Posted inଖେଳ

ଭାରତୀୟ ହକି ଡିଫେଣ୍ଡରଙ୍କ ଲାଗି ସ୍ବତନ୍ତ୍ର କ୍ୟାମ୍ପ

ନୂଆଦିଲ୍ଲୀ,୮।୭(ପି.ଟି.)- ଦୁଇ ଥର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ହକି ଖେଳାଳି ଫର୍‌ଗୁସ କାଭାନାଗଙ୍କ ତତ୍ତ୍ୱାବଧାନରେ ବେଙ୍ଗାଲୁରୁସ୍ଥିତ ସାଇ କେନ୍ଦ୍ରଠାରେ ଭାରତୀୟ ଡିଫେଣ୍ଡରଙ୍କ ଲାଗି ଏକ ସ୍ବତନ୍ତ୍ର କ୍ୟାମ୍ପ ଆୟୋଜନ କରାଯିବ। ଜୁଲାଇ ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ଟ୍ରେନିଂ ଶିବିର ୭ଦିନ ଧରି ଚାଲିବ। ଏଥିରେ ଯୋଗଦେବା ଲାଗି ୫ ଓଡ଼ିଆ ମନୋନୀତ ହୋଇଛନ୍ତି। ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା, ସୁମନ ବେକ୍‌, ପ୍ରତାପ ଲାକ୍ରା, ନିଲମ ସଞ୍ଜୀବ ଖେସ୍‌ ଓ ଅମିତ ରୋହିଦାସ। ନୂଆଦିଲ୍ଲୀଠାରେ ୨୦୧୦ ଓ ହେଗ୍‌ଠାରେ ୨୦୧୪ ବିଶ୍ୱକପ୍‌ ଜିତିଥିବା ଅଷ୍ଟ୍ରେଲିଆ ଦଳର ଅଂଶ ଥିଲେ କାଭାନାଗ। ଏହାବାଦ୍‌ ତାଙ୍କ ପ୍ରତିନିଧିତ୍ୱରେ ଦଳ ୨୦୦୮ରୁ ୧୨ ପର୍ଯ୍ୟନ୍ତ କ୍ରମାଗତ ଏଫ୍‌ଆଇଏଚ୍‌ ଚାମ୍ପିୟନ୍ସ ଟ୍ରଫି ଜିତିଥିବା ଦଳର ସଦସ୍ୟ ଥିଲେ। ସେ ହକି ଇଣ୍ଡିଆ (ଏଚ୍‌ଆଇ) ଦ୍ୱାରା ଚିହ୍ନଟ ୧୪ ଜଣ ଡିଫେଣ୍ଡରଙ୍କ ସହ କାର୍ଯ୍ୟ କରିବେ। ଏହି ଶିବିର ସମ୍ପର୍କରେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗ୍ରାହମ ରିଡ୍‌ କହିଛନ୍ତି, ଆମ ଡିଫେନ୍ସ ବିଭାଗର ଦକ୍ଷତାରେ ଉନ୍ନତି ଦରକାର। ପୂର୍ବତନ କୁକାବୁରା କିମ୍ବଦନ୍ତୀ ଫର୍‌ଗୁସଙ୍କ ସହ କାର୍ଯ୍ୟ କରିିବାକୁ ସୁଯୋଗ ପାଇଥିବାରୁ ଆମେ ଭାଗ୍ୟବାନ୍‌। ଶିବିରରେ ଆମେ ପୂର୍ବତନ ଅଷ୍ଟ୍ରେଲିଆନ ଖେଳାଳିଙ୍କ ୧୦ ବର୍ଷର ଅଭିଜ୍ଞତାକୁ ଆମ ଡିଫେଣ୍ଡରଙ୍କ ସମସ୍ତ ବିଭାଗର ଉନ୍ନତି ଉପରେ କାର୍ଯ୍ୟ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

୧୦ଟି ୱିକେଟ ନେବା ସତ୍ତ୍ୱେ ମାନବ ସୁଥରଙ୍କୁ କାହିଁକି ମିଳିଲା ନାହିଁ ‘ପ୍ଲେୟାର ଅଫ ଦି ମ୍ୟାଚ’ ପୁରସ୍କାର? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୮: ଗାଲେରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟେଷ୍ଟରେ ଭାରତୀୟ ସ୍ପିନ ଅଲରାଉଣ୍ଡର ମାନବ ସୁଥର ୧୦ ୱିକେଟ ନେଇଥିଲେ। ସେ ପ୍ରଥମ ଇନିଂସରେ ୪ ଜଣ ଏବଂ…

ହକି ବିଶ୍ୱକପ ମଇଦାନରେ ଭୟଙ୍କର ଦୁର୍ଘଟଣା, ଭାରତୀୟ ଖେଳାଳି ଲହୁଲୁହାଣ

ନୂଆଦିଲ୍ଲୀ, ୧୯।୮: ଭାରତୀୟ ମହିଳା ହକି ଟିମ ମଙ୍ଗଳବାର ଏକ ଐତିହାସିକ ବିଜୟ ହାସଲ କରିଛି। ନେଦରଲାଣ୍ଡ୍ସର ଆମଷ୍ଟେଲଭନ୍‌ରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକାକୁ…

ଗାଲେ ଟେଷ୍ଟକୁ ୧୬୫ ରନରେ ଜିତିଲା ଭାରତ; ୧୦ ୱିକେଟ ନେଇ ଇତିହାସ ରଚିଲେ ମାନବ ସୁଥାର

ନୂଆଦିଲ୍ଲୀ,୧୯।୮: ଗାଲେ ଟେଷ୍ଟରେ ଭାରତ ଶ୍ରୀଲଙ୍କାକୁ ୧୬୫ ରନରେ ପରାସ୍ତ କରିଛି। ଚତୁର୍ଥ ଇନିଂସରେ ୩୭୨ ରନର ଟାର୍ଗେଟ ପିଛା କରି ଶ୍ରୀଲଙ୍କା କେବଳ ୨୦୬ ରନ…

Video: ଦୁଇ ପତ୍ନୀଙ୍କ କଳହ ମଧ୍ୟରେ ବେହୋସ ହେଲେ ଫୁଟବଲ ପ୍ରଶିକ୍ଷକ, ଚେତା ଫେରିବା ପରେ ପ୍ରଥମ ପତ୍ନୀଙ୍କ ସହ କଲେ ଏମିତି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୯।୮: ପ୍ରାୟତଃ, ଦୁଇଜଣଙ୍କ ମଧ୍ୟରେ ବିବାଦର ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି କ୍ରସଫାୟାରରେ ଫସି ଯାଆନ୍ତି; କିନ୍ତୁ, ଯେତେବେଳେ ବିବାଦ ଜଣେ ପୁରୁଷଙ୍କ ଦୁଇ ସ୍ତ୍ରୀଙ୍କ…

କ୍ୟାମେରା ବୁଲିବା ମାତ୍ରେ ଖୋଲିଗଲା ଗମ୍ଭୀରଙ୍କ ‘ମାଷ୍ଟରପ୍ଲାନ’ର ରହସ୍ୟ! ଭାଇରାଲ ଭିଡିଓରେ ଦେଖାଗଲା…

ନୂଆଦିଲ୍ଲୀ, ୧୯।୮: ଗଲରେ ଲ୍ର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓଟି…

ବିଶ୍ୱରେକର୍ଡ କଲେ ରିଷଭ ପନ୍ତ: ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ କଲେ ଏମିତି କାରନାମା

ଗାଲେ, ୧୯ା୮(ପିଟି):ଭାରତର ବିସ୍ଫୋରକ ଉଇକେଟ୍‌କିପର-ବ୍ୟାଟର ରିଷଭ ପନ୍ତ ପ୍ରଥମ ଭାରତୀୟ ଓ ବିଶ୍ୱର ଚତୁର୍ଥ ବ୍ୟାଟର ଭାବେ ଟେଷ୍ଟ କ୍ରିକେଟରେ ୧୦୦ ଛକା ପୂରଣ କରିଛନ୍ତି। ଶ୍ରୀଲଙ୍କା…

ମହିଳା ହକି ବିଶ୍ୱକପ୍‌ରେ ଭାରତର ବଡ଼ ବିଜୟ

ଆମଷ୍ଟେଲଭିନ୍‌,୧୮ା୮: ଓଡ଼ିଆ ଝିଅ ସୁନେଲିତା ଟପ୍ପୋଙ୍କ ଗୋଲ ବଳରେ ଚଳିତ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ୬-୧ ଗୋଲରେ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri