Posted inଫୁରସତ

ମଞ୍ଚ ଚଢ଼ିବାକୁ ଡରୁଥିବା ଅଭିନେତ୍ରୀ

ଅମାଣ୍ଡା ମିସେଲ ସୈଫ୍ରିଡ୍‌। ସେ ମଞ୍ଚ ଚଢ଼ିବାକୁ ଡରନ୍ତି। ତା’ର କାରଣ ତାଙ୍କ ଭିତରେ ମଞ୍ଚ ଚଢ଼ିବାକୁ ନେଇ ଭୟ ରହିଛି। ମନ ଭିତରେ ସବୁବେଳେ ବ୍ୟଗ୍ରତା ଭରି ରହିଥାଏ। କିଛି ଗୋଟେ ଘଟିଯିବାର ଭୟ ତାଙ୍କୁ ଘାରୁଥାଏ…
ସେ ଜଣେ ବିଶ୍ୱପ୍ରସିଦ୍ଧ ଅଭିନେତ୍ରୀ। ମାତ୍ର ସେ ମଞ୍ଚ ଚଢ଼ିବାକୁ ଡରନ୍ତି। ତା’ର କାରଣ ତାଙ୍କ ଭିତରେ ମଞ୍ଚ ଚଢ଼ିବାକୁ ନେଇ ଭୟ ରହିଛି। ମେଡିକାଲ ଭାଷାରେ ଏହାକୁ କୁହାଯାଏ ପ୍ୟାନିକ୍‌ ଆଟାକ୍‌ ଡିଜ୍‌ଅର୍ଡର। ଏତଦ୍‌ବ୍ୟତୀତ, ସେ ମଧ୍ୟ ଆଙ୍ଗ୍‌ଜାଇଟ୍‌ ଡିଜ୍‌ଅର୍ଡରର ଶିକାର। ତାଙ୍କ ମନ ଭିତରେ ସବୁବେଳେ ବ୍ୟଗ୍ରତା ଭରି ରହିଥାଏ। କିଛି ଗୋଟେ ଘଟିଯିବାର ଭୟ ତାଙ୍କୁ ଘାରୁଥାଏ। ଏହି ସୁନ୍ଦରୀ ଅଭିନେତ୍ରୀ ଜଣକ ହେଉଛନ୍ତି ଅମାଣ୍ଡା ମିସେଲ ସୈଫ୍ରିଡ୍‌।

ଏଗାର ବର୍ଷରେ ମଡେଲିଂ : ହଲିଉଡ୍‌ର ଏହି ଅଭିନେତ୍ରୀ ଜଣକ ଖୁବ୍‌ କମ୍‌ ବୟସରେ ମଡେଲିଂ ଜଗତରେ ପାଦ ଥାପିଥିଲେ। ମାତ୍ର ୧୧ବର୍ଷ ବୟସରେ ସେ ମଡେଲିଂ କରିଥିଲେ। ତାଙ୍କ ଭିତରେ ଭରପୂର ହୋଇ ରହିଥିଲା ପ୍ରତିଭା। ସେ ଖୁବ୍‌ କମ୍‌ ବୟସରେ ଜଣେ ନାମକରା ମଡେଲ ଭାବରେ ନିଜକୁ ସାବ୍ୟସ୍ତକରି ପାରିଥିଲେ। ମଡେଲିଂ ଜଗତରେ ତାଙ୍କର ପ୍ରସିଦ୍ଧି ତାଙ୍କ ପାଇଁ ଫିଲ୍ମଜଗତର କବାଟ ଖୋଲିଦେଇଥିଲା। ତାଙ୍କୁ ଯେତେବେଳେ ମାତ୍ର ପନ୍ଦର ବର୍ଷ ହୋଇଥିଲା ସେତେବେଳେ ସେ ଅଭିନେତ୍ରୀ କ୍ୟାରିଅର ଆରମ୍ଭ କରିଥିଲେ। ପ୍ରଥମ ଫିଲ୍ମରୁ ତାଙ୍କୁ ମିଳିଯାଇଥିଲା ସଫଳତା। ‘କ୍ଲୋଇ’, ‘ନାଇନ୍‌ ଲାଇଭ୍‌ସ’ ଆଦି ଏହାର ଗୋଟିଏ ଗୋଟିଏ ଉଦାହରଣ।

ପାରିବାରିକ ଜୀବନ : ପେନ୍‌ସିଲଭାନିଆରେ ଅମାଣ୍ଡା ମିସେଲ ସୈଫ୍ରିଡଙ୍କ ଜନ୍ମ। ମା’ ଥିଲେ ଡାକ୍ତର। ବାପା ଜଣେ ଫାର୍ମାସିଷ୍ଟ। ସେମାନେ ଜର୍ମାନୀର ମୂଳ ବାସିନ୍ଦା। ଆମନ୍ଦାଙ୍କର ବଡ଼ଭଉଣୀ ଜେନିଫର ଜଣେ ସଂଗୀତ ଶିଳ୍ପୀ।
ଅଳ୍ପ ବୟସରୁ ପ୍ରେମ : ଅମାଣ୍ଡା ଦେଖିବାକୁ ଥିଲେ ଖୁବ୍‌ ସୁନ୍ଦରୀ। ପୁଣି ଖୁବ୍‌ କମ୍‌ ବୟସରେ ତାଙ୍କୁ ସଫଳତା ମିଳିଥିଲା। ସେଥିଲାଗି ଅନେକ ସଫଳ ପୁରୁଷ ତାଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ। ଅମାଣ୍ଡା ଏକଦା କହିଥିଲେ ଯେ, କମ୍‌ ବୟସରେ ମଡେଲିଂ ଜଗତକୁ ଆସିବା ଫଳରେ ସେ ଖୁବ୍‌ ଶୀଘ୍ର ପରିପକ୍ୱ ହୋଇଯାଇଥିଲେ। ଯେଉଁ ବୟସରେ ସାଧାରଣତଃ ଝିଅମାନେ ପ୍ରେମ ବ୍ୟାପାରରୁ ଦୂରେଇ ରୁହନ୍ତି ସେ କିନ୍ତୁ ପ୍ରଥମ ପ୍ରେମର ଆବେଦନ ପାଇଥିଲେ। ତାଙ୍କୁ ପ୍ରେମ ନିବେଦନ କରିଥିବା ସେଲିବ୍ରିଟି ଜଣକ ଥିଲେ ଡୋମିନିକ୍‌ କୁପର। ଅବଶ୍ୟ ଏହା ବେଶିଦିନ ତିଷ୍ଠି ରହି ନ ଥିଲା। ତେବେ ଅମାଣ୍ଡାଙ୍କ ଜୀବନରେ ପ୍ରେମର ଆବେଦନ ପତ୍ର କିଛି କମ୍‌ ନ ଥିଲା। ସେଥିଲାଗି ସେ କେବେ ବି ଏକୁଟିଆ ମନେକରୁ ନ ଥିଲେ। ଜଣକ ସହ ସମ୍ପର୍କ ଛିନ୍ନ ହେଉ ହେଉ ଆଉ ଜଣଙ୍କୁ ନିଜର ସାଥୀ ଭାବରେ ଗ୍ରହଣ କରିନେଉଥିଲେ। ଏହା ତାଙ୍କ ଜୀବନରେ ଥିଲା ଆଉ ଏକ ବୈଶିଷ୍ଟ୍ୟ।

ଖେଳନା ପ୍ରିୟ ଅମାଣ୍ଡା : ବିଶ୍ୱ ଫିଲ୍ମ ଜଗତର ଜଣେ ଚର୍ଚ୍ଚିତ ଅଭିନେତ୍ରୀ ଅମାଣ୍ଡା ହେଉଛି ଭାରି ଖେଳନାପ୍ରିୟ। ସେ ଯେଉଁଆଡ଼େ ବି ଯାଆନ୍ତି ସେଠାରୁ ନିଜ ପସନ୍ଦ ମୁତାବକ ଖେଳନା ଖରିଦ କରି ଆଣନ୍ତି। ତାଙ୍କ ନିକଟରେ ରହିଛି ଖେଳନାର ଏକ ବିଶାଳ କଲେକ୍‌ସନ। ସେଥିମଧ୍ୟରେ ରହିଛି ବେବି ହର୍ସଠାରୁ ଆରମ୍ଭକରି କୋକିଶିଆଳ, ପେଚା, ଛେଳି, ହରିଣ ଆଦି ଅନେକ କିଛି।

ଟେଲିଭିଜନ କୁଇନ୍‌ : ଅମାଣ୍ଡାଙ୍କର ଟେଲି ଶୋ’ଗୁଡ଼ିକ ସର୍ବାଧିକ ଲୋକପ୍ରିୟ। ମଡେଲିଂ ଏବଂ ଫିଲ୍ମଠାରୁ ବି ଅଧିକ ସଫଳ ସେ ଟେଲିଭିଜନରେ। ଏଚ୍‌ବିଓ ଭଳି ଚ୍ୟାନେଲରେ ପ୍ରସାରିତ ତାଙ୍କର ଡ୍ରାମାଗୁଡ଼ିକ ଗୋଟିଏ ଗୋଟିଏ ମାଇଲଖୁଣ୍ଟ ବୋଲି କହିଲେ ଆଦୌ ଭୁଲ୍‌ ହେବନାହିଁ। ‘ବିଗ୍‌ ଲଭ୍‌’ ହେଉଛି ତାଙ୍କର ଏକ ସଫଳ ଡ୍ରାମା। ଏଥିରେ ତାଙ୍କର ଅଭିନୟ ଏତେ ନିଖୁଣ ଥିଲା ଯେ ଦର୍ଶକମାନେ ତାହାକୁ ଏକ ସତସତିକା ଚରିତ୍ର ବୋଲି ଧରିନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

ପିକ୍ଅପ  ଧକ୍କାରେ ସାଇକେଲ ଆରୋହୀ ମୃତ:  ମୃତଦେହ ଜବତ

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଗ୍ରାମ ଶିବାନନ୍ଦ ଆଶ୍ରମ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ…

ସ୍ମାର୍ଟ ସ୍କୁଲରେ ତାଲା, ବାରଣ୍ଡାରେ ପାଠପଢ଼ା

ମୋହନା,୩୦।୭(ମନ୍ମଥ ମିଶ୍ର): ପୂର୍ବ ସରକାରଙ୍କ ୫-ଟି ଯୋଜନାରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲ, କିନ୍ତୁ ସ୍ମାର୍ଟ ଶିକ୍ଷା କେବଳ ସରକାରୀ ଦସ୍ତାବିଜରେ ସୀମିତ ରହିଯାଇଛି। ଏଠାରେ ସ୍ମାର୍ଟ କ୍ଲାସରୁମରେ…

କଶ୍ମୀର କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଦୁଇ ଅଣସ୍ଥାନୀୟ ବ୍ୟକ୍ତିଙ୍କୁ ଗୁଳିମାଡ଼, ଜଣଙ୍କ ମୃତ୍ୟୁ

ଶ୍ରୀନଗର,୩୧।୭: କଶ୍ମୀରର କୁଲଗାମ ଜିଲାରେ ଶୁକ୍ରବାର ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଦୁଇଜଣ ଅଣ-ସ୍ଥାନୀୟ ବା ବାହାର ଶ୍ରମିକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିଚାଳନା…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri