ମତ୍ସ୍ୟଜୀବୀଙ୍କୁ ପେଟ ଚିନ୍ତା

ସମ୍ବଲପୁର, ୯।୪ (ବ୍ୟୁରୋ): କରୋନା କଟକଣା ଓ ଲକ୍‌ ଡାଉନ ଘୋଷଣା ପରେ ଲୋକମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ହୋଇଛି। ଶ୍ରମିକ, ଦିନ ମଜୁରିଆଙ୍କଠାରୁ ଆରମ୍ଭ କରି ସମସ୍ତ ଶ୍ରେଣୀର ପରିବାର ଉପରେ ଏହାର ପ୍ରଭାବ ପଡିଛି। ଏଥିରୁ ବାଦ୍‌ ପଡିନାହାନ୍ତି ହୀରାକୁଦ ଜଳଭଣ୍ଡାରରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ ପରିବାର। ସେମାନେ ସାମାଜିକ ଦୂରତା ପାଳନ କରି ଜଳ ଭଣ୍ଡାରରୁ ମାଛ ମାରିବା ପାଇଁ ଯାଉନାହାନ୍ତି । କେତେକ ପରିବାର ଦୁଇଓଳା ଖାଇବା ପାଇଁ ମାଛ ମାରିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଜଳ ଭଣ୍ଡାରରେ ୫୦ ପ୍ରତିଶତ ମାଛ ଉତ୍ପାଦନ ହ୍ରାସ ପାଇଛି।
ହୀରାକୁଦ ଜଳଭଣ୍ଡାର ପାର୍ଶ୍ୱରେ ବସବାସ କରୁଥିବା ସମ୍ବଲପୁର ଜିଲା ସମେତ ବରଗଡ ଓ ଝାରସୁଗୁଡା ଜିଲାର ୪ ହଜାର ୯୩୩ ମତ୍ସ୍ୟଜୀବୀ ତାଲିକା ଭୁକ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଜୀବିକା ପ୍ରଭାବିତ ହୋଇଛି। କରୋନା କଟକଣା ଓ ଲକ୍‌ ଡାଉନ ଘୋଷଣା ଯୋଗୁଁ ୨୨ ତାରିଖରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିଛି । ତେଣୁ ରାଜ୍ୟ ବାହାରକୁ ଉତ୍ପାଦିତ ମାଛ ଯାଇ ପାରୁନାହିଁ । ଅନ୍ୟପଟେ ଟ୍ରକ ଗୁଡିକରେ ମଧ୍ୟ ରପ୍ତାନି ହୋଇପାରୁନାହିଁ । ହୀରାକୁଦ ଜଳଭଣ୍ଡାର ମତ୍ସ୍ୟଜୀବୀଙ୍କ ମୁଖ୍ୟ ଜୀବିକା କେନ୍ଦ୍ର ଅଟେ। ଏଠାରେ ପ୍ରାୟ ୪୯ ପ୍ରଜାତିର ମାଛ ଦେଖାଦେଇଥିବା ବେଳେ ୧୮ ପ୍ରଜାତିର ମାଛ ଖାଦ୍ୟ ପାଇଁ ଉପଯୋଗୀ । ତେଣୁ ବଜାରରେ ଏସବୁ ଉପଲବ୍ଧ ରହିଥାଏ । ଏହି ସମୟ ମାଛ ଧରିବା ପାଇଁ ଉପଯୁକ୍ତ ଅଟେ। ପ୍ରତିଦିନ ହାରାହାରି ୧୦ ମେଟ୍ରିକ ଟନ୍‌ ମାଛ ଧରାଯାଇଥାଏ । ରାଜ୍ୟ ତଥା ଜିଲା ବାହାର ବ୍ୟବସାୟୀମାନେ ମତ୍ସ୍ୟଜୀବୀଙ୍କ ଠାରୁ ମାଛ କିଣି ନେଇଥାନ୍ତି । ହେଲେ ଏବେ ସେମାନଙ୍କ ମଧ୍ୟ ଦେଖା ମିଳୁନାହିଁ। ରାଜ୍ୟ ବାହାର ପଶ୍ଚିମବଙ୍ଗ, ତଥା ରାଜ୍ୟର କଟକ, ଭୁବନେଶ୍ୱର, ବାଲେଶ୍ୱର ଆଦି ଜିଲାକୁ ଏଠାରୁ ମାଛ ପଠାଯାଏ । ଲକ୍‌ ଡାଉନ ଯୋଗୁ ତାହା ସମ୍ଭବ ହୋଇପାରୁନାହିଁ । ସ୍ଥାନୀୟ ବଜାରରେ ଭରସା କରି ରହିଛୁଁ । ହେଲେ ବଜାରରେ ଚାହିଦା କମ୍‌ ଥିବାରୁ ଉତ୍ପାଦନ ମଧ୍ୟ କରାଯାଉ ନାହିଁ । ଉତ୍ପାଦନ ୪ରୁ ୫ ମେଟ୍ରିକ ଟନ୍‌କୁ ଖସି ଆସିଛି । ଏବେ କଟକଣା ଅବଧି ରାଜ୍ୟ ସରକାର ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏଥିଯୋଗୁ ଆମର ସମସ୍ୟା ଆହୁରି ବଢିଯିବ ବୋଲି ଜଣେ ମାଛ ଚାଷୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହା ବିଧାନସଭା ଆସନ: ୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ

ଲୋଇସିଂହା,୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଯାଞ୍ଚ ପ୍ରକ୍ରିୟା ପରେ ୭ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

ସଞ୍ଜୟଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ଇନ୍‌ଚାର୍ଜ କଲା ବିଜେଡି

ସମ୍ବଲପୁର,୫ା୫(ପ୍ରମୋଦ ବହିଦାର): ଚଳିତ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନ ସଂଯୋଜକ ଓ ନିର୍ବାଚନ ଇନ୍‌ଚାର୍ଜ ନିଯୁକ୍ତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ

ବାଲିଗୁଡା,୫।୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri