ଭିଡିଓ କର୍ମଶାଳାରେ ପ୍ରଦର୍ଶିତ ହେଲା ୬୦ ବିରଳ ଚିକିତ୍ସା ପଦ୍ଧତି

ପୁରୀ ଅଫିସ,୧୨ା୯: ଇଣ୍ଡିଆନ ସୋସାଇଟି ଫର୍‌ ସର୍ଜରୀ ଅଫ୍‌ ଦି ହ୍ୟାଣ୍ଡ (ଆଇଏସ୍‌ଏସ୍‌ଏଚ୍‌)ର ୪୩ତମ ଏବଂ ଇଣ୍ଡିଆନ ସୋସାଇଟି ଅଫ୍‌ ହ୍ୟାଣ୍ଡ ଥେରାପିଷ୍ଟ (ଆଇଏସ୍‌ଏଚ୍‌ଟି)ର ୭ମ ବାର୍ଷିକ ସମ୍ମିଳନୀ ପୁରୀରେ ଅନୁଷ୍ଠିତ ହେବ। ହୋଟେଲ ହଲିଡେ ରିସର୍ଟରେ ହେବାକୁ ଥିବା ଏହି ୪ ଦିନିଆ ସମ୍ମିଳନୀକୁ ଶୁକ୍ରବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଉଦ୍‌ଘାଟନ କରିବେ। ଏହାକୁ ଓଡ଼ିଶା ଅର୍ଥୋପେଡିକ ଆସୋସିଏଶନ ଏବଂ ଓଡ଼ିଶା ପ୍ଲାଷ୍ଟିକ ସର୍ଜରୀ ଆସୋସିଏଶନ ମିଳିତ ଭାବେ ଆୟୋଜନ କରୁଛନ୍ତି।
ଏ ନେଇ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଡ. ସୁବ୍ରତ ଜେନା କହିଛନ୍ତି, ଓଡ଼ିଶାରେ ପ୍ରଥମ ଥର ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ଗୁରୁବାର ଏହାର ଭିଡିଓ କର୍ମଶାଳାରେ ୬୦ଟି ବିରଳ ଚିକିତ୍ସା ପଦ୍ଧତି ଭିଡିଓ ମାଧ୍ୟମରେ ପ୍ରଦର୍ଶିତ ହୋଇଛି। ୧୩ରୁ ୧୫ତାରିଖ ପର୍ଯ୍ୟନ୍ତ ୨୦୦ରୁ ଊର୍ଦ୍ଧ୍ୱ ଗବେଷଣାତ୍ମକ ବକ୍ତୃତାମାଳା ଆୟୋଜନ କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ଏହି ସମ୍ମିଳନୀକୁ ରାଜ୍ୟପାଳ ଉଦ୍‌ଘାଟନ କରିବେ। ଡ. ଅରୁଣ ଚୌଧୁରୀ କହିଥିଲେ, ଗତ ୪୨ବର୍ଷ ଧରି ଏଭଳି ସମ୍ମିଳନୀ ଭାରତର ବିଭିନ୍ନ ରାଜ୍ୟରେ ହୋଇଛି। ଏଥର ଶ୍ରୀଜଗନ୍ନାଥ ଧାମରେ ଏହା ଆୟୋଜନ କରାଯାଇଛି। ଏଥିରେ ବିଶ୍ୱର ସୁନାମଧନ୍ୟ ହ୍ୟାଣ୍ଡ ସର୍ଜନ ଆମେରିକାର ଡ. ଚୈତନ୍ୟ ମୁଦ୍‌ଗଲ ଏବଂ ଡ. ସ୍କଟ୍‌ ଓଇସି, ଅଷ୍ଟ୍ରେଲିଆର ଉଲ୍‌ଫଗ୍ୟାଙ୍ଗ ହୁବେର, ଜାପାନର ଡ. ହିଡେହିକୋ କୱାବାଟା, ୟୁକେର ଡ. ଅମିତ ଟୋଲାଟ ଓ ଡ. ଡମିର କସୁଟି ଯୋଗଦେଇଛନ୍ତି। ସେମାନେ ତାଙ୍କ ଦେଶରେ ତଥା ବିଶ୍ୱରେ କିପରି ଉନ୍ନତମାନର ଚିକିତ୍ସା କରାଯାଇପାରୁଛି ସେ ବିଷୟରେ ଆମର ହ୍ୟାଣ୍ଡ ସର୍ଜନ, ପ୍ଲାଷ୍ଟିକ ସର୍ଜନ ଏବଂ ଅର୍ଥୋପେଡିକ ସର୍ଜନମାନଙ୍କୁ ଶିଖାଇବେ।
ଏହି ଖବରଦାତା ସମ୍ମିଳନୀରେ ଡ. ମୁକୁନ୍ଦ ଥାଟେ, ଡ. ବିଶ୍ୱଜିତ ମିଶ୍ର, ପ୍ରଫେସର ବିଶ୍ୱଜିତ ସାହୁ, ଡ. ସନ୍ତୋଷ ରଥ, ଡ. ଦେବବ୍ରତ ପାଢୀ, ଡ. ଜୟନ୍ତ ଦାଶ, ଡ. ସଞ୍ଜୟ କୁମାର ଗିରି, ଡ. ପଙ୍କଜ ଆହିଲେ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଡିଜିପିଙ୍କୁ ନେଇ ଅଙ୍କକଷା: ଚର୍ଚ୍ଚାରେ ୩, ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୨୫ା୭(ତ୍ରିନାଥ ମହାନ୍ତି):୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆ ଅଗଷ୍ଟ ୧୬ରେ ଅବସର ଗ୍ରହଣ କରିବେ। ତାଙ୍କ କାର୍ଯ୍ୟକାଳ ସରି ଆସୁଥିବାବେଳେ ରାଜ୍ୟର କିଏ…

ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେଲେ କଣ କରିବ CJP? ଆଶୁତୋଷ ରାଙ୍କା କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ସରକାରଙ୍କ ସହିତ ଏକ ବୈଠକ ପରେ, କକ୍ରୋଚ୍ ଜନତା ପାର୍ଟି ସ୍ପଷ୍ଟ କରିଛି ଯେ ପ୍ରାଥମିକ ଦାବି ହେଉଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ନିଶା କାରବାରରେ ପୋଲିସର ହାତ: ମୁହଁ ଖୋଲିଲେ ଇନ୍‌ଫର୍ମର

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ଥମିବା ନାଁ ନେଉନାହିଁ। ତେବେ କିଛି ପୋଲିସ କର୍ମଚାରୀ ନିଶା ବେପାରୀଙ୍କ ସହିତ ସମ୍ପର୍କ ରଖିଥିବା ଯୋଗୁ ଏଭଳି କାରବାରକୁ…

ବାବୁଙ୍କ ବିଦେଶଯାତ୍ରାରେ ଅଙ୍କୁଶ: ଏଣିକି ସରକାରଙ୍କ ଅନୁମତି ବାଧ୍ୟତାମୂଳକ

ଭୁବନେଶ୍ୱର,୨୫।୭ (ରବିନାରାୟଣ ଜେନା):ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଅଧିକାଂଶ ସମୟରେ ସରକାରଙ୍କ ବିନା ଅନୁମତିରେ ଛୁଟି ନେଇ ବ୍ୟକ୍ତିଗତ କାର୍ଯ୍ୟରେ ବିଦେଶ ଯାତ୍ରା କରୁଛନ୍ତି। ଏହାଦ୍ୱାରା କେବଳ…

ରେକର୍ଡ କଲା PM ମୋଦିଙ୍କ ଭିଡିଓ, ୨୪ ଘଣ୍ଟାରେ ସବୁଠୁ ଅଧିକ…

ନୂଆଦିଲ୍ଲୀ,୨୫।୭: CJP ବିକ୍ଷୋଭକାରୀ ଏବଂ ସରକାରଙ୍କ ମଧ୍ୟରେ ଶନିବାର ଆଉ ଏକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ଉପରେ କେନ୍ଦ୍ରିତ…

୩୦ ଯାଏ ବର୍ଷା, ଆଜି ୪ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୨୫ା୭(ବନ୍ଦନା ସେଠୀ):ବର୍ତ୍ତମାନ ଗାଙ୍ଗେୟ ପଶ୍ଚିମବଙ୍ଗର ଉତ୍ତରାଞ୍ଚଳ ଏବଂ ଏହାର ଆଖପାଖ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଏହା ପ୍ରଭାବରେ ରାଜ୍ୟରେ…

ସରକାରଙ୍କ ଉପରେ ବଢୁଛି ଚାପ: ଏବେ କ’ଣ କରିବେ ମୋଦି

ନୂଆଦିଲ୍ଲୀ,୨୫ା୭(ପି.ଟି./ଏଜେନ୍ସି): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ସିଜେପି ପକ୍ଷରୁ ଚାଲିଥିବା ଆନ୍ଦୋଳନ ସରକାରଙ୍କ ଉପରେ ବଡ଼ ଚାପ ସୃଷ୍ଟି କରିଛି। ଶୁକ୍ରବାର ସରକାର ଓ…

ଶତାବ୍ଦୀର ସବୁଠାରୁ ମହଙ୍ଗା ଛାଡ଼ପତ୍ର; ସ୍ତ୍ରୀଙ୍କୁ ଏତେ କୋଟି ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ, ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ସିଓଲ,୨୫।୭: ଦକ୍ଷିଣ କୋରିଆର ଜଣାଶୁଣା ‘ଏସକେ ଗ୍ରୁପ’ର କୋଟିପତି ଚେୟାରମାନ ଚେ ତେ-ଓ୍ବନ ତାଙ୍କ ପୂର୍ବତନ ସ୍ତ୍ରୀ ରୋ ସୋ-ୟଙ୍ଗଙ୍କୁ ୯୪୪ ବିଲିୟନ ଓ୍ବନ୍‌ ପ୍ରାୟ ୬୪୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri