ଭୟାବହ ଅଗ୍ନିକାଣ୍ଡ: ୧୮ ବଖରା ଘର ଜଳିଗଲା

ରାଜନଗର,୪।୧୨(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଘଡିଆମାଳ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୮ ବଖରା ଘର ଭସ୍ମିଭୂତ ହୋଇଯାଇଛି। ଗ୍ରାମର ବଳରାମ ରାଉତଙ୍କ ୧୨ ବଖରା, ବେଣୁଧର ରାଉତ, କୈଳାଶ ରାଉତ ଓ ବାବୁ ରାଉତଙ୍କ ୬ ବଖରା ଘର ପୋଡିଯାଇଛି। ରାଜନଗର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ନିଆଁର ପ୍ରକୋପ ଏତେ ଭୟାବହ ଥିଲା ଯେ କେବଳ ପିନ୍ଧା ଲୁଗା ଛଡା ଘରର କୋଣସି ଆସବାବପତ୍ର ଉଦ୍ଧାର କରିପାରି ନ ଥିଲେ। କୁହୁଡି ବହୁମାତ୍ରାରେ ହୋଇଥିବାରୁ ଦମକଳ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ଗ୍ରାମବାସୀମାନେ ପାରୁ ପର୍ଯ୍ୟନ୍ତ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ନିଆଁର ପ୍ରକୋପ ଆଗରେ ହାର ମାନିଥିଲେ। ଅଗ୍ନିକାଣ୍ଡରେ ଘରର ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ପାଟଣାଗଡ଼ରେ ଘୋଷିତ ପାୱାର୍ କଟ୍‌: ପ୍ରତିବାଦରେ ବିଦ୍ୟୁତ୍ ଅଫିସ୍ ଘେରାଉ କରିବ ବିଜେଡି

ବଲାଙ୍ଗୀର,୨୭।୫(ସୁନୀଲ କୁମାର ମହାନ୍ତି): ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ଉଗ୍ର ରୂପ ନେଉଛି ବିଦ୍ୟୁତ ସମସ୍ୟା। ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ଆଗାମୀ ଦିନରେ ବିଦ୍ୟୁତ ଅଫିସ ଘେରାଉ…

ବରଗଡ଼ରେ ଚଳିବନି ଅପରାଧୀଙ୍କ ଦାଦାଗିରି, ଦାୟିତ୍ୱ ନେଇ କଡ଼ା ଚେତାବନୀ ଦେଲେ ନୂତନ SP

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଆଉ ଚଳିବନି ଅପରାଧୀଙ୍କ ଦାଦାଗିରି କିମ୍ବା ବେଆଇନ ନିଶା କାରବାର। ବରଗଡ଼ର ନୂତନ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ଭାବେ ବୁଧବାର ଦାୟିତ୍ୱ…

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ; ଛିଣ୍ତିଲା ବିଦ୍ୟୁତ୍ ତାର, ଗଛ ପଡ଼ି ବୃଦ୍ଧା ଗୁରୁତର

କେନ୍ଦୁଝର,୨୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକରେ ତାଣ୍ତବ ରଚିଛି କାଳବୈଶାଖୀ । ବୁଧବାର ସନ୍ଧ୍ୟାରେ ଜୋରରେ ପବନ ହେବାରୁ ପନିପରିବା ଫସଲ ସମେତ ଗଛ ଉପୁଡିଵା…

୨୪ ଦିନରେ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଯାତ୍ରା ମ୍ୟାନେଜରଙ୍କ ସ୍ବତନ୍ତ୍ର ପୂଜା, ବିରାଟ ପଟୁଆରରେ ସହର ପରିକ୍ରମା କଲେ…

ଛତ୍ରପୁର,୨୭।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମାଙ୍କ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ପାଇଁ ଏବେ ସାରା ସହର ଉଠୁଛି ପଡୁଛି। ମା’ଙ୍କ ଆଗମନରେ…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri