ମଉଲିକ୍‌ ସୁବିଧାରୁ ବଁଚିତ୍‌: ଭଗବାନ ଭରସାରେ ଦେଢ଼ଶୁଳି ପଁଚେତ୍‌ବାସୀ

 

ଭବାନୀପାଟଣା, ୨୫।୨ (ଡି.ଏନ୍‌.ଏ.)-
ଜନସାଧାରନ କେନ୍‌ଥେଇ ସୁବିଧାରେ ସରକାରୀ ସେବା, ଯୋଜନାର ଲାଭ ପାଇପାରବେ ସେଥିରଲାଗି ରାଏଜ୍‌ ସରକାର ନୂତନ୍‌ ପଁଚେତ୍‌ମାନ୍‌ ଗଠନ୍‌ କରିଥିଲେ। ହେଲେ ଆଏଜ୍‌ ବି ଅନେକ ପଁଚେତ୍‌ବାସୀ ମଉଲିକ୍‌ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଥିବାର ଅଭିଯୋଗ ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ଝାର ଜଂଗଲ, ପାହାଡ଼ ପରବତ୍‌ ଘେରା କଳାହାଣ୍ଡି ଜିଲା ମଦନପୁର ରାମପୁର ବ୍ଲକର ଦେଢ଼ଶୁଳି ପଁଚେତ୍‌ରେ।
ସୂଚନା ହିସାବେ ମଦନପୁର ରାମପୁର ବ୍ଲକ ସଦର ମହକୁମାନୁ ପାଖାପାଖି ୬୦ କି.ମି. ଦୂରେ କନ୍ଧମାଳ ଆର କଳାହାଣ୍ଡି ଜିଲା ସୀମାନାରେ ରହିଛେ ଦେଢ଼ଶୁଳି ପଁଚେତ୍‌। ବ୍ଲକର ମୋହନଗିରି ପଁଚେତ୍‌କେ ଭାଗ୍‌ କରି ଦେଢ଼ଶୁଳି ପଁଚେତ୍‌ ନୂତନ ଭାବେ ଗଠନ କରାଯାଇଥିଲା। ଇଥ୍‌ରେ ୧୫ ଖଁଡ଼ ଗଁାକେ ୯ଟା ଓ୍ବାର୍ଡରେ ଭାଗ କରାଯାଇଥିଲା। ଇ ପଁଚେତ୍‌ରେ ପାଖାପାଖି ୨ ହଜାର ପରିବାରର ୫ ହଜାର ଲୋକ ବାସ କରୁଛନ୍‌। ପଁଚେତ୍‌ର ବଡ଼ଭାଗି ଲୋକ ଆଦିବାସୀ ସମାଜର ହେଇଥିଲାବେଲେ ଜଂଗଲଜାତ ଦରବ୍‌ ଉପରେ ନିରଭର କରି ନିଜର ଜୀବନ୍‌ ଜିବ୍‌କା ଚଲଉଛନ୍‌। ପଁଚେତ୍‌ବାସୀ ଜରୁରିକାଲିନ ସମିଆରେ କନ୍ଧମାଳର ବାଲିଗୁଡ଼ା ଉପରେ ନିରଭର କରୁଛନ୍‌। ସେନ୍‌ତା ପଁଚେତ୍‌ବାସୀ ବ୍ଲକ ସଦରକେ ଆଏବାକେ ହେଲେ ମୋହନଗିରି ଫାଲୁ ୧୫ କି.ମି. ଜଂଗଲି ଘାଟି ରାସ୍‌ତାରେ ଜାମୁଲି ଦେଇ ୨ ନଦୀ, ୪ ନାଲ ପାର ହେଇ ମୋହନଗିରି ଛକ୍‌କେ ଆସୁଛନ୍‌। ସେନୁ ବସ୍‌ରେ ବ୍ଲକ ସଦରକେ ଯିବାର ଆଏବାର କରୁଛନ୍‌। ହେଲେ ଫିରଲାବେଲେ ଗାଡ଼ିମଟର ବେବସ୍‌ତା ନାଇଁଥିବାର ଲାଗି ପଁଚେତ୍‌ବାସୀ ବଡ଼ଭାରି ହଇରାନ ହରକତ୍‌ ହେଉଛନ୍‌। ପଁଚେତ୍‌ର ଜାମୁଲି ଟ୍ରାସୁପଡ଼ା, ରୁବେତ ଆର ଦେଢ଼ଶୁଳିରେ ପ୍ରାଥମିକ ସ୍କୁଲ ଅଛେ। ହେଲେ ଛାତ୍ରୀଛାତ୍ର ବ୍ଲକର ଭିନେ ଭିନେ ଆଦିବାସୀ ଆଶ୍ରମ ସ୍କୁଲମାନକେ ପଢ଼ୁଛନ୍‌। ଥାନୀଅ ସ୍କୁଲରେ ବଡ଼ଭାଗି ଛାତ୍ରୀଛାତ୍ର ୫ମ ଶ୍ରେଣୀରୁ ପାଠ୍‌ ପଢ଼ାରେ ଗଏଁଠ୍‌ ପକଉଥିବାର ଜନାଯାଇଛେ। ସେନ୍‌ତା ପଁଚେତ୍‌ରେ ଆବାସ ଯୋଜନା, ସ୍ବଚ୍ଛ ଭାରତ ମିଶନ ବାଟ୍‌ବନା ହେଇଛେ। ଇଆଡ଼େ ପଁଚେତ୍‌ ଅଫିସ ଘର ତିଆରି ମୂଲ ହେବାର ୨ ବଛର ବିତିଯାଇଥିଲେ ବି ଦରଖଁଡ଼ିଆ ହେଇ ପଡ଼ିଛେ। ଇଥିରଲାଗି ଗଁାବାସୀ ପରିଶ୍‌ରମ କରି ୨୫ ହଜାର ଇଟା ବି ଦାନ କରିଥିଲେ। ଲୋକ ୮ କି.ମି. ଦୂର ମାଣିକେରା ପଁଚେତ୍‌କେ ପିଡିଏସ୍‌ ଚାଉଲ ଆର ଭତା ନେବାକେ ଯାଉଛନ୍‌। ମାଣିକେରାରୁ ରୁବେତ ଗଁା ଦେଇ ଦେଢ଼ଶୁଳି ତକ୍‌ ୮ କି.ମି. ରାସ୍‌ତାକେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରବାର, ପଁଚେତ୍‌ବାସୀକର ଲାଗି ପିଇଲା ପାଏନ୍‌ ସୁବିଧା, ୬ଷ୍ଠରୁ ୧୦ମ ଶ୍ରେଣୀ ତକ୍‌ ପଢ଼ବାର ଲାଗି ଗୁଟେ ହାଇସ୍କୁଲ, ସ୍ବାସ୍ଥ୍ୟ ସେବାର ଲାଗି ଗୁଟେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଥାପନା ଲାଗି ପଁଚେତ୍‌ବାସୀ ବ୍ଲକ ପରଶାସନକେ ବାରବାର ଗୁହାରି କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ଇ ଦିଗେ ରାଏଜ୍‌ ସରକାର ଆର ଜିଲା ପରଶାସନ ଦୁରୁଷ୍‌ଟି ଦେଇ ଦେଢ଼ଶୁଳି ପଁଚେତ୍‌ବାସୀକୁ ମଉଲିକ୍‌ ସୁବିଧା ସୁଯୋଗ ଯୁଗେଇ ଦେବାକେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ: ଶକ୍ତି ପ୍ରଦର୍ଶନ କରି ଛାତ୍ରୀଛାତ୍ର…

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ଭୋଟ୍‌ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ ନାରାରେ କମ୍ପିଲା ଲାଞ୍ଜିଗଡ଼

ଲାଞ୍ଜିଗଡ଼,୮ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦକୁ…

ବୋରିଆ ସ୍କୁଲରେ ଶିକ୍ଷକ ଅଭାବ: ପାଠପଢ଼ାରେ ବ୍ୟାଘାତ

କେସିଙ୍ଗା, ୮।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗ୍ରାମରେ ଜାତୀୟ ରାଜପଥ-୨୬ କଡ଼ରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅସନ୍ତୋଷ…

କଳାହାଣ୍ଡିରେ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭକାରୀ…

ଭବାନୀପାଟଣା,୮ା୧୦(ଉତ୍ତମ କୁମାର ଦାଶ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପ୍ରଭାବ କଳାହାଣ୍ଡି ଜିଲାରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ…

ଦୋକାନବଜାର ବନ୍ଦ, ଗାଡ଼ି ଚଳାଚଳ ଠପ୍‌: କର୍ଲାମୁଣ୍ଡାରେ ଓଡ଼ିଶା ବନ୍ଦର ପ୍ରଭାବ

କର୍ଲାମୁଣ୍ଡା, ୮।୧୦(ପ୍ରଦୀପ କୁମାର ସାହୁ): ଗୁରୁବାର ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ବନ୍ଦ ଯୋଗୁ ସକାଳୁ ବ୍ଲକର…

ଟ୍ରାକ୍ଟରକୁ ପଛପଟୁ ଧକ୍କା ଦେଲେ ବାଇକ୍‌ ଆରୋହୀ: ଆଉ ତା’ପରେ ଘଟିଲା…

ଥୁଆମୂଳ ରାମପୁର, ୭।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ପେଟ୍ରୋଲ ପମ୍ପ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକ ଗୁରୁତର…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?