ଭୂତଳ ଜଳ ଓ ତୈଳ ସଂରକ୍ଷଣ ବାୟୁମଣ୍ଡଳକୁ ନେଇ ସାଇକେଲ୍‌ରେ ସଚେତନତା ବାର୍ତ୍ତା

ବାଲୁଗାଁ,୨୮।୮(ଡ଼ି.ଏନ.ଏ.)-ପୃଥିବୀର ଭୂତଳ ଜଳ ଓ ତୈଳ ସଂରକ୍ଷଣ ତଥା ବାୟୁମଣ୍ଡଳର ଉତ୍ତାପ ବୃଦ୍ଧିକୁ ରୋକିବା ନେଇ ସାଇକେଲରେ ବିଭିନ୍ନ ଦେଶ ବୁଲି ସଚେତନତା ବାର୍ତ୍ତା ବାଣ୍ଟିବା ଲକ୍ଷ୍ୟ ନେଇ ବାହାରିଛନ୍ତି ୨ ରୋଟାରିଆନ। କେରଳ ରାଜ୍ୟ କାଲିକଟ ସହର ରୋଟାରୀ କ୍ଲବର ସଭ୍ୟ ରୋଟାରିଆନ୍‌ ଫାଏଜ୍‌ ଓ ଅଜିତ୍‌ ନିଜ ସହର କାଲିକଟଠାରୁ ସାଇକେଲ ଚଳାଇ ଏହି ଯାତ୍ରା ଆରମ୍ଭ କରିଛନ୍ତି। ସେମାନେ ଭାରତ, ନେପାଳ, ଭୁଟାନ, ମ୍ୟାନମାର, ଥାଇଲାଣ୍ଡ, ମାଲେସିଆ ଆଦି ଦେଶ ଦେଇ ପ୍ରାୟ ଆଠ ହଜାର କିଲୋମିଟର ରାସ୍ତା ଅତିକ୍ରମ କରି ସିଙ୍ଗାପୁରରେ ୧୨୦ଦିନରେ ପହଞ୍ଚତ୍ବା ଲକ୍ଷ୍ୟ ରଖିଛନ୍ତି ା ଏହି ପରିପ୍ରେକ୍ଷୀରେ ବାଲୁଗାଁ ସହର ଦେଇ ଯିବା ସମୟରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ବାଣପୁର ବାଲୁଗାଁ ରୋଟାରୀ କ୍ଲବ୍‌ ତରଫରୁ ସଭାପତି ରୋଟାରିଆନ୍‌ ରବି ନାରାୟଣ ନାୟକ, ସମ୍ପାଦକ ହିଂମାଶୁ କୁମାର ପାତ୍ର, ପୂର୍ବତନ ସଭାପତି ଡ଼ାକ୍ତର ଯୋଗୀନ୍ଦ୍ରନାଥ ସେନାପତି, ଧୀରେନ୍ଦ୍ରନାଥ ପାତ୍ର, ଜଗଦୀଶ ପ୍ରସାଦ ଲାକୋଟିଆ, ଗୋପାଳଚନ୍ଦ୍ର ନାୟକ ପ୍ରମୁଖ ସେମାନଙ୍କୁ ସମ୍ବର୍ଦ୍ଧନା ଦେଇ ଉସତ୍ାହିତ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?