ଭାଷା ଆନ୍ଦୋଳନ ସମିତି ପକ୍ଷରୁ ଖବରଦାତା ସମ୍ମିଳନୀ:ବିଦଗ୍ଧ ପ୍ରତିଭାମାନଙ୍କ ଜୟନ୍ତୀ ପାଳନକୁ ନେଇ କ୍ଷୋଭ

ନୟାଗଡ଼ ଅଫିସ,୨୪ା୧୨: ନୟାଗଡ଼ ଭାଷା ଆନ୍ଦୋଳନ ସମିତି ପକ୍ଷରୁ ସୋମବାର ସ୍ଥାନୀୟ ଏକ ହୋଟେଲଠାରେ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାର ବିଦଗ୍ଧ ପ୍ରତିଭାମାନଙ୍କ ଜୟନ୍ତୀ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭିନ୍ନ ଭିନ୍ନ ସମୟରେ ପାଳନ କରାଯିବା ଓ କବିମାନଙ୍କ ଉପାଧିକୁ ନେଇ କେତେକ ଅନୁଷ୍ଠାନ ଅସମ୍ମାନିତ କରୁଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା। ଆଗାମୀ ଦିନରେ ସେମାନେ ଏଥିରୁ ବିରତ ନ ହେଲେ ଆନ୍ଦୋଳନ ଜୋର୍‌ଦାର କରାଯିବ ବୋଲି ସମିତି ଚେତାବନୀ ଦେଇଛି।
ସମିତିର ପ୍ରତିଷ୍ଠାତା ସଦସ୍ୟ ଚନ୍ଦ୍ର ବିଜୟୀ ମିଶ୍ର ଖବରଦାତା ସମ୍ମିଳନୀରେ କହିଥିଲେ, ନୟାଗଡ଼ ଜିଲାର ବିଶ୍ୱବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜୟନ୍ତୀ ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ମନଇଚ୍ଛା ପାଳନ କରୁଛନ୍ତି। ଡିସେମ୍ବର ୧୩ ତାରିଖରେ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜୟନ୍ତୀ ପାଳନ କରାଯାଇଥିଲା। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏହା ପୌଷମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଇଛି। ସେହିଭଳି କିଛି ଅନୁଷ୍ଠାନ ଡିସେମ୍ବର ୨୪ ତାରିଖରେ ଏହି ଉତ୍ସବ ପାଳନ କରୁଛନ୍ତି। ଏହା ଦ୍ୱାରା ରାଜ୍ୟବାସୀଙ୍କ ପାଖରେ ବିଭ୍ରାନ୍ତିମୂଳକ ବାର୍ତ୍ତା ପହଞ୍ଚୁଛି। ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ପଠାଣି ସାମନ୍ତଙ୍କ ଜୟନ୍ତୀ ପାଳନ କରାଯିବା ପାଇଁ ସେ ଦାବି କରିଥିଲେ। ସେହିଭଳି ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ନାମକୁ କଦର୍ଥ କରି ଜିଲାର କେତେକ ସାହିତି୍ୟକ ଅନୁଷ୍ଠାନ ଅଯଥା ବିବାଦ କରୁଛନ୍ତି। କିଛି ଅନୁଷ୍ଠାନ ପକ୍ଷରୁ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ବୋଲି ଯୁକ୍ତି ବଢ଼ାଯାଉଛି। ଅନ୍ୟପଟେ କିଛିଦିନ ପରେ ନୟାଗଡ଼ ଲେଖକ ପରିଷଦ ପକ୍ଷରୁ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପୁରସ୍କାର ପ୍ରଦାନ କରାଯିବ, ଯାହାକୁ ଭାଷା ଆନ୍ଦୋଳନ ବିରୋଧ କରିଛି। କବିସୂର୍ଯ୍ୟ ବଳଦେବ ରଥ ଉପାଧି ପାଇଥିବା ବେଳେ କିପରି କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା କରାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ। ଏଭଳି ବିବାଦରୁ ଦୂରେଇ ରହିବା ପାଇଁ ସେ ଅନୁରୋଧ କରିଥିଲେ। ରାଜ୍ୟ ଶିକ୍ଷା ଓ ଶିକ୍ଷକ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶିତ ୩ୟ ଶ୍ରେଣୀ ସାହିତ୍ୟ ବହିରେ ପଠାଣି ସାମନ୍ତଙ୍କ ପିତାଙ୍କ ନାମ ଶ୍ୟାମ ସୁନ୍ଦର ସିଂହ ଛପାଯାଇଛି। କିନ୍ତୁ ତାଙ୍କର ପ୍ରକୃତ ନାମ ହେଉଛି ଶ୍ୟାମବନ୍ଧୁ ସିଂହ। ସେହିଭଳି ନବମଶ୍ରେଣୀ ସାହିତ୍ୟ ବହିରେ ସନ୍ଥକବି ଭୀମ ଭୋଇ ବଦଳରେ ଭକ୍ତ କବି ଭୀମ ଭୋଇ ଲେଖାଯାଇଛି। ବର୍ଷ ବର୍ଷ ଧରି ଏହି ପାଠ୍ୟପୁସ୍ତକ ପିଲାମାନେ ପଢ଼ି ବିଭ୍ରାନ୍ତିରେ ରହୁଛନ୍ତି। ଏହି ତ୍ରୁଟି ସୁଧାରିବାକୁ ସେ ଦାବି କରିଥିଲେ। ଭାଷା ଆନ୍ଦୋଳନର ଆବାହକ ଶିବରାମ ମହାପାତ୍ର କହିଥିଲେ, ଓଡ଼ିଆ ଭାଷାରେ ଓଡ଼ିଶା ଶାସନ ଲାଗୁ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ଏହାକୁ ଜିଲାରେ କୌଣସି ସରକାରୀ ଅଧିକାରୀ ପାଳନ କରୁନାହାନ୍ତି। ଓଡ଼ିଆ ଭାଷାରେ ବିଜ୍ଞାପନ ଓ ସୂଚନାଫଳକ ଲେଖାଯାଉ ନାହିଁ। ବ୍ୟବସାୟୀମାନେ ମଧ୍ୟ ସେମାନଙ୍କ ଦୋକାନର ନାମ ଓଡ଼ିଆରେ ଲେଖୁନାହାନ୍ତି। ଖୋଦ୍‌ ଜିଲାପାଳଙ୍କ କାର୍ଯ୍ୟାଳୟରେ ନୟାଗଡ଼ ବଦଳରେ ନୟାଗଡ ଲେଖାଯାଇଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଦାବି କରିଥିଲେ। ଆଗାମୀ ଦିନରେ ଉପରୋକ୍ତ ୪ ଦଫା ଦାବିକୁ ନେଇ ସମିତି ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

ଦାଦନ ସାଜିଲା ଅଭିଶାପ: କେରଳ ଯାଉଥିବା ବେଳେ ଥୁଆମୂଳ ରାମପୁରର ଆଉ ଜଣେ ଯୁବକ ନିଖୋଜ, ଚିନ୍ତାରେ ପରିବାର…

ଥୁଆମୂଳ ରାମପୁର, ୪।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ରେ ଦାଦନ ଶ୍ରମିକ ନିଖୋଜ ସମସ୍ୟା ଦିନକୁ ଦିନ ଅଧିକ ଉଦ୍‌ବେଗଜନକ ରୂପ ନେଉଛି। ନିଜ…

ଏଣିକି UPI ପେମେଣ୍ଟରେ ଲାଗିବ ଏକ୍ସର୍ଟା ଚାର୍ଜ? ଜାଣନ୍ତୁ କେତେ ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୪।୮: ସରକାର ୟୁପିଆଇ (UPI) ମାଧ୍ୟମରେ ପେମେଣ୍ଟ କରିବାକୁ ନେଇ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘ପେମେଣ୍ଟ ଆଣ୍ଡ୍…

ଭାରତକୁ ବଡ଼ ଝଟ୍‌କା: ଏସିଆନ୍‌ ଗେମ୍ସରେ ଖେଳିବେନି ହର୍ଡଲ୍ସ ଷ୍ଟାର ଶୀର୍ସେ, ଜାଣନ୍ତୁ…

ନୂଆଦିଲ୍ଲୀ,୪ା୮: ଆସନ୍ତା ମାସରେ ଜାପାନରେ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତର ୧୧୦ ମି. ହର୍ଡଲ୍ସ ଷ୍ଟାର ତେଜସ ଶୀର୍ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏ ନେଇ…

ତପ୍ତପାଣି ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି: ଉଷ୍ମ ପସ୍ରବଣର ଗନ୍ଧକଯୁକ୍ତ ପାଣିରେ ସ୍ନାନ, ମା’ କନ୍ଧୁଣି ଦେବୀଙ୍କୁ କଲେ ପୂଜାର୍ଚ୍ଚନା

ଦିଗପହଣ୍ଡି, ୪।୮ (ଅଶେଷ ନାଥ ମିଶ୍ର): ଦେଶର ପ୍ରଥମ ନାଗରିକ ତଥା ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଗଞ୍ଜାମ-ଗଜପତି ସୀମାନ୍ତର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି…

ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହେଲା ପାକିସ୍ତାନ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

କରାଚି,୪ା୮: ପୁଣି ଥରେ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହୋଇଛି ପାକିସ୍ତାନ। ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିବା ପାକିସ୍ତାନୀ ବକ୍ସର କୁଦ୍ରାତୁଲା ଦଳୀୟ…

କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କଲେ ଶରଣକୁଳ ନିଲମ୍ବିତ IIC

ଭୁବନେଶ୍ୱର,୪।୮: ଶରଣକୁଳ ନିଲମ୍ବିତ IIC ସୁଜିତ ଦାସ ମଙ୍ଗଳବାର କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁଜିତ କ୍ରାଇମବ୍ରାଞ୍ଚରେ ହାଜର ହୋଇ ଆତ୍ମସମର୍ପଣ କରିଥିବା…

ବ୍ଲକ ଅଫିସରେ ପିସି କାରବାର, ଭିଡିଓ ଭାଇରାଲ

ଖଡ଼ିଆଳ,୪ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri