ମଞ୍ଚ ପାଇଁ ବଞ୍ଚୁଥିବା ମଣିଷ ଦୁର୍ଯ୍ୟୋଧନ

ରତ୍ନଗିରି,୧୪-୧(ଡିଏନ୍‌ଏ):ମଞ୍ଚରେ ଓ ମଞ୍ଚ ପାଇଁ ବଞ୍ଚୁଥିବା ମଣିଷ ହେଉଛନ୍ତି ବରୀ ବ୍ଲକ ଅଧୀନ ବାଲିବିଲି ଗ୍ରାମର ଦୁର୍ଯ୍ୟୋଧନ ପରିଡା(୬୪)। ପିଲାଟି ଦିନରୁ ତୁଳସୀ ଦୁଇପତ୍ରରୁ ବାସିବା ଭଳି ଅଭିନୟ କ୍ଷେତ୍ରରେ ତାଙ୍କ ଦକ୍ଷତା ପ୍ରସ୍ଫୁଟିତ ହୋଇଥିଲା। ମଞ୍ଚରେ ଅଭିନୟ କରିବା ତାଙ୍କର ନିଶା ପାଲଟିଥିଲା। ଶିକ୍ଷକ ନ ହୋଇ ବି ନିଜ ଭିତରେ ଥିବା ଅନୁଭୂତି ଓ ମଞ୍ଚ ପରିଚାଳନାର ପ୍ରଚେଷ୍ଟା ତାଙ୍କୁ ଦିରା ମାଷ୍ଟ୍ରେ ଭାବେ ବରୀ ଅଞ୍ଚଳରେ ପରିଚୟ ଦେଇଛି। ମଞ୍ଚ ନାଟକରେ ଅଭିନୟ କରୁଥିବା କଳାକାରଙ୍କୁ ପରିବାର ଲୋକଙ୍କ ଭଳି ଆପଣେଇବା ସହିତ ନିର୍ଭୁଲ ଭାବେ ଅଭିନୟ କରିବାକୁ ପ୍ରବର୍ତ୍ତାଇ ଥାଆନ୍ତି। ଯାହାକି ତାଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ସେ ଧରିନେଇଥାନ୍ତି। ସେ ରୋଗାଗ୍ରସ୍ଥ ସତ୍ତ୍ୱେ ମଞ୍ଚ ନାଟକରେ ଅଭିନୟ କରିବା ଓ ନିର୍ଦ୍ଦେଶନା ଦେବାକୁ ଏବେବି ତାଙ୍କ ମନରେ ପ୍ରବଳ ଉକତ୍ଣ୍ଠା ରହିଥିବା ଦେଖିବାକୁ ମିଳିଛି। କୋଡିଏ ବର୍ଷ ବୟସରୁ ନବଜ୍ୟୋତି ନାଟ୍ୟ ସଂସଦ ଗଠନ କରି ସ୍ଥାନୀୟ ଯୁବକଙ୍କୁ ନେଇ ଏକ କଳା ପରିଷଦ ଗଠନ କରିବା ଓ ପରବର୍ତ୍ତୀ ଅବସ୍ଥାରେ ବଜ୍ରକାଳୀ ନାଟ୍ୟ ସଂସଦ, ସବୁଜ ସାଥୀ କଳା ପରିଷଦ, ଜୟ ଦୂର୍ଗାନାଟ୍ୟ ସଂସଦ, ମା’ ବିଶୁନେଇ କଳା ପରିଷଦ ଭଳି ଅନେକ ନାଟ୍ୟନୁଷ୍ଠାନ ସୃଷ୍ଟି କରିବା କ୍ଷେତ୍ରରେ ତାଙ୍କର ଅଦମ୍ୟ ପ୍ରଚେଷ୍ଟା ଆଜି ବି ବିଭିନ୍ନ ମଞ୍ଚରେ ଅଭିନୟ କରୁଥିବା କଳାକାରଙ୍କ ହୃଦୟରେ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ଦୀର୍ଘ ୪୨ ବର୍ଷର କଳାକାର ଜୀବନ ଭିତରେ ତାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଅନେକ କଳାକାର ସଫଳତାର ସହ ଅଭିନୟ କରି ପ୍ରଶଂସିତ ହେବା ତାଙ୍କୁ ବହୁ ଆନନ୍ଦ ଦିଏ ବୋଲି ସେ ପ୍ରକାଶ କରିଛନ୍ତି। ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ମଞ୍ଚ କଳାକୁ ବଞ୍ଚାଇ ରଖିବା କ୍ଷେତ୍ରରେ ସେ ପ୍ରତିଶ୍ରୁତିବଦ୍ଧ ବୋଲି କୁହନ୍ତି। ରାଜ୍ୟ ସରକାର କଳାକାରଙ୍କୁ ପ୍ରୋସତ୍ାହନ ପାଇଁ କଳାକାର ଭତ୍ତା ପ୍ରଦାନ କରୁଥିବାବେଳେ ତାଙ୍କ ପ୍ରତି ସରକାରଙ୍କ ଦୃଷ୍ଟି ନ ପଡିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଜିତଙ୍କ ନାଁରେ ସାଂଘାତିକ ଅଭିଯୋଗ: ତୁରନ୍ତ ଗିରଫ କରିବାକୁ ତେଜିଲା ଦାବି

ନୂଆଦିଲ୍ଲୀ,୪।୮: ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଫୈଜାନ ଅନସାରୀ କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଡିପକେଙ୍କ ବିରୋଧରେ ଦିଲ୍ଲୀ ପୋଲିସରେ ଏକ ଲିଖିତ ଅଭିଯୋଗ ଦାଖଲ…

ନିଜ ଗଡ଼ରେ ହାରିବା ପରେ ଚିନ୍ତାରେ ଭାଜପା: ରଣନୀତିରେ ହେବ ବଡ଼ ପରବର୍ତ୍ତନ

ପାଟନା,୪।୮: ବାଙ୍କିପୁର ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କୁ ବିହାରରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବିକଳ୍ପ ଭାବରେ…

ଟ୍ରମ୍ପଙ୍କ ଉପରେ ବଢିବ ଚାପ! ଭାରତ ସମେତ ୬୦ ଦେଶ ଉପରେ ଲାଗୁ ହୋଇଥିବା ଶୁଳ୍କ ଉପରେ ମାମଲା ରୁଜୁ କଲେ ୨୫ଟି ଆମେରିକା ରାଜ୍ୟ

ଓ୍ବାଶିଂଟନ,୪।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ଶୁଳ୍କ ନୀତି ପୁଣି ଥରେ ଆଇନଗତ ବିବାଦରେ ଫସିଛି। ଡେମୋକ୍ରାଟମାନଙ୍କ ଦ୍ୱାରା ଶାସିତ ୨୫ଟି ଆମେରିକା ରାଜ୍ୟ ଟ୍ରମ୍ପ…

ଆମେରିକାରେ ହଇଚଇ! ଇରାନ ଉପରେ ଆକ୍ରମଣ ଯୋଜନା ଲିକ; ଏମାନଙ୍କୁ ଦାୟୀ କଲେ ଟ୍ରମ୍ପ…

ଓ୍ବାଶିଂଟନ,୪।୮: ଘଟଣାକ୍ରମ ପରେ, ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ ଯୋଜନା ବନ୍ଦ କରିଛି। ଟ୍ରମ୍ପ ଏହି ନିଷ୍ପତ୍ତି ପାଇଁ କାତାର ଏବଂ ୟୁଏଇର ମଧ୍ୟସ୍ଥତା…

ଗମ୍ଭୀର-କୋହଲି ବିବାଦ ଉପରେ ପୂର୍ବତନ ଅମ୍ପାୟାରଙ୍କ ବଡ଼ ବୟାନ, ‘ଏହା ଜରୁରୀ, ନଚେତ୍…’

ନୂଆଦିଲ୍ଲୀ,୪।୮: ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟାର ଅନିଲ ଚୌଧୁରୀ ବିରାଟ କୋହଲିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ କ୍ରିକେଟ୍‌ର ଆକର୍ଷଣ ଓ ରୋମାଞ୍ଚ…

‘ବିମାନ ବନ୍ଦରରୁ ସିଧା ଫାଶୀ ଖୁଣ୍ଟ…’, ହାସିନାଙ୍କ ବାଂଲାଦେଶ ପ୍ରତ୍ୟାବର୍ତ୍ତନକୁ ନେଇ ମିଳିଲାନି ଧମକ

ଢାକା,୪।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଅଗଷ୍ଟ 2024 ରୁ ଭାରତରେ ରହୁଛନ୍ତି; କ୍ଷମତାରୁ ବହିଷ୍କୃତ ହେବା ପରଠାରୁ ସେ ସେଠାରେ ରହିଛନ୍ତି। ସେ କହିଛନ୍ତି…

ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, କାହାକୁ କେଉଁ ଦାୟିତ୍ବ ଜାଣନ୍ତୁ

ଭୁବନେଶ୍ୱର,୪।୮(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଅଧିକାରୀସ୍ତରରେ ସୋମବାର ଅଦଳବଦଳ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି…

ପ୍ରକୃତିର କୋପ; ବନ୍ୟାରେ ଭାସିଗଲା ୫୪ ବର୍ଷ ପୁରୁଣା ସେତୁ, ୯୦ ଜଣଙ୍କ ମୃତ୍ୟୁ ସହ ୧୦୯ ରାସ୍ତା ବନ୍ଦ

ଶିମଲା,୪।୮: ହିମାଚଳ ପ୍ରଦେଶରେ ଚଳିତ ବର୍ଷା ଋତୁରେ ବର୍ଷା ସମ୍ବନ୍ଧୀୟ ବିଭିନ୍ନ ଘଟଣାରେ ଏପର୍ଯ୍ୟନ୍ତ ୯୦ ଜଣ ପ୍ରାଣ ହରାଇଛନ୍ତି। ଶନିବାର କିନ୍ନୌରରେ ଜାତୀୟ ରାଜପଥ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri