ମଣ୍ଡି ଖୋଲିନି, ଖଳାରେ ପଡିରହିଛି ଧାନ

କୋକସରା, ୧୩।୧୧ (ଡି.ଏନ.ଏ.)
ଖରିଫ ଧାନ ଏବେ ଅମଳ କରୁଛନ୍ତି ଚାଷୀ। ସ୍ବଳ୍ପ ଓ ମଧ୍ୟମ କିସମ ଧାନ ଅମଳ ହୋଇସାରିଥିବା ବେଳେ ବଡ ଧାନ ଜମିରେ ପାକଳ ଅବସ୍ଥାରେ ଅଛି। ଏଭଳି ସମୟରେ କଳାହାଣ୍ଡି ପ୍ରଶାସନ ଆସନ୍ତା ୧୫ ତାରିଖରୁ ଧାନ ମଣ୍ଡି ଖୋଲିବାକୁ ଘୋଷଣା କରିଥିବା ବେଳେ ମିଲରଙ୍କ ସହ ଆଲୋଚନା କରୁଛି। ମଣ୍ଡି ଆରମ୍ଭ ପୂର୍ବରୁ ଅମଳ ସାରିଥିବା ଧାନକୁ ଚାଷୀ ଖଳାରେ ରଖି ଖରାରେ ଶୁଖାଇବା ସହ ମଣ୍ଡିରେ ବିକ୍ରି ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଗତ ୨ରୁ ୩ ଦିନ ହେବ ଆକାଶରେ କୋହଲା ପାଗ ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ବର୍ଷା ହେବା ଆଶାଙ୍କରେ ଚାଷୀ ଧାନକୁ ସୁରକ୍ଷିତ ରଖିବା ପାଇଁ ଆଖିରେ ନିଦ ନାହିଁ। କୋକସରା ବ୍ଲକ ଅଣ ଜଳସେଚିତ ଅଞ୍ଚଳ ହୋଇଥିବା ବେଳେ ଚଳିତବର୍ଷ ସ୍ବାଭାବିକ ବର୍ଷା ଯୋଗୁ ଚାଷ ଭଲ ହୋଇଛି। କୋକସରା ବ୍ଲକର ୬ ମଣ୍ଡି ଓ ଉପମଣ୍ଡିରେ ଧାନ କ୍ରୟ କରାଯିବ। ଚଳିତବର୍ଷ ଜଳସେଚିତ ଜମି ଏକର ପ୍ରତି ୧୯ କୁଇଣ୍ଟାଲ ଓ ଅଣ ଜଳସେଚିତ ଜମି ପାଇଁ ୧୨ କୁଇଣ୍ଟାଲ ଧାନ ବିକ୍ରି କରିପାରିବେ ଚାଷୀ। ଯେଉଁ ସମବାୟରୁ ଚାଷୀ ପଞ୍ଜୀକରଣ କରିଥିବେ ୭ ଦିନ ପୂର୍ବରୁ ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକାନ ମିଳିବ। କୋକସରା ଅଞ୍ଚଳର କେତେକ ଚାଷୀଙ୍କ ମୋବାଇଲକୁ ଟୋକନ ମିଳିଥିବା ମେସେଜ ଆସିଥିବା ଜଣାପଡିଛି। ଅନ୍ୟପଟେ ବ୍ଲକର ୪୦ ରୁ ୫୦ ପ୍ରତିଶତ ଧାନ ଏବେ ଅମଳ ସରିଛି। ଖଳାରେ ଅମଳ ସରିଥିବା ଧାନ ପଡି ରହିଥିବା ବେଳେ ମଣ୍ଡି ଖୋଲିବା ଅପେକ୍ଷାରେ ଚାଷୀ ରହିଛନ୍ତି। ଚଳିତବର୍ଷ କୋକସରା ବ୍ଲକରେ କୃଷି ବିଭାଗ ସୂଚନା ଅନୁସାରେ ୨୧ ହଜାର ୯୩୭ ହେକ୍ଟର ଜମିରେ ଚାଷ ହୋଇଛି। ସେଥିରୁ ୭ ହଜାର ୧୧୨ ହେକ୍ଟର ଢ଼ିପ ଜମିରେ ସ୍ବଳ୍ପ କିସମ, ୭ ହଜାର ୧ ହେକ୍ଟରରେ ମଧ୍ୟମ କିସମ ଓ ୭ ହଜାର ୮୨୪ ହେକ୍ଟରରେ ବଡ କିସମର ଧାନ ଚାଷ ହୋଇଛି। ଚାଷୀ ସ୍ବଳ୍ପ ଓ ମାଧ୍ୟମ କିସମର ଧାନ ଅମଳ ପରେ ଖଳାରେ ପଡିଛି। କରୋନା ମାଡରେ ଧାର କରଜ କରି ଚାଷ କରିଥିବା ଛୋଟ ଚାଷୀଙ୍କ ଦୁଆରରେ ଏବେ ଅଣ୍ଡର ରେଟରେ ଧାନ କିଣିବା ପାଇଁ ଦଲାଲ ପ୍ରସ୍ତୁତି ଚଳାଇଛନ୍ତି। ଚାଷ ଅମଳ ପାଇଁ ଏବେ ଚାଷୀ ଧାନକଟା ମେଶିନ ସହ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ପାଇଁ ଟଙ୍କା ଦରକାର ପଡୁଥିବା ବେଳେ କିଛି ଚାଷୀ ଏହି ଖର୍ଚ୍ଚ ତୁଲାଇବା ପାଇଁ କୁଇଣ୍ଟାଲ ପିଛା ୧୨୦୦ ରୁ ୧୩୦୦ ମଧ୍ୟରେ ଧାନ ବିକ୍ରି କରୁଥିବା ଜଣାପଡିଛି। ମଣ୍ଡିରେ ଏଫଏକ୍ୟୁ ସାଧାରଣ ମାନର ଧାନ କୁଇଣ୍ଟାଲ ପ୍ରତି ୧୮୬୮ ଟଙ୍କା ଓ ଗ୍ରେଡ-ଏ ଧାନ ୧୮୮୮ ଟଙ୍କା କୁଇଣ୍ଟାଲ ପ୍ରତି ସରକାରୀ ଧାର୍ଯ୍ୟ ଦର ରହିଛି । ଅଭାବରେ ପଡି ଛୋଟ ଓ ମଧ୍ୟବିତ ଚାଷୀ କମ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ନିର୍ଦ୍ଧାରିତ ଘୋଷଣା କରିଥିବା ଅବଧିରେ ମଣ୍ଡି ଖୋଲିବାକୁ କୋକସରା ବ୍ଲକ ଅଞ୍ଚଳର ଚାଷୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ପ୍ରଶ୍ନ: ଛାତ୍ରୀଛାତ୍ରଙ୍କଠାରୁ ଫି’ ଆଦାୟ କରିବାକୁ ନିର୍ଦ୍ଦେଶ

ଯାଜପୁର,୨୬ା୭(ହର୍ଷବର୍ଦ୍ଧନ ବେହେରା): ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାରେ କେଜିରୁ ପିଜି ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି। ଏଥିପାଇଁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପୁରୀରେ ଆଜି ଅତି ପ୍ରବଳ ବର୍ଷା, ଆଲର୍ଟ ଜାରି…

ଭୁବନେଶ୍ୱର,୨୬ା୭(ବନ୍ଦନା ସେଠୀ): ଗାଙ୍ଗେୟ ପଶ୍ଚିମବଙ୍ଗର ଉତ୍ତରାଞ୍ଚଳ ଏବଂ ଏହାର ଆଖପାଖ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପର ରୂପ ନେଇଛି। ଶନିବାର ସକାଳ…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ବୟାନ, ରାଜ୍ୟ ରାଜନୀତିରେ ଚହଳ!

ଭୁବନେଶ୍ୱର,୨୬।୭ (ସୁନିତ୍‌ ମିଶ୍ର) ଏନ୍‌ଇଇଟି ପ୍ରଶ୍ନପତ୍ର ବିଭ୍ରାଟ ଓ ତାହାକୁ ନେଇ ଉପୁଜିଥିବା ଆନ୍ଦୋଳନ ଜୋରଦାର ହେବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପଦରୁ…

କାଣ୍ଡେଲରେ ବାହୁଡା ଯାତ୍ରା, ଦ୍ୱିତୀୟ ଦିନରେ ରଥ ଟାଣିଲେ ଶ୍ରଦ୍ଧାଳୁ

କେସିଙ୍ଗା,୨୫ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମ ଆୟୁର୍ବେଦିକ ସେବା ସଦନ ନିକଟରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଶନିବାର ବାହୁଡା ଯାତ୍ରାର ଦ୍ୱିତୀୟ…

ଭବାନୀପାଟଣାରେ ଇତିହାସ: ପ୍ରଥମ ଥର ପାଇଁ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଦେଖି ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ

ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): ଭବାନୀପାଟଣା ସହରରେ ପ୍ରଥମ ଥର ପାଇଁ ନନ୍ଦିଘୋଷ ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଏହି…

ସୁନା ବେଶ ଦର୍ଶନ ପାଇଁ ପ୍ରବଳ ଭିଡ଼, ଭୁବନେଶ୍ୱର-ପୁରୀ ରାସ୍ତା ଜାମ୍‌

ଭୁବନେଶ୍ୱର,୨୫।୭: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥି। ତିନିରଥରେ ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ମହଣ ମହଣ ସୁନାରେ ସଜେଇ ହୋଇ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ସୁନାବେଶ ଦର୍ଶନ…

ବାହୁଡ଼ା ଯାତ୍ରାରେ ଅନନ୍ତଙ୍କ ଘରେ ଅଲୌକିକ ଦୃଶ୍ୟ: ପାଣି ଗରାରେ ଦର୍ଶନ ଦେଲେ ମହାପ୍ରଭୁ ଜଗନ୍ନାଥ

କୃଷ୍ଣପ୍ରସାଦ,୨୫ା୭(କୈଳାଶ ଚନ୍ଦ୍ର ପଟ୍ଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସହାବାଜପୁର ଗ୍ରାମରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। ବାହୁଡ଼ା ଯାତ୍ରା ଦିନ ସେହି…

କଳାହାଣ୍ଡିରେ ବିଜେଡିକୁ ବଡ଼ ଝଟ୍‌କା: ପଦ୍ମ ଧରିଲେ ଜିଲା ପରିଷଦ ଅଧ୍ୟକ୍ଷଙ୍କ ସହ ଶତାଧିକ ନେତା

ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଦୁର୍ବଳ ହେଉଛି ବିଜୁ ଜନତା ଦଳ (ବିଜେଡି)। ଜିଲାରେ କ୍ଷମତାରୁ ଅପସାରିତ ହୋଇଥିବା ବିଜେଡିକୁ ଏକ ବଡ଼ଧରଣର ରାଜନୈତିକ ଝଟ୍‌କା ଲାଗିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri