ମଣ୍ଡି ଖୋଲିନି, ଖଳାରେ ପଡିରହିଛି ଧାନ

କୋକସରା, ୧୩।୧୧ (ଡି.ଏନ.ଏ.)
ଖରିଫ ଧାନ ଏବେ ଅମଳ କରୁଛନ୍ତି ଚାଷୀ। ସ୍ବଳ୍ପ ଓ ମଧ୍ୟମ କିସମ ଧାନ ଅମଳ ହୋଇସାରିଥିବା ବେଳେ ବଡ ଧାନ ଜମିରେ ପାକଳ ଅବସ୍ଥାରେ ଅଛି। ଏଭଳି ସମୟରେ କଳାହାଣ୍ଡି ପ୍ରଶାସନ ଆସନ୍ତା ୧୫ ତାରିଖରୁ ଧାନ ମଣ୍ଡି ଖୋଲିବାକୁ ଘୋଷଣା କରିଥିବା ବେଳେ ମିଲରଙ୍କ ସହ ଆଲୋଚନା କରୁଛି। ମଣ୍ଡି ଆରମ୍ଭ ପୂର୍ବରୁ ଅମଳ ସାରିଥିବା ଧାନକୁ ଚାଷୀ ଖଳାରେ ରଖି ଖରାରେ ଶୁଖାଇବା ସହ ମଣ୍ଡିରେ ବିକ୍ରି ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଗତ ୨ରୁ ୩ ଦିନ ହେବ ଆକାଶରେ କୋହଲା ପାଗ ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ବର୍ଷା ହେବା ଆଶାଙ୍କରେ ଚାଷୀ ଧାନକୁ ସୁରକ୍ଷିତ ରଖିବା ପାଇଁ ଆଖିରେ ନିଦ ନାହିଁ। କୋକସରା ବ୍ଲକ ଅଣ ଜଳସେଚିତ ଅଞ୍ଚଳ ହୋଇଥିବା ବେଳେ ଚଳିତବର୍ଷ ସ୍ବାଭାବିକ ବର୍ଷା ଯୋଗୁ ଚାଷ ଭଲ ହୋଇଛି। କୋକସରା ବ୍ଲକର ୬ ମଣ୍ଡି ଓ ଉପମଣ୍ଡିରେ ଧାନ କ୍ରୟ କରାଯିବ। ଚଳିତବର୍ଷ ଜଳସେଚିତ ଜମି ଏକର ପ୍ରତି ୧୯ କୁଇଣ୍ଟାଲ ଓ ଅଣ ଜଳସେଚିତ ଜମି ପାଇଁ ୧୨ କୁଇଣ୍ଟାଲ ଧାନ ବିକ୍ରି କରିପାରିବେ ଚାଷୀ। ଯେଉଁ ସମବାୟରୁ ଚାଷୀ ପଞ୍ଜୀକରଣ କରିଥିବେ ୭ ଦିନ ପୂର୍ବରୁ ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକାନ ମିଳିବ। କୋକସରା ଅଞ୍ଚଳର କେତେକ ଚାଷୀଙ୍କ ମୋବାଇଲକୁ ଟୋକନ ମିଳିଥିବା ମେସେଜ ଆସିଥିବା ଜଣାପଡିଛି। ଅନ୍ୟପଟେ ବ୍ଲକର ୪୦ ରୁ ୫୦ ପ୍ରତିଶତ ଧାନ ଏବେ ଅମଳ ସରିଛି। ଖଳାରେ ଅମଳ ସରିଥିବା ଧାନ ପଡି ରହିଥିବା ବେଳେ ମଣ୍ଡି ଖୋଲିବା ଅପେକ୍ଷାରେ ଚାଷୀ ରହିଛନ୍ତି। ଚଳିତବର୍ଷ କୋକସରା ବ୍ଲକରେ କୃଷି ବିଭାଗ ସୂଚନା ଅନୁସାରେ ୨୧ ହଜାର ୯୩୭ ହେକ୍ଟର ଜମିରେ ଚାଷ ହୋଇଛି। ସେଥିରୁ ୭ ହଜାର ୧୧୨ ହେକ୍ଟର ଢ଼ିପ ଜମିରେ ସ୍ବଳ୍ପ କିସମ, ୭ ହଜାର ୧ ହେକ୍ଟରରେ ମଧ୍ୟମ କିସମ ଓ ୭ ହଜାର ୮୨୪ ହେକ୍ଟରରେ ବଡ କିସମର ଧାନ ଚାଷ ହୋଇଛି। ଚାଷୀ ସ୍ବଳ୍ପ ଓ ମାଧ୍ୟମ କିସମର ଧାନ ଅମଳ ପରେ ଖଳାରେ ପଡିଛି। କରୋନା ମାଡରେ ଧାର କରଜ କରି ଚାଷ କରିଥିବା ଛୋଟ ଚାଷୀଙ୍କ ଦୁଆରରେ ଏବେ ଅଣ୍ଡର ରେଟରେ ଧାନ କିଣିବା ପାଇଁ ଦଲାଲ ପ୍ରସ୍ତୁତି ଚଳାଇଛନ୍ତି। ଚାଷ ଅମଳ ପାଇଁ ଏବେ ଚାଷୀ ଧାନକଟା ମେଶିନ ସହ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ପାଇଁ ଟଙ୍କା ଦରକାର ପଡୁଥିବା ବେଳେ କିଛି ଚାଷୀ ଏହି ଖର୍ଚ୍ଚ ତୁଲାଇବା ପାଇଁ କୁଇଣ୍ଟାଲ ପିଛା ୧୨୦୦ ରୁ ୧୩୦୦ ମଧ୍ୟରେ ଧାନ ବିକ୍ରି କରୁଥିବା ଜଣାପଡିଛି। ମଣ୍ଡିରେ ଏଫଏକ୍ୟୁ ସାଧାରଣ ମାନର ଧାନ କୁଇଣ୍ଟାଲ ପ୍ରତି ୧୮୬୮ ଟଙ୍କା ଓ ଗ୍ରେଡ-ଏ ଧାନ ୧୮୮୮ ଟଙ୍କା କୁଇଣ୍ଟାଲ ପ୍ରତି ସରକାରୀ ଧାର୍ଯ୍ୟ ଦର ରହିଛି । ଅଭାବରେ ପଡି ଛୋଟ ଓ ମଧ୍ୟବିତ ଚାଷୀ କମ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ନିର୍ଦ୍ଧାରିତ ଘୋଷଣା କରିଥିବା ଅବଧିରେ ମଣ୍ଡି ଖୋଲିବାକୁ କୋକସରା ବ୍ଲକ ଅଞ୍ଚଳର ଚାଷୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri