter your email to get our daily news in your inbox.

All Right Reserved By Dharitri.Com

CJP ଆନ୍ଦୋଳନରେ ପେଲେଟ୍ ଗନ୍ ଫାୟାରିଂ? ସତ କହିଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର-ମନ୍ତରରୁ ସଂସଦ ମାର୍ଚ୍ଚ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି ସମୟରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

CJP ଆନ୍ଦୋଳନକୁ ନେଇ କଡ଼ା ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ, କେନ୍ଦ୍ରକୁ ମାଗିଲେ…

ନୂଆଦିଲ୍ଲୀ,୨୨।୭: ପ୍ରଦର୍ଶନକାରୀଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ଲାଠିଚାର୍ଜ ସମ୍ପର୍କିତ ଏକ ଆବେଦନର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସକୁ…

୨୪ ଘଣ୍ଟାରେ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ: ବନ୍ଧୁକ, ଖଣ୍ଡା ସହ ବାଇକ୍‌ ଜବତ କରି…

ପୁରୁଷୋତ୍ତମପୁର,୨୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ସଫଳତା ମିଳିଥିବା ବେଳେ ସହ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ…

ବିକ୍ଷୋଭ ପ୍ରଦର୍ଶନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ରାଜନାଥ ସିଂ, ଛାତ୍ରଙ୍କୁ କରାଯାଉଛି…

ନୂଆଦିଲ୍ଲୀ,୨୨।୭: ସୋନମ ୱାଙ୍ଗଚୁକଙ୍କ ଅନଶନ, ସିଜେପିର ପ୍ରତିବାଦ ଏବଂ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ସରକାର ପଛକୁ ହଟିଥିବା ପରି ମନେ ହେଉଛି। ଏହି ସମୟରେ, ପ୍ରତିରକ୍ଷା…

ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…

ଭବାନୀପାଟଣା,୨୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ…

ଗଞ୍ଜେଇ ଚୋରା ଚାଲାଣର ସାମ୍ରାଜ୍ୟ ଚଳାଇଥିଲେ, ୨ ଯୁବକଙ୍କୁ ଧରି..

ଦାରିଙ୍ଗବାଡ଼ି,୨୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ ପ୍ୟାକିଂ କରି ବାହାରକୁ ଚାଲାଣ କରୁଥିବା ୨ ଜଣିଆ ଟିମ୍‌କୁ…

ରାଜରାସ୍ତାରେ କଂଗ୍ରେସ-ଭାଜପାକର୍ମୀଙ୍କ ମଧ୍ୟରେ ସଂଘର୍ଷ; ମୁଣ୍ଡ ଫାଟିଲା, ଗାଡ଼ିର କାଚ…

ପାଟନା,୨୨।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ନେତାମାନେ ଧାରଣାରେ ବସିଥିଲେ । ଏହାପରେ ବୁଧବାର ଭାଜପା ପକ୍ଷରୁ ପାଟନାରେ ଏକ ପ୍ରତିବାଦ ଶୋଭାଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri